ସାକ୍ଷୀଗୋପାଳ : ପୁରୀ ଭୁବନେଶ୍ୱର ଜାତୀୟ ରାଜପଥରେ ଚଳାଚଳ କରୁଥିବା ଯାନବାହାନରୁ ଲୁଟ କରିବା ନିମନ୍ତେ ପ୍ରସ୍ତୁତି କରୁଥିବା ଏକ ଗ୍ୟାଙ୍ଗକୁ ସତ୍ୟବାଦୀ ପୋଲିସ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଧରିବାରେ ସଫଳ ହୋଇଛନ୍ତି.
ଗତ ତା 27-32021 ରିଖ ରାତି ପ୍ରାୟ ସାଢ଼େ ୨ ଟା ସମୟରେ ସତ୍ୟବାଦୀ ଥାନା ଅନ୍ତର୍ଗତ ବୀର ଗୋବିନ୍ଦ ପୁର ମଠ ପଡିଆରେ ୫ ଜଣ ଅପରାଧୀ ପୁରୀ ଭୁବନେଶ୍ୱର ଜାତୀୟ ରାଜପଥରେ ଚଳାଚଳ କରୁଥିବା ଯାନବାହାନରୁ ଲୁଟ କରିବା ନିମନ୍ତେ ପ୍ରସ୍ତୁତି ଆରମ୍ଭ କରୁଥିଲେ. ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ସତ୍ୟବାଦୀ ଥାନା ଏ ଏସ ଆଇ କୃଷ୍ଣଚନ୍ଦ୍ର ଦାସ ସଦଳବଳେ ଚଢ଼ାଉ କରିଥିଲେ. ପିପିଲି ଥାନା ଅଞ୍ଚଳର ପ୍ରମୋଦ କୁମାର ସାହୁ (26), ସତ୍ୟବାଦୀ ଥାନା ଅଞ୍ଚଳର ଚିନ୍ତାମଣି ସ୍ୱାଇଁ (32), ସଞ୍ଜୟ ବେହେରା (20)ଓ କାହ୍ନୁ ନାୟକ (19)ଙ୍କୁ ପୋଲିସ ଧରି ନେଇଥିଲେ. ଚନ୍ଦନ ପୁର ଥାନା ଅଞ୍ଚଳର କଇନ ନାମକ ଅପରାଧୀ ଧାନ ବିଲ ମଧ୍ୟରେ ଖସି ପଳାଇ ଥିଲେ.
ଘଟଣା ସ୍ଥଳରୁ ପୋଲିସ ଏକ ଖଣ୍ଡା, ଲୁହା ଛଡ଼, ମଦ ବୋତଲ, ପାଣି ବୋତଲ ଓ ଗ୍ଲାସ ଜବତ କରିଥିଲେ.
ସତ୍ୟବାଦୀ ପୋଲିସ ଅଭିଯୁକ୍ତ ମାନଙ୍କ ବିରୋଧରେ 399ଓ 402 ଦଫା ଏବଂ 25 ଆର୍ମସ ଆକ୍ଟରେ ମୋକଦ୍ଦମା ରୁଜୁ କରି କୋର୍ଟ ଚାଲାଣ କରିଥିଲେ. ମୋକଦ୍ଦମା ନମ୍ବର 123/21.ଅଭିଯୁକ୍ତ ମାନଙ୍କର ଜାମିନ ନା ମଞ୍ଜୁର ହେବାରୁ ସେମାନଙ୍କୁ ପୁରୀ ଜେଲକୁ ପଠାଇ ଦିଆଯାଇଛି.
Comments are closed.