Odisha news

ମାସିକ ଧର୍ମ ସମୟରେ ମହିଳା ମାନଙ୍କୁ ବିଶେଷ ଭାବରେ ଏହିସବୁ ଖାଦ୍ୟକୁ ସେବନ କରିବା ଆବଶ୍ୟକ, କଣ ରହିଛି ଏହା ପଛର କାରଣ

0

ମହିଳା ମାନଙ୍କର ମାସିକ ଧର୍ମ ସମୟରେ ସେମାନଙ୍କୁ ମୁଣ୍ଡ ବୁଲାଇବା, ଥକା ଲାଗିବା, ଚିଡିଚିଡା ଲାଗିବା ଭଳି ବିଭିନ୍ନ ସମସ୍ୟା ଦେଖା ଦେଇଥାଏ l ଅଧିକାଂ ସମୟରେ ଅଧିକ କଷ୍ଟସାଧ୍ୟ ମଧ୍ୟ ହୋଇଥାଏ l ଯାହାର ସିଧାସଳଖ ପ୍ରଭାବ ଶରୀର ଉପରେ ପଡିଥାଏ l ଗବେଷକ ମାନଙ୍କ ମତରେ ମହିଳାମାନେ ବିଶେଷ ଭାବରେ ତାଙ୍କର ଖାଦ୍ୟ ପେୟ ଦ୍ୱାରା ପ୍ରଭାବିତ ହୋଇଥାଏ l ତେଣୁ ଏହିସବୁ କିଛିଟା ଖାଦ୍ୟ ପଦାର୍ଥକୁ ନିଜ ଡାଏଟ ରେ ସାମିଲ କରିବା ଆବଶ୍ୟକ l

* ଦହି –
ଦହିରେ କ୍ୟାଲସିୟମ ରହିଛି ଓ ଏହା ଆପଣଙ୍କ ମାଂସପେଶୀକୁ ଆରାମ ଦେବାରେ ସାହାଯ୍ୟ କରିଥାଏ l ଯାହା ଋତୁସ୍ରାବ ସମୟରେ ଯନ୍ତ୍ରଣା କମାଇ ଥାଏ l ଏହାକୁ ସେବନ କରିବା ଦ୍ୱାରା ପିରିୟ୍ଡ଼ସ ସମୟରେ ହାପି ହର୍ମୋନ ଉତ୍ପର୍ଣ୍ଣ ହୋଇଥାଏ l ଯାହା ଆପଣଙ୍କ ଚିଡିଚିଡା ଭାବକୁ ଦୂର କରିବାରେ ସାହାଯ୍ୟ କରିଥାଏ l ଦହି ସବୁବେଳେ ମଧ୍ୟାହ୍ନ ଭୋଜନ ସମୟରେ ସେବନ କରିବା ଉଚିତ l

* ଚକୋଲେଟ –
ଡାର୍କ ଚକଲେଟରେ ଆଣ୍ଟି ଆକ୍ସିଡେଣ୍ଟ ଓ ମଗ୍ନେଶୀୟମ ରହିଛି l ଯାହା ମୁଡ଼ ସୁଇଙ୍ଗ କୁ କମାଇ ଥାଏ ଓ ଶେରୋଟୋନିନ କୁ ରିଲିଜ କରିଥାଏ l ଋତୁସ୍ରାବ ସମୟରେ ଅଧିକ ଅସୁବିଧା ହେଲେ ଆପଣ ଚକୋଲେଟ ସେବନ କରନ୍ତୁ l

* ମଦ –
ମଦ୍ୟ ରକ୍ତକୁ ପତଳା କରିବାରେ ସାହାଯ୍ୟ କରିଥାଏ, ଯାହା ଆପଣଙ୍କ ବ୍ଲିଡିଂ କୁ ବଢ଼ାଇ ଥାଏ l ଯେଉଁ କାରଣରୁ ଅଧିକ ସ୍ରାବ ହୋଇଥାଏ l ତେଣୁ ଋତୁସ୍ରାବ ସମୟରେ ମଦ୍ୟପାନ କରିବା ଉଚିତ ନୁହେଁ l

* ମିଠା ଜିନିଷ –
ମାସିକ ଋତୁସ୍ରାବ ସମୟରେ ମିଠା ଜିନିଷ ଖାଇବା ପାଇଁ ଅଧିକାଂଶ ମହିଳାଙ୍କୁ ଇଛା ହୋଇଥାଏ l ଏହା ଆପଣଙ୍କ ବିରକ୍ତି ଭାବକୁ କମ କରିଥାଏ l ତେଣୁ ଋତୁସ୍ରାବ ସମୟରେ ମିଠା ଜିନିଷ ଖାଇ ଆପଣ ନିଜର ମାନସିକ ଚିନ୍ତା ଦୂର କରି ପାରିବେ l

Govt
Leave A Reply