Odisha news

ବିଶ୍ୱ ପର୍ଯ୍ୟଟନ ଦିବସ ପାଳିତ

0

ଖୋର୍ଦ୍ଧା,୨୭ା୯: ଖୋର୍ଦ୍ଧା ସଦରମହକୁମାରେ ବିଶ୍ୱ ପର୍ଯ୍ୟଟନ ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଜିଲ୍ଲାପାଳ ଖୋର୍ଦ୍ଧାଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସନତ ମହାନ୍ତି ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ଅତିରିକ୍ତ ଜିଲ୍ଲାପାଳ ବିଶାଲ ସିଂ, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଅନୁଜ କୁମାର ଦାସ ପଟ୍ଟନାୟକ, ଉପ-ଜିଲ୍ଲାପାଳ ଅଶୋକ ବେହୁରିଆ, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ମୀରାବାଇ ବେହେରା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମାନସ ରଞ୍ଜନ ବିଶ୍ୱାଳ ଏବଂ କର୍ମଚାରୀ ବୃନ୍ଦ ଯୋଗଦେଇଥିଲେ ।

ଚଳିତବର୍ଷ ପର୍ଯ୍ୟଟନ ଦିବସର ବିଷୟ ‘ପର୍ଯ୍ୟଟନର ବିକାଶ, ଗା୍ରମ୍ୟ ବିକାଶ’ ରହିଛି । ପର୍ଯ୍ୟଟନ ଓ ଗ୍ରାମ୍ୟ ବିକାଶ ପାଇଁ ଗୁରୁତ୍ୱ ଦିଆଯାଇଛି । କରୋନା ସଂକ୍ରମଣକୁ ରୋକିବା ନିମନ୍ତେ ଜନସଚେତନତା ପାଇଁ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଓ ବିଭାଗର କର୍ମଚାରୀମାନେ ଲିଫଲେଟ, ମାସ୍କ ଓ ସାନିଟାଇଜର ବଂଟନ କରିଥିଲେ

Nalco
Leave A Reply