Odisha news

ଉତ୍ତରପ୍ରଦେଶରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ : ଶପଥ ନେଲେ ୪ ନୂଆ ମନ୍ତ୍ରୀ

0

ଦୀର୍ଘ ଦିନର ପ୍ରତୀକ୍ଷା ପରେ ଆଜି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ହୋଇଛି। ଏହି ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣରେ ୪ ଜଣ ବିଧାୟକ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ସୁହେଲଦେବ ଭାରତୀୟ ସମାଜ ପାର୍ଟିର ସଭାପତି ଓମ୍ ପ୍ରକାଶ ରାଜଭର, ସାବିବାବାଦର ସୁନୀଲ ଶର୍ମା, ଦାରା ସିଂ ଚୌହାନ ଏବଂ ଆରଏଲଡି କୋଟା ଅନିଲ କୁମାରଙ୍କୁ ଯୋଗୀ କ୍ୟାବିନେଟରେ ସାମିଲ କରାଯାଇଛି

ଯୋଗୀ ୨.୦ ସରକାରରେ ମନ୍ତ୍ରୀ ହେବା ପାଇଁ ସୁହେଲଦେବ ଭାରତୀୟ ସମାଜ ପାର୍ଟି (ଏସବିଏସପି) ସଭାପତି ଓମ୍ ପ୍ରକାଶ ରାଜଭରଙ୍କୁ ଦୀର୍ଘ ସମୟ ଅପେକ୍ଷା କରିବାକୁ ପଡ଼ିଥିଲା। ଜୁଲାଇ ୨୦୨୩ରେ ରାଜଭର ଅମିତ ଶାହାଙ୍କୁ ଭେଟିବାକୁ ଯାଇଥିଲେ, ସେବେଠାରୁ ରାଜଭର ମନ୍ତ୍ରୀ ହେବା ନେଇ କଳ୍ପନାଜଳ୍ପନା ଚାଲିଥିଲା। ଆଜି ଓମ୍ ପ୍ରକାଶ ରାଜଭର ଗଣମାଧ୍ୟମକୁ କହିଛନ୍ତି ଯେ ସେ ଜୁଲାଇରେ ହିଁ ୬ ଯୋଡ଼ା ନୂଆ ପୋଷାକ ସିଲେଇ କରିଥିଲେ। ଓମ୍ ପ୍ରକାଶ ରାଜଭର ୨୦୧୭ରେ ଯୋଗୀ ସରକାରରେ ମନ୍ତ୍ରୀ ଥିଲେ, ପରେ ସେ ଇସ୍ତଫା ଦେଇଥିଲେ।

ସିଏମ ଯୋଗୀ ଆଜି ତାଙ୍କ କ୍ୟାବିନେଟରେ ୪ ଜଣ ନୂଆ ମନ୍ତ୍ରୀଙ୍କୁ ସାମିଲ କରିଛନ୍ତି, ସେମାନଙ୍କ ମଧ୍ୟରୁ ଦୁଇ ଜଣ ନେତା ପଛୁଆ ବର୍ଗରୁ ଆସିଥିବା ବେଳେ ଜଣେ ଦଳିତ ଏବଂ ଜଣେ ବ୍ରାହ୍ମଣ । ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣରେ ଜାତିଗତ ସମୀକରଣ ପ୍ରତି ସମ୍ପୂର୍ଣ୍ଣ ଧ୍ୟାନ ଦିଆଯାଇଥିବା ସ୍ପଷ୍ଟ ହୋଇଛି। ଆଗାମୀ ନିର୍ବାଚନରେ ଉତ୍ତରପ୍ରଦେଶର ସମସ୍ତ ୮୦ଟି ଆସନ ଜିତିବା ପାଇଁ ବିଜେପି ରଖିଥିବା ଲକ୍ଷ୍ୟକୁ ଧ୍ୟାନ ରଖି ମୁଖ୍ୟମନ୍ତ୍ରୀ ଯୋଗୀ ଏହି ସଂପ୍ରସାରଣ କରିଥିବା ମନେ କରାଯାଉଛି ।

 

Leave A Reply