ଶୀତଋତୁ ଆସି ଗଲାଣି l ଏହି ସମୟରେ ଅଧିକାଂଶ ରୋଗ ସହିତ ୟୁରିକ ଏସିଡ ବଢିବାର ମଧ୍ୟ ଅଧିକ ସମ୍ଭାବନା ରହିଥାଏ l ଯେଉଁ କାରଣରୁ ଆଣ୍ଠୁ ଗଣ୍ଠି ରେ ଯନ୍ତ୍ରଣା ସମସ୍ୟା ଦେଖା ଦେଇଥାଏ l ଯଦି ଏପରି ସ୍ଥିତି ରେ ଆପଣ ୟୁରିକ ଏସିଡ କୁ ନିୟନ୍ତ୍ରିତ କରିବାକୁ ଚାହୁଁଛନ୍ତି ତେବେ କିଛିଟା ଖାଦ୍ୟକୁ ପ୍ରତିଦିନ ସେବନ କରନ୍ତୁ l ଆସନ୍ତୁ ଜାଣିବା ସେହି ଖାଦ୍ୟ ଗୁଡିକ କଣ l
* କାକୁଡି ରସ – କାକୁଡି ଆମକୁ ସବୁ ଋତୁରେ ଖୁବ ସହଜରେ ମିଳି ଯାଇଥାଏ l କାକୁଡି ସ୍ୱାସ୍ଥ୍ୟ ପାଇଁ ଯେତିକି ହିତକର ୟୁରିକ ଏସିଡ ସ୍ତରକୁ ମଧ୍ୟ ଖୁବ ଭଲ ଭାବରେ ନିୟନ୍ତ୍ରିତ କରିଥାଏ l କାକୁଡି ରେ ଅଧିକ ମାତ୍ରାରେ ପୋଟାସିୟମ ଓ ଫସଫରସ ରହିଛି l ଯାହା ୟୁରିକ ଏସିଡ ଲେବୁଲ କୁ କମାଇବାରେ ସାହାଯ୍ୟ କରିଥାଏ l ଯଦି ଏହାର ରସ ପିଇବାକୁ ଚାହୁଁ ନାହାନ୍ତି ତେବେ ସାଲାଡ଼ ଭାବରେ ସେବନ କରନ୍ତୁ l
* ବ୍ଲାକ କଫି ସେବନ – ବ୍ଲାକ କଫି ନିୟମିତ ସେବନ କରିବା ଦ୍ୱାରା ୟୁରିକ ଏସିଡ ନିୟନ୍ତ୍ରିତ ହୋଇଥାଏ l ଏଥିରେ ଅନେକ ପ୍ରକାରର ଆଣ୍ଟି ଅକ୍ସିଡେଣ୍ଟ ରହିଛି l ଯାହା ୟୁରିକ ଏସିଡ ସ୍ତରକୁ ସାମାନ୍ୟ କରିବାରେ ସାହାଯ୍ୟ କରିଥାଏ l ଏହା ବ୍ୟତୀତ ଏହାକୁ ସେବନ କରିବା ଦ୍ୱାରା ଓଜନ ମଧ୍ୟ ହ୍ରାସ ହୋଇଥାଏ l
* ପଇଡ଼ ପାଣି – ପଇଡ଼ ପିଇବାକୁ ପ୍ରାୟ ସମସ୍ତେ ପସନ୍ଦ କରି ଥାଆନ୍ତି l ପଇଡ଼ ପାଣି ନିୟମିତ ସେବନ କରିବା ଦ୍ୱାରା ବଢିଥିବା ୟୁରିକ ଏସିଡ ନିୟନ୍ତ୍ରିତ ହୋଇଥାଏ l ଏହା ଶରୀରକୁ ଅନେକ ଲାଭ ମଧ୍ୟ ଦେଇଥାଏ l କିନ୍ତୁ ପଇଡ଼ ପାଣି ସବୁବେଳେ ସକାଳ ଜଳଖିଆ ଖାଇବା ପରେ ସେବନ କରିବା ଆବଶ୍ୟକ l
* ଆମର ଶୀତଋତୁରେ ଫିଜିକାଲ ଆକ୍ଟିଭିଟି କମି ଯାଇଥାଏ, ଯେଉଁ କାରଣରୁ ଶରୀରରେ ୟୁରିକ ଏସିଡ ଅଧିକ ବୃଦ୍ଧି ପାଇଥାଏ l ଏହାକୁ ସନ୍ତୁଳନ ରଖିବା ପାଇଁ ନିୟମିତ ଭାବରେ ଖାଦ୍ୟ ଶୈଳୀ ରେ ପରିବର୍ତନ କରିବା ନିହାତି ଜରୁରୀ l

Comments are closed.