Odisha news

ମହିଳା ସ୍ୱାସ୍ଥ୍ୟ କର୍ମୀଙ୍କ ଉନ୍ମକ୍ତ କାଣ୍ଡ : ମହିଳାଙ୍କର ଗର୍ଭନିରୋଧକ କପର-ଟି ଖୋଲିବାବେଳେ ଔଷଧ ବଦଳରେ ଏସିଡ ଢାଳିଦେଲେ

ମହିଳା ସ୍ୱାସ୍ଥ୍ୟ କର୍ମୀଙ୍କ ଉନ୍ମକ୍ତ କାଣ୍ଡ। ମହିଳାଙ୍କର ଗର୍ଭନିରୋଧକ କପର-ଟି ଖୋଲିବାବେଳେ ଔଷଧ ବଦଳରେ ଏସିଡ ଢାଳିଦେଲେ। ପୀଡିତା ମହିଳା ଜଣଙ୍କ ଉଦଳା ଥାନା ଅନ୍ତର୍ଗତ ବୃନ୍ଦାଗଡ଼ି ଗ୍ରାମର ଶାନ୍ତିଲତା ରାଉତ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅନ୍ତର୍ଗତ ଗଡିଗାଁ ସ୍ୱାସ୍ଥ୍ୟ କେନ୍ଦ୍ରରେ।
ସୂଚନା ଅନୁସାରେ ପୀଡିତା ମହିଳାଙ୍କ ସ୍ୱାମୀ ମାନସ କୁମାର ନାୟକ ଶନିବାର ପୂର୍ବାହ୍ନରେ ପିଡିତାଙ୍କୁ ଗଡିଗାଁ ସ୍ୱାସ୍ଥ୍ୟକେନ୍ଦ୍ରକୁ କପର-ଟି ଖୋଲିବାକୁ ନେଇଥିଲେ। ସେଠାରେ କାର୍ଯ୍ୟ କରୁଥିବା ସ୍ୱାସ୍ଥ୍ୟ କର୍ମଚାରୀ ଜଣଙ୍କ ମହିଳାଙ୍କ ଶରୀରରୁ ଉକ୍ତ କପର-ଟିକୁ ବାହାର କରିବା ପରେ ତ୍ରୁଟିପୂର୍ଣ୍ଣ ଭାବେ ଔଷଧ ବଦଳରେ ଏସିଡ ବ୍ୟବହାର କରିଦେଇଥିଲେ। ଏନେଇ ମହିଳାଙ୍କ ଯନ୍ତ୍ରଣା ଅତ୍ୟଧିକ ହେଉଥିବା ଅଭିଯୋଗ କରିବା ପରେ ତୁରନ୍ତ ବାରିପଦା ପିଆରଏମ୍ ହସ୍ପିଟାଲର ସର୍ଜରି ବିଭାଗରେ ଭର୍ତ୍ତି କରାଯାଇଛି। ଏପରି ତ୍ରୁଟିକୁ ଉକ୍ତ ସ୍ୱାସ୍ଥ୍ୟ କର୍ମଚାରୀ ଜଣଙ୍କ ସ୍ଵୀକାର କରିଥିବା ପୀଡ଼ିତାଙ୍କ ସ୍ୱାମୀ ସୂଚନା ଦେଇଛନ୍ତି।

Comments are closed.