କୋଣାର୍କ – ପବିତ୍ର ୭୭ତମ ସ୍ବାଧୀନତା ଦିବସ ଅବସରରେ କୋଣାର୍କର ଅଗ୍ରଣୀ ସାମାଜିକ ସଂଗଠନ ଜନ ମଙ୍ଗଳ ଯୁବ ସଂଗଠନ ଓ କୋଣାର୍କ ଏନଏସି ମିଳିତ ଆନୁକୁଲ୍ୟରେ ରାଜ୍ୟ ସ୍ତରୀୟ ଦିବାରାତ୍ର ଭଲିବଲ ଟୂର୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ଏହି ରାଜ୍ୟ ସ୍ତରୀୟ ଭଲିବଲ ଟୂର୍ଣାମେଣ୍ଟ ରେ ମୁଖ୍ୟ ଅତିଥି ଭାବେ କୋଣାର୍କ ଏନଏସି ଅଧ୍ୟକ୍ଷା ସୁଶ୍ରୀ ସଂଯୁକ୍ତା ତ୍ରିପାଠୀ ଯୋଗ ଦେଇ ଏହାର ଶୁଭାରମ୍ଭ କରିଥିଲେ। ସମାଜସେବୀ ରାମକୃଷ୍ଣ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ପୁରୀ ଜିଲ୍ଲା ପେଶାଦାର ସାମ୍ବାଦିକ ସଂଘର ସଭାପତି ତ୍ରିବିକ୍ରମ ରାମକୃଷ୍ଣ ମହାପାତ୍ର, କୋଣାର୍କ ସାହିତ୍ୟ ସଂସଦର ସଂପାଦକ ରବୀନ୍ଦ୍ରନାଥ ବାହିନୀପତି, ନେହେରୁ ଯୁବ କେନ୍ଦ୍ର ସଂଯୋଜକ ଜୟ ଶଙ୍କର ଯୋଶୀ, ମା ଫାର୍ମା ମେଡିକୋ ହେଲଥ କେୟାରର ପରିଚାଳକ ଯଶସ୍ବୀ ରାୟ, ଏମପି ପ୍ରତିନିଧି ପଦ୍ମଚରଣ ବେଉରା ଓ ସଭାପତି ବ୍ରଜବନ୍ଧୁ ସାହୁ ପ୍ରମୁଖ ଯୋଗ ଦେଇ କ୍ରୀଡା ଯୁବ ସମାଜ ପାଇଁ ଏକ ପ୍ରେରଣାର ଉତ୍ସ ଭାବେ ଅଭିହିତ କରିଥିଲେ। ଏହି ଟୁର୍ଣ୍ଣାମେଣ୍ଟରେ ୪ଟି ଦଳ ଭାଗ ନେଇ ଥିବା ବେଳେ ଫାଇନାଲରେ ଗୋପ ଓ ଅଚ୍ୟୁତପୁର ମଧ୍ୟରେ କଡା ମୁକାବିଲା ହୋଇଥିଲା। ଶେଷରେ ଗୋପ କୁ ହରାଇ ଅଚ୍ୟୁତପୁର ଚମ୍ପିଆନ ହୋଇଥିଲା। ଏହି କାର୍ଯ୍ୟକ୍ରମର ଉଦଯାପନୀ ଉତ୍ସବରେ କୋଣାର୍କ ଥାନାର ସବ ଇନ୍ସିପେକ୍ଟର ସଂଘମିତ୍ରା ଚାନ୍ଦ, ସାମ୍ବାଦିକ ଜ୍ଯୋତିରାଜ ମହାନ୍ତି, ସଂଜୟ ପତି ଓ ଭାଗୀରଥୀ ସ୍ଵାଇଁ ପ୍ରମୁଖ ଯୋଗଦାନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ସମାଜସେବୀ ନିରଂଜନ ତ୍ରିପାଠୀ, ଦିଲ୍ଲିପ ଜେନା, ସିରିଆ ଓ ପୂର୍ଣ୍ଣ ଚନ୍ଦ୍ର ମୁରୁଡି ପ୍ରମୁଖ ପରିଚାଳନା କରିଥିଲେ।
