Odisha news

କେଉଁ ପରିସ୍ରାର ଦୁର୍ଗନ୍ଧ କେଉଁ ରୋଗକୁ ସୂଚେଇ ଥାଏ

0

ଅନେକ ସମୟରେ ଆମେ ପରୀସ୍ରାରୁ ଦୁର୍ଗନ୍ଧ ଅନୁଭବ କରିଥାଉ ଏବଂ ତାହାକୁ ହାଲୁକାରେ ନେଇ ଅଣଦେଖା କରିଦେଇ ଥାଉ l ଯାହାକି ଠିକ ନୁହେଁ, ଯଦି ପରୀସ୍ରାରୁ ଏମୋନିଆ ର ଦୁର୍ଗନ୍ଧ ଆସୁଛି ତେବେ ଏହା ପରିସ୍ରା ନଳୀରେ ଗମ୍ଭୀର ସଂକ୍ରମଣ ର କାରଣ ହୋଇପାରେ l ଯାହାକୁ କି UTI ର ସଂକେତ ବୋଲି କୁହାଯାଇ ଥାଏ l ଗନ୍ଧ ରୁ ଜଣାପଡି ଥାଏ ପରିସ୍ରାରେ ବ୍ୟାକ୍ଟେରିଆ ରହୁଛି ଏବଂ ଯେଉଁ କାରଣରୁ କିଡ୍ନୀ ଓ ଯୁଥେରା ରେ ଇନଫେକ୍ସନ ର ବିପଦ ବଢ଼ିଯାଇ ଥାଏ l ୟୁଟିଆଇ ସମସ୍ୟା ଶରୀରରେ ଦେଖାଯିବା ଦ୍ୱାରା ପରିଶ୍ରା ନାଲି ମଧ୍ୟ ଦେଖା ଯାଇଥାଏ l

– ପରିସ୍ରା କରିବା ସମୟ ରେ ଅନେକ ସମୟରେ ଯନ୍ତ୍ରଣା ଅନୁଭବ ହୋଇଥାଏ ଏବଂ ବାରମ୍ବାର ପରିସ୍ରା ଲାଗିଥାଏ l ଜ୍ୱର ସହିତ ମାନସିକ ଚାପ ମଧ୍ୟ ଏହା ସହିତ ଜଡିତ ଅଟେ l ଏହା ୟୁଟିଆଇ ର ସଂକେତ ହୋଇଥାଏ l ଏବଂ ଏହି ସମସ୍ୟା ଆଜିର ସମୟ ରେ ଗୋଟିଏ ସାଧାରଣ ସମସ୍ୟା ଅଟେ, କିନ୍ତୁ ଏହାକୁ ଅଣଦେଖା ଆଦୌ କରିବା ଉଚିତନୂହେଁ l

– ପରିସ୍ରା ରେ ଏମୋନିଆ ର ଗନ୍ଧ ଶରୀରରେ ଡିହାଇଡ୍ରେସନ ସମସ୍ୟା ରହିବା ଦ୍ୱାରା ମଧ୍ୟ ହୋଇଥାଏ, ଏବଂ ଶରୀରରେ ଭିଟାମିନ ର କମି ରହିବା ଦ୍ୱାରା ମଧ୍ୟ ପରିସ୍ରା ରେ ଦୁର୍ଗନ୍ଧ ଆସିଥାଏ l ଯଦି ଏଭଳି ସମସ୍ୟା ରହୁଛି ତେବେ ଆପଣ ତୁରନ୍ତ ଡାକ୍ତରଙ୍କୁ ଦେଖାଇବା ଜରୁରୀ l

– କେଉଁ ଦୁର୍ଗନ୍ଧ କେଉଁ ରୋଗର ସଂକେତ ଦେଇଥାଏ –
– ଯଦି ପରିସ୍ରା ଏମୋନିଆ ର ଦୁର୍ଗନ୍ଧ ହେଉଛି ତେବେ ଏହା ୟୁଟିଆଇ ସମସ୍ୟା l

– ଯଦି ପରିସ୍ରା କୌଣସି ଫଳ ଭଳି ଦୁର୍ଗନ୍ଧ ହେଉଛି ତେବେ ଏହା ମଧୁମେହ ସମସ୍ୟା l

– ଯଦି ପରିସ୍ରା ରୁ ସଲଫର ର ଦୁର୍ଗନ୍ଧ ଆସୁଛି ତେବେ କିଡ୍ନୀ ସମସ୍ୟା ର କାରଣ ଅଟେ l

UTI ର ଲକ୍ଷଣ –
ୟୁରିନରୀ ଟ୍ରାକ ରେ ଇନଫେକ୍ସନ ହୋଇ ପରିସ୍ରା ସମୟ ରେ ପୋଡିବା ଦ୍ୱାରା ୟୁଟିଆଇ ର ଏହା ଲକ୍ଷଣ ହୋଇଥାଏ l ଏବଂ ୟୁଟିଆଇରେ ସଂକ୍ରମଣ ଯୋଗୁଁ ପରିଶ୍ରା ବହଳିଆ ବା ମୋଟା ହେବା ସହିତ ଦୁର୍ଗନ୍ଧ ମଧ୍ୟ ହୋଇଥାଏ l
ଖୁବ କମ ବ୍ୟବଧାନରେ ପରିସ୍ରା ଲାଗିବା ଠିକ ନୁହେଁ, ଯଦି ଏଭଳି ହେଉଛି ତେବେ ଏହାଦ୍ୱାରା ୟୁଟିଆଇ ଲକ୍ଷଣ ବୋଲି ଧରାଯାଇ ଥାଏ l ଏବଂ ପରିସ୍ରାର ମାତ୍ରା ଯଦି କମ ରହୁଛି ଏହା ମଧ୍ୟ ଠିକ ସଂକେତ ନୁହେଁ l
ମହିଳା ମାନଙ୍କର ୟୁଟିଆଇ ଯଦି ସଂକ୍ରମିତ ରହିଥାଏ ତେବେ ପେଲଭିସ ଯାହାକି ପେଟର ତଳ ପାର୍ଶ୍ୱ ଅଟେ ଏହା ଅଧିକ ଯନ୍ତ୍ରଣା ହୋଇଥାଏ l ଏବଂ ପୁରୁଷ ମାନଙ୍କର ରେକଟମ ରେ ଯନ୍ତ୍ରଣା ହୋଇଥାଏ l
ଯଦି ୟୁଟିଆଇ ସମସ୍ୟା ଗମ୍ଭୀର ଭାବରେ ବଢି ଯାଇଥାଏ ତେବେ ଏହି କାରଣରୁ ପିଠିରେ ଯନ୍ତ୍ରଣା, ଜ୍ୱର, ବାନ୍ତି ଭଳି ସମସ୍ୟା ଦେଖା ଯାଇଥାଏ l

Leave A Reply