Odisha news

ଜୀବନ ମନ୍ତ୍ର : ନିଜର ସ୍ୱପ୍ନକୁ ସାକାର କରିବା ପାଇଁ ଗ୍ରହଣ କରନ୍ତୁ ଏହି ୪ଟି ମନ୍ତ୍ରକୁ

0

ସବୁ ମଣିଷଙ୍କ ଜୀବନରେ କିଛିନା କିଛି ସ୍ବପ୍ନ ରହିଥାଏ,କାରଣ ବିନା ସ୍ୱପ୍ନରେ ମଣିଷ କଦାପି ନିଜର ଲକ୍ଷରେ ପହଂଚି ପାରି ନଥାଏ l ଜଣେ ମଣିଷର ଜୀବନ ରେ ସ୍ବପ୍ନ ହିଁ ତାକୁ ନୂତନ ଦିଗର ଆଲୋକ ଦେଖାଇବାରେ ସକ୍ଷମ ହୋଇଥାଏ l ଆଉ ଯେଉଁ ମଣିଷ ସ୍ବପ୍ନ ଦେଖି ନଥାଏ ସେ ଲକ୍ଷ୍ୟହୀନ ଅଟେ l ତେଣୁ ଜାଣିବାର ଆବଶ୍ୟକ ଯେ ସ୍ବପ୍ନ କୁ ସାକାର କଲେ ହିଁ ମଣିଷ ନିଜର ଲକ୍ଷରେ ପହଂଚି ଥାଏ l

* ଜଣେ ଛୋଟପିଲା ଯେତେବେଳେ ନିଜର ଜୀବନ ଆରମ୍ଭ କରିଥାଏ ସେତେବେଳେ ସେ ନିଜର ପିତାମାତାଙ୍କ ତତ୍ୱାବଧାନରେ ଆରମ୍ଭ କରିଥାଏ l ସେହି ସମୟରେ ମାତାପିତା ତାକୁ ବିଭିନ୍ନ ଆଧ୍ୟାତ୍ମିକ ଘଟଣା ଓ ଐତିହାସିକ ଘଟଣା ଶୁଣାଇବା ଆବଶ୍ୟକ l ଯାହା ତାକୁ ଛୋଟ ବେଳରୁ ସ୍ବପ୍ନ ଦେଖି ନିଜ ଲକ୍ଷ ହାସଲ କରିବାରେ ସାହାଯ୍ୟ କରିବ l

* ଏହାପରେ ଆସିବ ଗୋଟିଏ ଛାତ୍ର ଜୀବନ l ଛାତ୍ର ଜୀବନରେ ସବୁଠୁ ମୁଖ୍ୟ ବ୍ୟକ୍ତି ହେଲେ ଗୋଟିଏ ଛାତ୍ର ପାଇଁ ତାର ଗୁରୁ l ଗୁରୁ ହିଁ ଛାତ୍ରର ପଥ ପ୍ରଦର୍ଶକ, ତେଣୁ ଗୁରୁଙ୍କ ତତ୍ୱାବଧାନରେ ରହି ଗୋଟିଏ ଛାତ୍ର ନିଜ ଜୀବନର ମୂଲ୍ୟକୁ ବୁଝି ପାରି ଥାଆନ୍ତି l ତେଣୁ ଗୁରୁ ଛାତ୍ରକୁ ସ୍ବପ୍ନ ସାକାର କରିବା ପାଇଁ ଉପଯୁକ୍ତ ତାଲିମ ଦେଇ ଥାଆନ୍ତି l

* ଏହାପରେ ପିଲାଟି ନିଜର ସ୍ବପ୍ନ ପାଇଁ ଚେଷ୍ଟା କରିବା ଆବଶ୍ୟକ l କାରଣ ଯଦି ଆପଣ ଦୌଡିବା ପାଇଁ ଇଛା ରଖିଛନ୍ତି ତେବେ ଚେଷ୍ଟା ନକରି ପାଦ ନପକାଇଲେ କିପରି ଦୌଡ଼ିବେ l ତେଣୁକରି ଆପଣଙ୍କୁ ସାହସ ଯୁଟାଇ ପାଦ ଉଠାଇ ଦୌଡିବାକୁ ପଡିବ l ପରିସ୍ଥିତି ଯାହାବି ହେଉ ସାହସ ଓ ପରିଶ୍ରମ ସର୍ବ ପ୍ରଥମେ ଆବଶ୍ୟକ l

* ସାହସ ଗୋଟିଏ ଏପରି ପ୍ରକୃତି ମଣିଷକୁ ଆଗକୁ ବଢ଼ିବାରେ ସାହସ ଓ ଉଦ୍ଧିପନା ଦେଇଥାଏ l ତେଣୁ ଯେ କୌଣସି କାର୍ଯ୍ୟ କରିବାକୁ ଚାହୁଁଛନ୍ତି କିମ୍ବା ନିଜର ଲକ୍ଷକୁ ପୁରା କରିବାକୁ ଚାହୁଁଛନ୍ତି ତେବେ ଚେଷ୍ଟା,ସାହସ,ଧର୍ଯ୍ୟ,ପରିଶ୍ରମ ଏହି ସବୁ ମନ୍ତ୍ରକୁ ନିଜ ସହିତ ନେଇ ଆଗକୁ ବଢନ୍ତୁ l ତେବେ ଯାଇ ସ୍ୱପ୍ନକୁ ସାକାର କରି ପାରିବେ l

Leave A Reply