Odisha news

ଗବେଷଣା ରୁ ନୂତନ ଖୁଲାସା : ଭେଜିଟେରିଆନ ଲୋକେ ଅଧିକ ହୋଇ ଥାଆନ୍ତି ବ୍ରେନ ଷ୍ଟ୍ରୋକ ରେ ପ୍ରଭାବିତ , କଣ ରହିଛି ଏହା ପଛର କାରଣ 

0

ଆମେ ଯାହା ବି ଖାଦ୍ୟ ଖାଇଥାଉ ଓ ପିଇଥାଉ ତାହାର ପ୍ରଭାବ ଆମ ସ୍ୱାସ୍ଥ୍ୟ ଉପରେ ପଡିଥାଏ l ସେଥି ପାଇଁ ଡାକ୍ତର ମଧ୍ୟ କହି ଥାଆନ୍ତି ଆମକୁ ଗୋଟିଏ ହେଲଦି ଡାଏଟ ଗ୍ରହଣ କରିବା ଉଚିତ l ଯେଉଁଥିରେ ଭିଟାମିନ ମିନେରାଲ୍ସ , ପ୍ରୋଟିନ , କାର୍ବସ, ଓ ଫାଇବର ଭରପୁର ମାତ୍ରାରେ ରହିଥିବା ଜରୁରୀ l କିନ୍ତୁ କଣ ଆପଣ ଜାଣିଛନ୍ତି ଅନେକ ସମୟରେ ଖାଦ୍ୟରେ ପୋଷାକ ତତ୍ୱ ର କମି କାରଣରୁ ବ୍ରେନ ଷ୍ଟ୍ରୋକ ସମସ୍ୟା ହୋଇଥାଏ l କଣ ରହିଛି ବ୍ରେନ ଷ୍ଟ୍ରୋକ ର ୟର୍ଲି ସାଇନ୍ସ ଓ ଏହାର କାରଣ l

* କଣ ଭେଜିଟେରିଆନ ଲୋକ ଙ୍କୁ ହୋଇଥାଏ ବ୍ରେନ ଷ୍ଟ୍ରୋକ :-
ଆମ ସୋସାଇଟି ରେ ଅଧିକାଂଶ ଲୋକେ ଭେଜିଟେରିଆନ ଅଟନ୍ତି l ଏଣୁ ସେମାନଙ୍କ ନିକଟରେ ଭିଟାମିନ ବି 12 ର କମି ହେବା ସାଧାରଣ କଥା ଅଟେ l ଗବେଷକ ଙ୍କ ମତରେ ଭିଟାମିନ ବି 12 କମିବା ଦ୍ୱାରା ବ୍ରେନ ଷ୍ଟ୍ରୋକ ର ବିପଦ ବଢି ଯାଇଥାଏ , କାହିଁକି ନା ଏହା ହେମୋସିଷ୍ଟିନ କୁ ବୃଦ୍ଧି କରିଥାଏ ଓ ବ୍ଲଡ଼ କୁ କଗ୍ୟୁଲେଟ କରିବାରେ ସାହାଯ୍ୟ କରିଥାଏ l ତେଣୁ ବ୍ରେନ ଷ୍ଟ୍ରୋକ ର ଶିକାର ଅଧିକ ଭେଜିଟେରିଆନ ଲୋକେ ହୋଇ ଥାଆନ୍ତି l
* ବ୍ରେନ ଷ୍ଟ୍ରୋକ ର ୟର୍ଲି ୱାର୍ନିଙ୍ଗ -:
ବ୍ରେନ ଷ୍ଟ୍ରୋକ ହେବା ପୂର୍ବରୁ ଟ୍ରାଞ୍ଜିଷ୍ଟ ସ୍କାମିକ ଅଟକ ହୋଇଥାଏ , ଯାହାକି ମାଇନର ବ୍ରେନ ଷ୍ଟ୍ରୋକ ଅଟେ l ଏଥିରେ ଆକ୍ଷି ର ଦୃଷ୍ଟି ଶକ୍ତି ଚାଲି ଯାଇଥାଏ ଓ କିଛି ସମୟ ପରେ ଠିକ ହୋଇ ଯାଇଥାଏ l ଏହାଛଡା ହାତ ଗୋଡ଼ ଦୁର୍ବଳ ହୋଇ ଅଟକି ଯିବା ଭଳି ଅନୁଭବ ହୋଇଥାଏ l ଏଭଳି ଲକ୍ଷଣ କୁ କଦାପି ଅଣଦେଖା କରିବା ଉଚିତ ନୁହେଁ l ଏଭଳି ଲକ୍ଷଣ ଦେଖାଗଲେ ତୁରନ୍ତ ଡାକ୍ତରଙ୍କୁ ପରମର୍ସ୍ କରିବା ଜରୁରୀ l
* ବ୍ରେନ ଷ୍ଟ୍ରୋକ ର କାରଣ :-
ବ୍ରେନ ଷ୍ଟ୍ରୋକ ର ସବୁଠୁ ବଡ଼ କାରଣ ହେଉଛି ଉଚ୍ଚ ରକ୍ତଚାପ, ଶରୀର ରେ ବ୍ଲଡ଼ ଦ୍ରୁତ ବେଗରେ ପମ୍ପ ହେବା ଦ୍ୱାରା ବ୍ରେନ ପାଇଁ ବିପଦ ପୂର୍ଣ ହୋଇଥାଏ l ଯେତେବେଳେ ବ୍ରେନ ରେ ଠିକ ଭାବରେ ବ୍ଲଡ଼ ପହଂଚି ପରେ ନାହିଁ ଏହା ବ୍ରେନ ଷ୍ଟ୍ରୋକ ର କାରଣ ହୋଇଥାଏ l ଏହାଛଡା ମଧୁମେହ , କଲେଷ୍ଟ୍ରାଲ , ଓ ମୋଟା ହେବା କାରଣରୁ ମଧ୍ୟ ବ୍ରେନ ଷ୍ଟ୍ରୋକ ହୋଇଥାଏ l
* କେଉଁ ସବୁ ଖାଦ୍ୟ ରେ ଭିଟାମିନ ବି 12 ରହିଛି -:
ଏମିତିରେ ବିଶେଷ ଭାବେ ଭିଟାମିନ ବି 12 ଦେଖିବାକୁ ମିଳିଥାଏ ଆମିଷ ଯୁକ୍ତ ଖାଦ୍ୟ ରେ l ସେଗୁଡିକ ହେଲା
– ଅଣ୍ଡା ରେ ପ୍ରତି ୧୦୦ ଗ୍ରମ୍ ବା ୨ ଟି ଅଣ୍ଡା ରେ ୪୬℅ ଭିଟାମିନ ବି 12 ରହିଥାଏ l
– ମାଂସ ରେ ୪୬୭℅ ଭିଟାମିନ ବି 12 ରହିଥାଏ
– ଟୁନା ଫିସ ରେ ୧୦୦ ଗ୍ରାମ ହିସାବରେ ୪୫୩% ଭିଟାମିନ ବି 12 ରହିଥାଏ l
– ସେମନ ଫିସ ରେ ପ୍ରତି ୧୦୦ ଗ୍ରାମ ରେ ୨୦୦% ଭିଟାମିନ ବି 12 ଥାଏ l
– ଡାଏରୀ ପ୍ରଡ଼କ୍ଟ ରେ ୪୬ ପ୍ରତିଶତ ରୁ ଉର୍ଧ୍ଵ ଭିଟାମିନ ବି 12 ରହିଥାଏ l
Leave A Reply