Odisha news

ଆସିଗଲା ୟୁଟ୍ୟୁବ ର ନୂଆ ନିୟମ : ବର୍ତମାନ ଲାଇଭ ସ୍ଟ୍ରିମିଙ୍ଗ କରି ପାରିବେ ନାହିଁ ଏହିସବୁ ବ୍ୟକ୍ତି

0

ୟୁଟ୍ୟୁବ ନିଜର ଲାଇଭ ସ୍ଟ୍ରିମିଙ୍ଗ ପଲିସୀ ରେ ବଡ଼ ପରିବର୍ତ୍ତନ କରିଛି, ଜୁଲାଇ ୨୨ ରୁ ଲାଗୁ ହୋଇଥିବା ଏହି ନୂଆ ନିୟମ ଅନୁସାରେ ବର୍ତମାନ କୌଣସି ବ୍ୟକ୍ତି ସେତେବେଳେ ନିଜ ଚ୍ୟାନେଲ ଲାଇଭ ସ୍ତୃମିଙ୍ଗ କରିବା ପାଇଁ ଯୋଗ୍ୟ ହେବ ଯେତେବେଳେ ତାର ବୟସ ୧୬ ବର୍ଷ ହେବ, ପ୍ରଥମେ ବୟସ ସୀମା ୧୩ ବର୍ଷ ରୁ ୧୫ ବର୍ଷ  ଥିଲା l

କଣ ରହିଛି ନୂଆ ନିୟମ –
YouTube ର ଗାଇଡ଼ ଲାଇନ ଅନୁସାରେ ଯଦି କେହି ୧୬ ବର୍ଷରୁ କମ ଆୟୁର ୟୁଟ୍ୟୁବର ଅଛନ୍ତି ତେବେ ସେ କୌଣସି ବୟସ୍କ ଙ୍କ ଅଧୀନରେ ଲାଇଭ ଷ୍ଟ୍ରିମ କରିପାରିବେ, ଯେପରିକି ସେହି ବୟସ୍କ ଜଣଙ୍କ ଚ୍ୟାନେଲ ର ଏଡିଟର, ମ୍ୟାନେଜର କିମ୍ବା ମାଲିକ ହୋଇଥିବା ଆବଶ୍ୟକ l

ବର୍ତମାନ ବଢିବ ଫ୍ୟାମିଲି ଲାଇଭ ଷ୍ଟ୍ରିମ ର ଟ୍ରେଣ୍ଡ –
ଏହି ପରିବର୍ତ୍ତନ ଦ୍ୱାରା ସିଧା ସଳଖ ପ୍ରଭାବ ପରିବାର ଉପରେ ପଡିବ, ପରିବାରର ସଦସ୍ୟ ମାନେ ମିଳିତ ଭାବରେ ଲାଇଭ ଷ୍ଟ୍ରିମ କରିବେ, କାହିଁକି ନା ବର୍ତମାନ ୧୬ ବର୍ଷରୁ କମ ଆୟୁର ପିଲା ମାନେ ଆୟୁ ଲାଇଭ ଆସିପାରିବେ ନାହିଁ, ତେଣୁ ପିତାମାତା ତାଙ୍କ ସହିତ ଲାଇଭ ରେ ଉପସ୍ଥିତ ରହିବେ l ଏବଂ ପିତାମାତା ଙ୍କର ଡିଜିଟାଲ ତାଳମେଳ ମଧ୍ୟ ଠିକ ରହିବ l

ଏହାଦ୍ୱାରା ପିଲାମାନଙ୍କ ସୁରକ୍ଷା ସୁନିଶ୍ଚିତ ଓ ପରିବାର ସଦସ୍ୟ ଙ୍କ ସହିତ ପିଲାମାନେ ସମୟ ମଧ୍ୟ ଅତିବାହିତ କରିପାରିବେ , ଯାହାକି ଡିଜିଟାଲ ଯୁଗରେ ଗୋଟିଏ ନୂଆ ଅଧ୍ୟାୟ ହେବ l ଏହା ସେହି ପରିବାର ସଦସ୍ୟ ଙ୍କ ପାଇଁ ଲାଭ ଦାୟକ ହେବ, ଯେଉଁମାନେ ୟୁଟ୍ୟୁବ କୁ ଗୋଟିଏ ସଠିକ ବ୍ୟବସାୟ ଭାବରେ ବ୍ୟବହାର କରୁଛନ୍ତି l

Nalco
Leave A Reply