ଆର,ଉଦୟଗିରି- ମୋହନା ପୁଲିସ ପେଟ୍ରୋଲିଙ୍ଗ୍କରିବା ସମୟରେ ମଙ୍ଗଳବାର ଅଞ୍ଚଳର ବିଭିନ୍ନ ସ୍ଥାନରେ ଚୋର ମଦ ବିକ୍ରି କରୁଥିବା ଅଭିଯୋଗରେ ଚଢାଉ କରାଯାଇଥିଲା । ମୋହନା ପୁଲିସ ଏହି ଚଢାଉ ସମୟରେ ବିଭିନ୍ନ ସ୍ଥାନରୁ ୭୦ ଲିଟର ଦେଶୀ ମଦ ଜବତ କରିବି ସହ ୪ ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । ଏହା ସହିତ ମଦ କାରବାର ହେଉଥିବା ଦୁଇଟି ସ୍ଥାନରେ ହୁଣ୍ଡା ଆଟିଭା ଓ ଟିଭିସ୍ ଆପାଚି ଗାଡିକୁ ଜବତ କରାଯାଇଛି ।
ପୁଲିସ ସୁଚନା ଅନୁସାର ମଙ୍ଗଳବାର ଟୁଟୁଗୁଡା ଗ୍ରାମର ପିତବାସ ପ୍ରଧାନ ଓ ପିତର ପ୍ରଧାନ ଚୋରା ମଦ କାରବାର ଏକ ଆଟିଭା ଗାଡି ନଂ ଓଡି ୦୭ ଏଏ୦୬୬୭ ଯୋଗେଁ ଦେଶୀ ମଦ ନେଉଥିବା ବେଳେ ପୁଲିସ ଲୁହାଗୁଡି ନିକଟସ୍ଥ କମଳାପୁର ନାକା ପଏଣ୍ଟ ନିକଟରେ ତାଙ୍କଠାରୁ ୩୦ ଲିଟର ମଦ ଜବତ କରିଥିଲେ ।
ସେହିପରି ରାଇସିଂ ଗ୍ରାମର ସୁବଧ ବିର ଓ ମୋତିଲାଲ ନାୟକ ଦେଶୀ ମଦ ଏକ ଟିଭିଏସ୍ ଆପାଜି ବାଇକ ଓଡି ୦୭ କେ ୮୮୩୨ ରେ ନେବା ସମୟରେ ମୋହନା ସ୍ଥିତ ଲେଡବନ୍ଧ ବ୍ରିଜ ନିକଟରେ ତାଙ୍କୁ ଗିରଫ କରାଯାଇଛି। ତାଙ୍କ ଠାରୁ ୪୦ ଲିଟର ଚୋରା ମଦ ଜବତ କରିଯାଇଥିବାବେଳେ ମୋହନା ଥାନାରେ ଦୁଇଟି ଜାକ କେସ୍ ୧୦୩\୨୦, ୧୦୪\୨୦ ମାମଲା ରୁଜୁ କରି କୋର୍ଟ ଚଲାଣ କରାଯାଇଛି ।