Odisha news

କେତେ ସମ୍ପତ୍ତିର ଅଧିକାରୀ କୋହଲି , ଆସନ୍ତୁ ଜାଣିବା

0

ନୂଆଦିଲ୍ଲୀ: ଯେତେବେଳେ ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ବିରାଟ କୋହଲି ବ୍ୟାଟ୍ ଧରି ପଡ଼ିଆକୁ ଓହ୍ଲାନ୍ତି ସେତେବେଳେ ରନ୍ ବର୍ଷା ହୁଏ। ଆଜି ମଧ୍ୟ ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରେ ଶତକ କରିଛନ୍ତି ବିରାଟ। ତେବେ କ୍ରିକେଟ ସହ ରୋଜଗାର କ୍ଷେତ୍ରରେ ମଧ୍ୟ ସେ ବହୁତ ଆଗରେ ଅଛନ୍ତି। ଆଜି ବିରାଟଙ୍କ ଜନ୍ମଦିନ ହୋଇଥିବା ବେଳେ ସେ ୩୫ବର୍ଷ ବୟସରେ ପାଦ ଦେଇଛନ୍ତି । ଗୋଟିଏ ପଟେ ସେ କ୍ରିକେଟ୍ ମାଧ୍ୟମରେ କୋଟି ଟଙ୍କା ରୋଜଗାର କରୁଥିବାବେଳେ ଅନ୍ୟ ପଟେ ସେ ଅନେକ କମ୍ପାନିରେ ବ୍ରାଣ୍ଡ ଆମ୍ବାସାଡର ମଧ୍ୟ ଅଛନ୍ତି। କେବଳ ଏତିକି ନୁହେଁ ବିରାଟ କୋହଲି ଅନେକ କମ୍ପାନିରେ ଟଙ୍କା ବିନିଯୋଗ କରିଥିବା ଜଣାପଡ଼ିଛି ।

ତେବେ ଏସବୁରୁ ସେ କେତେ ଆୟ କରନ୍ତି ଏବଂ ଏବେ ସେ କେତେ କୋଟିର ମାଲିକ ଅଟନ୍ତି, ତାହା ଆପଣ ଜାଣନ୍ତି କି? ଖବର ଅନୁଯାୟୀ, କୋହଲିଙ୍କ ମୋଟ ସମ୍ପତ୍ତି ମୂଲ୍ୟ ପ୍ରାୟ ୧୨୭ନିୟୁତ ଡଲାର ଅର୍ଥାତ୍ ପ୍ରାୟ ୧୦୪୬ କୋଟି ଟଙ୍କା। ବିରାଟଙ୍କ ହାରାହାରି ବାର୍ଷିକ ଆୟ ପ୍ରାୟ ୧୫କୋଟି ଟଙ୍କା ହୋଇଥିବା ବେ‌ଳେ ମାସକୁ ସେ ପ୍ରାୟ ୧,୨୫,୦୦,୦୦୦ ଟଙ୍କା ରୋଜଗାର କରନ୍ତି। ଏହା ସହ ଗୋଟିଏ ସପ୍ତାହରେ କୋହଲିଙ୍କ ରୋଜଗାର ହେଉଛି ୨୮,୮୪,୬୧୫ଟଙ୍କା ଏବଂ ଗୋଟିଏ ଦିନରେ ସେ ପ୍ରାୟ ୫,୭୬,୯୨୩ ଟଙ୍କା ରୋଜଗାର କରନ୍ତି। ଏହା ଛଡ଼ା ବିସିସିଆଇ ପକ୍ଷରୁ ତାଙ୍କୁ ବାର୍ଷିକ ୭କୋଟି ଟଙ୍କା ମିଳେ। ରୋଜଗାର ଦୃଷ୍ଟିରୁ ବିରାଟ କୋହଲି ଦୁନିଆର ୧୦୦ଧନୀ ଖେଳାଳିଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ ।

Leave A Reply