Odisha news

ଶରୀରର ଏହିସବୁ ଲକ୍ଷଣ ଦେଖାଗଲେ ହୋଇଥାଏ ୟୁରିକ ଏସିଡର କାରଣ, ଆପଣାନ୍ତୁ ଏହିସବୁ ଘରୋଇ ଉପାୟ

0

ୟୁରିକ ଏସିଡ ଆମ ଶରୀରର ଥିବା ଗୋଟିଏ ପ୍ରକାରର କେମିକାଲ l ଏହା ପ୍ୟୁରିନ ନାମକ ପ୍ରୋଟିନ ନଷ୍ଟ ହେବାଦ୍ବାରା ବୃଦ୍ଧି ପାଇଥାଏ, ଯାହା ଗୋଟିଏ ୱେଷ୍ଟ ପ୍ରଡକ୍ଟ ଅଟେ l ସାଧାରଣତଃ କିଡ୍ନୀ ଏହାକୁ ଫିଲ୍ଟର କରି ମୂତ୍ର ମାର୍ଗର ରାସ୍ତାରୁ ବାହାର କରିଥାଏ l କିନ୍ତୁ ଅଧିକାଂଶ ସମୟ କିଡ୍ନୀ ଏହାକୁ କରିବା ପାଇଁ ସକ୍ଷମ ହୋଇ ନଥାଏ l ଗବେଷକ ମାନଙ୍କ ମତରେ ଏହାର ଅନେକ ଗୁଡିଏ କାରଣ ରହିଥାଏ l ଯେତେବେଳେ ଆମ ଶରୀରରୁ ଆବଶ୍ୟକତା ଠାରୁ ଅଧିକ ୟୁରିକ ଏସିଡ ପ୍ରଡ୍ୟୁସ ହୋଇଥାଏ କିଡ୍ନୀ ଠିକ ଭାବରେ କାମ କରି ନଥାଏ l ଯେଉଁ କାରଣରୁ ଗଣ୍ଠି ଗୁଡିକରେ ଅସହନୀୟ ଯନ୍ତ୍ରଣା ଅନୁଭୂତ ହୋଇଥାଏ l

* ସୁଗାର ଓ ଆଲକୋହଲ –
ଗବେଷକ ମାନଙ୍କ ମତରେ ଯଦି ଆପଣଙ୍କ ଶରୀରରେ ୟୁରିକ ଏସିଡ ସ୍ତର ବୃଦ୍ଧି ପାଉଛି ତେବେ ଆପଣଙ୍କୁ ସୁଗାର ଓ ଆଲକୋହଲ ଛାଡିବାକୁ ପଡିବ l କାରଣ ଏହାଦ୍ୱାରା ଶରୀରରେ ଦ୍ରୁତ ଗତିରେ ୟୁରିକ ଏସିଡ ବୃଦ୍ଧି ପାଇଥାଏ l

* ଫାଇବର ଅଧିକ ସେବନ କରନ୍ତୁ –
ୟୁରିକ ଏସିଡ ନିୟନ୍ତ୍ରିତ କରିବା ପାଇଁ ଆପଣଙ୍କୁ ଫାଇବର ରେ ପ୍ରସ୍ତୁତ ଖାଦ୍ୟ ସେବନ କରିବା ଆବଶ୍ୟକ l ଆପଣ ବ୍ରେଡ ଆଦୌ ଖାଇବେ ନାହିଁ ଓ ଯାହାବି ଖାଇବେ ତାହା ସମ୍ପୂର୍ଣ ରନ୍ଧା ଯାଇଥିବା ଆବଶ୍ୟକ l

* ପ୍ରଚୁର ପାଣି ପିଇବା ଉଚିତ –
କିଡ୍ନୀ କୁ ଠିକ କରିବା ପାଇଁ ଆପଣଙ୍କୁ ଶରୀରର ଆବଶ୍ୟକତା ଅନୁଯାଇ ପାଣି ପିଇବା ଉଚିତ l କାରଣ ଆମ ଶରୀରକୁ ଉପଯୁକ୍ତ ମାତ୍ରାରେ ପାଣିର ଆବଶ୍ୟକତା ସବୁବେଳେ ରହିବା ଉଚିତ l ଯଦି ଆପଣଙ୍କ ଶରୀରରେ ଠିକ ମାତ୍ରାରେ ପାଣି ରହିବ ତେବେ କିଡ୍ନୀ ମଧ୍ୟ ଠିକ ଭାବରେ କାମ କରିବ ଓ ସମସ୍ତ ୱେଷ୍ଟ ପ୍ରଡକ୍ଟ କୁ ଶରୀରରୁ ବାହାର କରି ପାରିବ l

* ଚିନ୍ତା ଠାରୁ ଦୁରେଇ ରୁହନ୍ତୁ –
ମାନସିକ ଚିନ୍ତା ଅଧିକ ବଢିବା ଦ୍ୱାରା ୟୁରିକ ଏସିଡ ସ୍ତର ବୃଦ୍ଧି ପାଇଥାଏ l କାରଣ ଚିନ୍ତା ଆମର ସମଗ୍ର ଶରୀରରେ ପ୍ରଭାବ ପକାଇଥାଏ l ଏହାଦ୍ୱାରା ଓଜନ ମଧ୍ୟ ବୃଦ୍ଧି ହେବାକୁ ଲାଗିଥାଏ l

* ବ୍ୟାୟାମ ଓ ଯୋଗ –
ଯୋଗ ଦ୍ୱାରା ମଧ୍ୟ ଆପଣଙ୍କ ଶରୀରରେ ୟୁରିକ ଏସିଡ ସ୍ତର ହ୍ରାସ ପାଇଥାଏ l କିନ୍ତୁ ଆପଣଙ୍କୁ କୌଣସି ଯୋଗା ଟ୍ରେନର ଙ୍କ ସମ୍ପର୍କ ରେ ରହି ନିୟମିତ ଯୋଗ କରିବା ଉଚିତ l

* ନର୍ମାଲ ସ୍ତର କେତେ ରହିବ –
ଆମ ଶରୀରରେ ୟୁରିକ ଏସିଡ ସ୍ତର ୩.୫ – ୭.୨ ମିଲିଗ୍ରାମ ମଧ୍ୟରେ ରହିବା ଉଚିତ l ଯଦି ଏତିକିରୁ ବୃଦ୍ଧି ପାଇଥାଏ ତେବେ ଏହାକୁ ହାଇ ୟୁରିକ ଏସିଡ କୁହାଯାଇ ଥାଏ l

Govt
Leave A Reply