ଆର,ଉଦୟଗିରି : ଆର,ଉଦୟଗିରି ବ୍ଲକର ସୁବଲଡା ପଞ୍ଚୟତରେ ପ୍ରଧାନମନ୍ତୀ ଗ୍ରାମ୍ୟ ସଡକ ଯୋଜନା ନିର୍ମାଣ ଚାଲିଥିବା କାମ ନିମ୍ନମାନର ହେଉଥିବା ନେଇ ଗ୍ରାମବାସୀଙ୍କ ମଧ୍ୟରେ ପିଚୁ କାମ ଚାଲିଥିବା ସମୟରେ ନିଜେ ସରପଞ୍ଚ ତାପସ କୁମାର ରଇତ ଉପସ୍ଥିତି ରହି ନିମ୍ନମାନର ପିଚୁ କାମ ହେଉଥିବା ନେଇ ଅଭିଯୋଗ କରିଥିଲେ ।
ହେଲେ ତାଙ୍କ କଥା ମଧ୍ୟ କେହି ଶୁଣି ନଥିଲେ ଏବଂ ଯେନେ ତେନ ପ୍ରକାରେ ଫୁକା ଠାରେ ରାସ୍ତାକାମ ସାରିଦେଲେ । ଏବେ ସୁବଲଡା ଠାରୁ ୨ କିମି ୫ଶହ ମିଟର ରାସ୍ତା କାମରେ ମଧ୍ୟ ସେହି ଏକା ଅବସ୍ଥା ଅଞ୍ଚଳବାସୀ ବାରମ୍ବାର କହିବା ପରେ ମଧ୍ୟ ସେହି ଏକା ଅବସ୍ଥା ।
ଅଞ୍ଚଳବାସୀ ବାରମ୍ବାର କହିବା ପରେ ମଧ୍ୟ କାମର ମାନରେ ପରିବତ୍ତନ ହୋଇନି । କିଛି ଦିନ ତଳେ ପିଚୁ ଢଲେଇ ହେବା ପରବତ୍ତି ସମୟରେ ରାସ୍ତା ଉପରୁ ପିଚୁ ଓ ଗୋଡି ଉଠିଯାଇଥିବା ଦେଖି କାମ ବନ୍ଦ କରିବା ପାଇଁ କହିଥିଲେ । ଆଉ ଏନେଇ ବିଭିଗୀୟ ଯନ୍ତୀଙ୍କୁ ମଧ୍ୟ ଜଣାଇଥିଲେ । ଏହାପରେ ଘଟଣା ପରେ ବନ୍ଦ ଥିବା କାମ ଦେଖିବା ପାଇଁ ନିଜେ ଗ୍ରାମ୍ୟ ଉନ୍ନୟନ ବିଭାଗ କନିଷ୍ଠ ଯନ୍ତୀ ଘଟଣା ସ୍ଥଳକୁ ଯାଇ ପ୍ରକୃତ ଅବସ୍ଥା ଦେଖି ବିରକ୍ତ ପ୍ରକାଶ କରିବା ସହ ରାସ୍ତାକାମରେ ମାନ ବଜାୟ ରଖିବା ପାଇଁ ତାଗିଦ୍ କରିଥିଲେ ।
ଏହି କାମରେ ଗ୍ରାମବାସୀ ଜମାରୁ ସନ୍ତୁଷ୍ଟ ନଥିବାବେଳେ କନିଷ୍ଠ ଯନ୍ତୀ କହିଛନ୍ତି ଯେ ନିମ୍ନମାନର କାମ ହେଥିବାର ଅଭିଯୋଗ ପରେ ଘଟଣାସ୍ଥଳକୁ ଯାଇ ପ୍ରକୃତ ଅବସ୍ଥା ଦେଖିବା ସହ ଠିକାଦାରକୁ ତାଗିଦ୍ କରାଯାଇଛି । ଏପଟେ ଠିକାଦାରଙ୍କ ନୀଳାସାହୁ ଏହାର ସମାଧାନ ପାଇଁ ଚେଷ୍ଟା କରିବେ ବୋଲି କହିଛନ୍ତି । ତେବେ ସରପଞ୍ଚ ତାପସ ରଇତଙ୍କ ସମେତ ବିଜୟ କୁମାର ରାଉତ, ବିରେନ୍ଦ୍ର ବଡମୁଣ୍ଡି, ସନ୍ତୋଷ କୁମାର ବଡମୁଣ୍ଡି , ସାରଙ୍ଗ ବଡମୁଣ୍ଡି, ନାରାୟଣ ବଡମୁଣ୍ଡି ଓ ନୀଳମାଧବ ବଡମୁଣ୍ଡିଙ୍କ ମତ ଥିଲା ଯେ ୫ବର୍ଷ ମେଣ୍ଟେନାନ୍ସ ଅଛି ବୋଲି ନିମ୍ନମାନର କାମ କରିବା କେତେଦୂର ଯୁକ୍ତିସଙ୍ଗତା ତେବେ ନିଜେ କନିଷ୍ଠ ଯନ୍ତୀ ଗ୍ରାମବାସୀଙ୍କ ଉପସ୍ଥିତିରେ ଠିକାସଂସ୍ଥାକୁ ତାଗିଦ୍ କରିଥିବାରୁ ରାସ୍ତା କାମ ଠିକ୍ ହେବ ନେଇ ଆଶା ପ୍ରକାଶ ପାଇଛି ।
