Odisha news

ପ୍ରବାସୀ ବୁଝିଲେ ଗାଁ ସମସ୍ୟା : ଶ୍ରମ ଓ ଅର୍ଥଦାନ କରି ପୁନରୁଦ୍ଧାର କଲେ ଜଳ ଉତ୍ସ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):  ବିଶ୍ୱ ଜଳ ଦିବସ ଓ ଜଳ ଶକ୍ତି ଅଭିଯାନକୁ ସଫଳ କରିବା ଉଦ୍ଦେଶ୍ୟରେ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ  ଘୁ.ଉଦୟଗିରି ବ୍ଲକ୍ ଅଧୀନ ରଟିଙ୍ଗିଆ ପଞ୍ଚାୟତର ଆର୍.ପଡ଼ିକିଆ ଗ୍ରାମର ଅନ୍ତରଙ୍ଗ ଯୁବକ ସଂଘ ଓ ଗ୍ରାମବାସୀ ନିଜସ୍ବ ଉଦ୍ୟମରେ ଚୁଆ ଖୋଳିବା ସହିତ ଅନ୍ୟ ଚୁଆ ଗୁଡ଼ିକୁ ପୁନରୁଦ୍ଧାର କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି।

ଏହାସହ ଜଳର ଅପବ୍ୟବହାର ନକରିବା, ଆବଶ୍ୟକ ଅନୁସାରେ ଜଳ ବ୍ୟବହାର କରିବା, ଜଳ ସଂରକ୍ଷଣ କରିବା ଓ ବର୍ଷା ଜଳକୁ ସଂରକ୍ଷଣ କରି ଚାଷ କାମରେ ଲଗାଇବା ପାଇଁ ସଚେତନ କରାଯାଇଛି। ବର୍ତ୍ତମାନ ଦୁଇଟି ଚୁଆ ମରାମତି ପରେ ଏକ ନୂତନ କୂଅ ନିର୍ମାଣ କରାଯାଉଛି। କୂଅ ଖୋଳିବାରେ ଅନ୍ତରଙ୍ଗ ଯୁବକ ସଂଘ ଓ ଗ୍ରାମବାସୀ ଲାଗି ପଡ଼ିଛନ୍ତି। ଏଥିପାଇଁ କୌଣସି ସରକାରୀ ସହାୟତା ମିଳିନାହିଁ। ଏଥିରେ ଶତାଧିକ ମହିଳା ଓ ପୁରୁଷ ଶ୍ରମଦାନ କରୁଛନ୍ତି।

ଆଗାମୀ ଦିନରେ ଏହି ସ୍ଥାନରେ ଏକ ଶୌଚାଳୟ ନିର୍ମାଣ କରିବା ପାଇଁ ଯୋଜନା କରାଯାଇଛି। ଏଥିପାଇଁ ସରକାରୀ ସହାୟତା ମିଳିବ ବୋଲି ଗ୍ରାମବାସୀ ଆଶା କରିଛନ୍ତି। ଅନ୍ତରଙ୍ଗ ଯୁବ ମହାସଂଘର ସମ୍ପାଦକ ହୃଷିକେଶ ପ୍ରଧାନ, ୱାର୍ଡ଼ସଭ୍ୟ ସନାତନ ପ୍ରଧାନ, ଦିଲ୍ଲୀପ କୁମାର ପ୍ରଧାନ, ଟଙ୍କଧର ପ୍ରଧାନ, ପ୍ରଭାକର ପ୍ରଧାନ, କାମରାଜ ପ୍ରଧାନ, ବାବୁଲା ପ୍ରଧାନ ଏବଂ ଅନ୍ତରଙ୍ଗ ଯୁବକ ସଂଘର ସଞ୍ଜୀବ କୁମାର ପ୍ରଧାନ, ଧିରେନ ମଲ୍ଲିକ, ବାରିକ ପ୍ରଧାନ, ବେଣୁଧର ପ୍ରଧାନ, ବିଶାଳ ପ୍ରଧାନ, ମଣ୍ଟୁ, ରାଜା ଓ ଛୋଟନ ଦିଗାଲଙ୍କ ସମେତ ଅନ୍ୟମାନେ ଅଭିଯାନରେ ସାମିଲ ହୋଇଛନ୍ତି।

IEC 2 years

Comments are closed.