Odisha news

ୟୁନୀସେଫ୍ ର ସତର୍କ ସୂଚନା : ମାନସିକ ସ୍ଵାସ୍ଥ୍ୟ ପାଇଁ ବିପଦପୂର୍ଣ୍ଣ ଅଟେ ସାଇବର ବୁଲିଙ୍ଗ

0

ଆଜିକାଲି ଆମେମାନେ ଯେତେ କାର୍ଯ୍ୟ ବ୍ୟସ୍ତ ରହିଲେ ମଧ୍ୟ ଫେସବୁକ୍ , ଟୁଇଟର , ଇନଷ୍ଟାଗ୍ରାମ ସହିତ ସମସ୍ତ ସୋସିଆଲ ମିଡ଼ିଆ ସାଇଡ ରେ ନିଜକୁ ଅଧିକ ରୁ ଅଧିକ ବ୍ୟସ୍ତ ରହୁଛୁ । ଛୋଟ ପିଲା ହୁଅନ୍ତୁ କିମ୍ବା ବଡ ମଣିଷ ଦିନସାରା ଅଧିକାଂଶ ସମୟ ସୋସିଆଲ ମିଡ଼ିଆ ସାଇଡ ରେ ଅତିବାହିତ କରୁଛନ୍ତି । ବିଶେଷଜ୍ଞ ମାନେ ଏହାକୁ ଗୋଟିଏ ନିଶା ଭାବରେ ଦେଖୁଛନ୍ତି । ମନୋବିଜ୍ଞାନୀ ମାନଙ୍କ ମତରେ ଆଜିର ସୋସିଆଲ ମିଡ଼ିଆ ଆଜିର ଲୋକଙ୍କ ଜୀବନ ଚର୍ଯ୍ୟା କୁ ଗଭୀର ଭାବରେ ପ୍ରଭାବିତ କରୁଛି ।

ଆଜିକାଲି ସୋସିଆଲ ମିଡିଆ ରେ ଅନେକ ପ୍ରକାର ଟ୍ରେଣ୍ଡ ମଧ୍ୟ ଚାଲିଛି । ଏହି ଟ୍ରେଣ୍ଡ ର ଶିକାର ଲୋକମାନେ ଗଭୀର ଭାବରେ ହୋଇ ଯାଉଛନ୍ତି । ସୋସିଆଲ ମିଡିଆର ଏହି ନୂଆ ନୂଆ ଧାରଣା ଲୋକ ଙ୍କୁ ଡରାଇବାରେ ଲାଗିଚି । ବିଶେଷଜ୍ଞ ମାନେ ଏହାଠାରୁ ଦୂରରେ ରହିବା ପାଇଁ ପରାମର୍ଶ ଦେଉଛନ୍ତି । ବିଶେଷ ଭାବରେ ଆନ୍ତର୍ଜାତୀୟ ସଂସ୍ଥା ୟୁନିସେଫ୍ ପକ୍ଷରୁ ଜାରୀ ସୂଚନା ଅନୁସାରେ କୁହାଯାଇଛି ଯେ ଏହା ପିଲା ମାନଙ୍କ ସ୍ବାସ୍ଥ୍ୟ ଉପରେ ଗଭୀର ପ୍ରଭାବ ପକାଇ ଥାଏ । ଏହାକୁ ସାଇବର ବୁଲିଂ ବୋଲି କୁହାଯାଇ ଥାଏ ।
ଏହା ଜାଣନ୍ତୁ ସାଇବର ବୁଲିଙ୍ଗ କଣ -:
ଆପଣ ଫେସ୍ ବୁକ୍ , ଇନ୍ଷ୍ଟା ଗ୍ରାମ , ଟୁଇଟର ଭଳି କୌଣସି ନା କୌଣସି ସୋସିଆଲ ମିଡିଆରେ ବ୍ୟସ୍ତ ରହୁଛନ୍ତି । ଆଜିକାଲି ସୋସିଆଲ ମିଡିଆରେ ଗୋଟିଏ ଶବ୍ଦ ର ଖୁବ୍ ପ୍ରୟୋଗ ହେଉଛି ତାହା ହେଲା ଟ୍ରୋଲିଂ । ଯାହାକୁ ସାଇବର ବୁଲିଙ୍ଗ ର ଗୋଟିଏ ଅଂଶ ଭାବରେ ଗ୍ରହଣ କରାଯାଉଛି । ଏହାର ଉଦ୍ଦେଶ୍ୟ ରହିଛି ଲୋକଙ୍କୁ ହତାଶା କରିବା , ଡରାଇବା , ରଗାଇବା ଓ ଲଜ୍ଜିତ କରିବା ।
ଆସନ୍ତୁ ଜାଣିବା ବୁଲୀଙ୍ଗ କଣ -:
ସାଇବର ର ଅର୍ଥ ଇଣ୍ଟରନେଟ ର ତନ୍ତ୍ର କୁ ଗ୍ରହଣ କରାଯାଇ ଥାଏ । କିନ୍ତୁ ସାଇବର ବୁଳୀଙ୍ଗ ସହିତ ଏଥିରେ ସମ୍ମାନ ର ପ୍ରଶ୍ନ ମଧ୍ୟ ଜଡ଼ିତ । ବିଶେଷଜ୍ଞ ଙ୍କ ମତ ଅନୁସାରେ ଆପଣଙ୍କୁ ଯେ କେହି ଜାଣିଥିବା ବ୍ୟକ୍ତି ଆପଣଙ୍କ ସହିତ ଥଟା ମଜା କରିଥାଏ । ଯଦି ଏହି ଥଟା ମଜା ଦ୍ଵାରା କୌଣସି ବ୍ୟକ୍ତି ର ବ୍ୟକ୍ତିତ୍ଵ ଓ ମାନସିକ ସ୍ଥିତି ପ୍ରଭାବିତ ହୋଇଥାଏ ତେବେ ଏହା ବୁଳିଂ କୁହାଯାଇ ଥାଏ । ତେଣୁ ୟୁନି ସେଫ୍ ର ସୂଚନା ଅନୁସାରେ ଏହାକୁ ଗମ୍ଭୀର ଭାବରେ ନେବା ଆବଶ୍ୟକ ।
ମାନସିକ ସ୍ଵାସ୍ଥ୍ୟ କୁ କରିଥାଏ ପ୍ରଭାବିତ -:
ବିଶେଷଜ୍ଞ ଙ୍କ ସୂଚନା ଅନୁସାରେ ସାଇବର ବୁଳିଙ୍ଗ ଶୁଣିବାକୁ ରୋଚକ ଲାଗିଥିଲେ ମଧ୍ୟ ଏହାର ପରିଣାମ ଖୁବ୍ ଗମ୍ଭୀର ଅଟେ । ଯେଉଁ ବ୍ୟକ୍ତି କୁ ସାଇବର ବୁଲିଙ୍ଗ ର ଶିକାର କରାଯାଇ ଥାଏ, ଏହା ଶାରିରୀକ ଓ ମାନସିକ ସ୍ଵାସ୍ଥ୍ୟ କୁ ପ୍ରଭାବିତ କରାଯାଇ ଥାଏ । ଏହାଦ୍ବାରା ନିଦ ପ୍ରଭାବିତ ହୁଏ , ଲଜ୍ଜିତ ଲାଗିଥାଏ , ଭୟଭୀତ ଲାଗିଥାଏ , ଡିପ୍ରେସନ୍ ର ଶିକାର ,ଏହାର ପ୍ରଭାବ ଶରୀର ରେ ଦେଖା ଯାଇଥାଏ । ନିଦ ନ ଆସିବା , ଥକା ଲାଗିବା , ମୁଣ୍ଡ ରେ ଯନ୍ତ୍ରଣା ଅନୁଭବ , ଶରୀର ଓ ପେଟ ରେ ଯନ୍ତ୍ରଣା ଇତ୍ୟାଦି ହେଉଛି ସାଇବର ବୁଲିଙ୍ଗ ର ଲକ୍ଷଣ ଅଟେ ।
Nalco
Leave A Reply