Odisha news

ବାସ୍ତୁ ଟିପ୍ସ : ଘରେ ରଖନ୍ତୁ ଏହି ଗୋଟିଏ ଜିନିଷ, ବୈବାହିକ ଜୀବନ ସୁଖମୟ ହେବା ସହ ଆର୍ଥିକ ଅସୁବିଧା ରୁ ଦୂରେଇ ରହିବ

0
ଜୀବନ ରେ ୨ଟି ଜିନିଷ ର ଗୁରୁତ୍ଵ ରହିଛି ଗୋଟିଏ ହେଲା ସ୍ବାସ୍ଥ୍ୟ ଓ ଅନ୍ୟଟି ହେଲା ଅର୍ଥ । ମଣିଷ ଦିନରାତି ପରିଶ୍ରମ କରିଥାଏ ନିଜର ସମସ୍ତ ଅସୁବିଧା କୁ ଦୂର କରିବା ପାଇଁ । ବାସ୍ତୁ ଅନୁସାରେ ଏମିତି ଅନେକ ଜିନିଷ ବିଷୟରେ କୁହା ଯାଇଥାଏ କିନ୍ତୁ ଆଜି ଆମେ ଗୋଟିଏ ଏପରି ଜିନିଷ ବିଷୟରେ କହୁଛୁ ଯାହା ଆପଣଙ୍କ ବୈବାହିକ ସମ୍ପର୍କ କୁ ସୁନ୍ଦର୍ କରିବା ସହ ଧନ ଅଭାବରୁ ଦୂରେଇ ରଖିଥାଏ ।
* ଚାନ୍ଦୀ ର ମୟୂର ଜୀବନରେ ଆଣିଥାଏ ସୁଖ ସମୃଦ୍ଧି –
 ବେଳେବେଳେ ଅନେକ ଚେଷ୍ଟା ପରେ ମଧ୍ୟ ଆମେ ଧନ ସଞ୍ଚୟ କରି ପାରି ନଥାଉ କିମ୍ବା ଜୀବନରେ ଶାନ୍ତି ସୁଖ ଲାଭ କରି ନଥାଉ । ତେବେ ଘରେ ରଖନ୍ତୁ ଚାନ୍ଦୀ ର ମୟୂର । ବାସ୍ତୁ ଶାସ୍ତ୍ରରେ ଘରେ ଚାନ୍ଦୀ ମୟୂର ରଖିବା ଦ୍ଵାରା ଶୁଭ ଫଳ ପ୍ରାପ୍ତ ହେବ ସହ ଲାଭଦାୟକ ହୋଇଥାଏ ।
* ଆର୍ଥିକ ଅସୁବିଧା କୁ ଦୂର କରିଥାଏ ନାଚୁଥିବା ମୟୂର –
ଯଦି କୌଣସି ବ୍ୟକ୍ତି ଅସୁବିଧା ଦ୍ଵାରା ଘେରି ହୋଇ ରହିଥାଏ । ତେଣୁ ଘରେ ନାଚୁ ଥିବା ଚାନ୍ଦୀ ର ମୟୂର ରଖନ୍ତୁ । ଏହା ଖୁବ୍ ପ୍ରଭାବଶାଳୀ । ଯଦି ବୈବାହିକ ଜୀବନ ରେ ଜୀବନସାଥି ସହିତ ସର୍ବଦା ଗଣ୍ଡଗୋଳ ଦେଖା ଦେଉଛି ତେବେ ଚାନ୍ଦୀ ର ମୟୂର ଯୋଡ଼ା ରଖନ୍ତୁ । ଏପରି କରିବା ଦ୍ବାରା ଘରକୁ ସକାରାତ୍ମକ ଶକ୍ତି ଆସିଥାଏ ।
* ଡ୍ରଇଂ ରୁମ ରେ ଚାନ୍ଦୀ ମୟୂର ରଖିବା ଦ୍ଵାରା ଆସିଥାଏ ସୁଖ ସମୃଦ୍ଧି –
ବାସ୍ତୁ ଅନୁସାରେ ଘରର ଡ୍ରଇଂ ରୁମ ରେ ଚାନ୍ଦୀ ର ମୟୂର ରଖିବା ଦ୍ଵାରା ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ । ତା ସହିତ ପରିବାର ସଦସ୍ୟ ଙ୍କ ମଧ୍ୟରେ ଏକତା ରହିଥାଏ ।
Leave A Reply