Odisha news

ଜାତୀୟ ଯୁବା ଦିବସରେ ବିବେକାନନ୍ଦଙ୍କର ଏହି ୧୦ କଥା : ଯାହା ବଦଳାଇ ଦେବ ଆପଣଙ୍କ ଭବିଷ୍ୟତ

0

ଭାରତର ଅଗଣିତ ମହାପୁରୁଷଙ୍କ ମଧ୍ୟରେ ଗୋଟିଏ ଜଣାଶୁଣା ନାଁ ହେଉଛି ସ୍ୱାମୀ ବିବେକାନନ୍ଦ l ଏହି ମହାପୁରୁଷଙ୍କ ବାଣୀ ସମଗ୍ର ବିଶ୍ୱର ହୃଦୟକୁ ବିଭୋଳିତ କରିଥିଲା l ଯେଉଁ ବାଣୀରେ ରହିଥିଲା ସ୍ନେହ ,ମମତା ,ଭାତୃଭାଵ ,କର୍ତବ୍ୟ ନିଷ୍ଠା ଓ ମାନବିକତା l

ସ୍ୱାମୀ ବିବେକାନନ୍ଦ ଜାନୁଆରୀ ୧୨ ତାରିଖ ୧୮୬୩ ରେ କଲିକତାରେ ଜନ୍ମ ଗ୍ରହଣ କରିଥିଲେ l ତାଙ୍କର ଜନ୍ମ ଦିବସକୁ ଜାତୀୟ ଯୁବା ଦିବସ ଭାବରେ ସମଗ୍ର ଭାରତରେ ପାଳନ କରାଯାଏ l ତାଙ୍କର ବିଚାର ଧାରା ଏପରି ଥିଲା ଯାହା କି ଗୋଟିଏ ନିରାଶ ବ୍ୟକ୍ତି ଜୀବନରେ ବଞ୍ଚିବାର ମହତ୍ୱ ଜାଗ୍ରତ କରିଥାଏ l

ଜାଣନ୍ତୁ ସେହି ଅମୃତ ବାଣୀ –

*ଯେତେଦିନ ପର୍ଯ୍ୟନ୍ତ ଏହି ପୃଥିବି ପୃଷ୍ଠରେ ବଞ୍ଚି ରହିଛ ସେତେଦିନ ପର୍ଯ୍ୟନ୍ତ ଜ୍ଞାନ ଆହରଣ କର l କାରଣ ଅନୁଭବ ହେଉଛି ସର୍ବଶ୍ରେଷ୍ଠ ଶିକ୍ଷକ l

*ଜୀବନରେ ସଂଘର୍ଷ ଯେତେ ଅଧିକ ରହିବ ,ବିଜୟ ମଧ୍ୟ ସେତେ ଉତ୍ସାହପୂର୍ଣ୍ଣ ହେବ l

*ଜ୍ଞାନ ଆହରଣ ପାଇଁ ଆବଶ୍ୟକ ଏକାଗ୍ରତା ,ଏକାଗ୍ରତା ପାଇଁ ଆବଶ୍ୟକ ଧ୍ୟାନ l ଧ୍ୟାନ ଦ୍ୱାରା ଇନ୍ଦ୍ରିୟ ଉପରେ ସଂଯମ ରଖି ଏକାଗ୍ରତା ପ୍ରାପ୍ତ କରାଯାଏ l

*ପବିତ୍ରତା ,ଧୈର୍ଯ୍ୟ ଓ ଚେଷ୍ଟା ଏହି ତିନୋଟି ଗୁଣ ଥିବା ବ୍ୟକ୍ତି କେଉଁଠି ହାରେ ନାହିଁ l

*ଉଠ ଜାଗ୍ରତ ହୁଅ ଓ ସେତେବେଳ ପର୍ଯ୍ୟନ୍ତ ନିଜର କର୍ମ କରିଚାଲ ଯେତେବେଳ ପର୍ଯ୍ୟନ୍ତ ନିଜର ଲକ୍ଷ ସ୍ଥଳରେ ପହଞ୍ଚି ନାହଁ l

*ଜ୍ଞାନ ଆମ ଭିତରେ ଲୁଚି ରହିଛି କେବଳ ମଣିଷ ତାହାକୁ ଆବିଷ୍କାର କରିବା ଆବଶ୍ୟକ l

*ଗୋଟିଏ ନିର୍ଦ୍ଧିଷ୍ଟ ସମୟରେ ଗୋଟିଏ ନିର୍ଦ୍ଧିଷ୍ଟ କାମ କରନ୍ତୁ l ଆଉ ସେହି ସମୟରେ ନିଜର ସମସ୍ତ ଦକ୍ଷତା ସେହି କାର୍ଯ୍ୟରେ ଦିଅ ,ଆଉ ବାକି ସବୁ ଭୁଲି ଯାଅ l

*ଯେତେବେଳ ପର୍ଯ୍ୟନ୍ତ ତୁମର ନିଜ ଉପରେ ବିଶ୍ୱାସ ଆସିନାହିଁ ,ସେତେବେଳ ପର୍ଯ୍ୟନ୍ତ ତୁମେ ଭଗବାନଙ୍କୁ ମଧ୍ୟ ବିଶ୍ୱାସ କରିପାରିବ ନାହିଁ l

*ଧ୍ୟାନ ଓ ଏକାଗ୍ରତା ହେଉଛି ଭଗବାନଙ୍କ ପାଖରେ ପହଂଚିବାର ଗୋଟିଏ ମାଧ୍ୟମ l

*ଲୋକମାନେ ତୁମର ପ୍ରଶଂସା କରୁଛନ୍ତି କି ନିନ୍ଦା ,ତମେ ତମ ଲକ୍ଷରୁ ହଟିବ ନାହିଁ l ସର୍ବଦା ନ୍ୟାୟ ପଥରେ ରହି ଏହି ପ୍ରାଣୀ ଜଗତର କଲ୍ୟାଣ କର l

Nalco
Leave A Reply