Odisha news

ଶରୀରରୁ ଭିଟାମିନ୍‌ ‘ଡି’ର ଅଭାବକୁ କିପରି ଦୂର କରିବେ , ଆସନ୍ତୁ ଜାଣିବା

0

ଭିଟାମିନ୍‌ ଡି ଏକ ଜରୁରୀ ପୋଷକ ତତ୍ବ, ଯାହାକି ଶରୀର ପାଇଁ ଅତ୍ୟନ୍ତ ଆବଶ୍ୟକ। ଏହି ପୋଷକ ତତ୍ତ୍ବ ହାଡ଼କୁ ମଜବୁତ୍‌ କରିବାରେ ସହାୟକ ହୁଏ।  ଭିଟାମିନ୍ ଡି କିମ୍ବା ‘ସନ୍‌ସାଇନ୍’ ଭିଟାମିନ୍ ଏକ ଗୁରୁତ୍ୱପୂର୍ଣ୍ଣ ପୋଷକ ତତ୍ତ୍ବ ଯାହା ଶରୀରରେ କ୍ୟାଲସିୟମ୍ ଏବଂ ଫସଫେଟ୍ ପରିମାଣକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ। ଏହା ପରବର୍ତ୍ତୀ ସମୟରେ ଶକ୍ତିଶାଳୀ ହାଡ଼, ଦାନ୍ତ ଏବଂ ମାଂସପେଶୀ ଗଠନକୁ ପ୍ରୋତ୍ସାହିତ କରେ। ବ୍ରିଟେନର ଜାତୀୟ ସ୍ୱାସ୍ଥ୍ୟ ସେବା (ଏନ୍‌ଏଚ୍‌ଏସ୍‌) ଅନୁଯାୟୀ, ଭିଟାମିନ୍ ଡି ପିଲାଙ୍କଠାରେ ରିକେଟ୍ ଭଳି ହାଡ଼ର ବିକଳାଙ୍ଗତା ଏବଂ ବୟସ୍କଙ୍କଠାରେ ଅଷ୍ଟିଓମାଲାସିଆ ନାମକ ଅସ୍ଥିରୋଗ-ଜନିତ ଯନ୍ତ୍ରଣାକୁ ରୋକିବାରେ ସାହାଯ୍ୟ କରିଥାଏ। ଆପଣ ଜାଣନ୍ତି ଯେ ଭିଟାମିନ୍‌ ଡି ସାଧାରଣତଃ ସୂର୍ଯ୍ୟୋକିରଣରୁ ମିଳିଥାଏ।

ଯଦି ଆପଣଙ୍କୁ ନିଜ ଶରୀରରେ ଏହି ଭିଟାମିନ୍‌ର ଅଭାବ ଅଛି ବୋଲି ଅନୁଭବ କରୁଛନ୍ତି ତ କିଛି ଖାଦ୍ୟ ଖାଇବା ଦ୍ବାରା ଏହି ଅଭାବକୁ ଦୂରେଇ ଦେଇପାରିବେ। ମାଛ ‌ହେଉଛି ଭିଟାମିନ୍‌ ଡିର ସବୁଠାରୁ ଭଲ ଉତ୍ସ। ଆପଣ ଭିଟାମିନ୍‌ର ସନ୍ତୁଳନ ନିଜ ଶରୀରରେ ବଜାୟ ରଖିବାକୁ ଚାହୁଁଥିଲେ ଆବଶ୍ୟକ ପରିମାଣର ମାଛ ଖାଆନ୍ତୁ।

ଅଣ୍ଡା ବି ଖୁବ୍ ଉପକାରୀ। ଅଣ୍ଡାକୁ ସିଝେଇ ଖାଇବା ଦ୍ବାରା ଶରୀରରୁ ଭିଟାମିନ୍‌ ଡି’ର ଅଭାବ ଦୂର ହୋଇଥ‌ାଏ। ଅଣ୍ଡା ଶରୀର ପାଇଁ ଖୁବ୍ ଭଲ ହୋଇଥାଏ। ଏହା ଅନ୍ୟ ସବୁ ସମସ୍ୟାକୁ ବି ଦୂର କରିପାରେ।

ଖିର ଏବଂ କମଳା ରସରେ ଉତ୍ତମ ପରିମାଣର ଭିଟାମିନ୍‌ ଡି ମିଳିଥାଏ। ଛତୁ ଖାଇବା ବି ଶରୀର ପାଇଁ ଭାରି ଭଲ ହୋଇଥାଏ।

Leave A Reply