Odisha news

ପୁଣି ୧୪ ଜଣ କରୋନା ପଜିଟିଭ୍ ଚିହ୍ନଟ :ଗଞ୍ଜାମ ଜିଲ୍ଲାରୁ ୧୨ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ, ସୁନ୍ଦରଗଡ଼ ଓ କେନ୍ଦ୍ରାପଡ଼ା ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତ

0

ଭୁବନେଶ୍ବର: ରାଜ୍ୟରେ ପୁଣି ୧୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହା ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୯୧କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏମାନଙ୍କ ଭିତରୁ ଗଞ୍ଜାମ ଜିଲ୍ଲାରୁ ୧୨ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ, ସୁନ୍ଦରଗଡ଼ ଓ କେନ୍ଦ୍ରାପଡ଼ା ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଏହାଫଳରେ ଗଞ୍ଜାମ ଜିଲ୍ଲାରୁ ଚିହ୍ନଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩୭କୁ ବୃଦ୍ଧି ପାଇଛି। ଠିକ୍ ସେହିପରି ସୁନ୍ଦରଗଡ଼ ଜିଲ୍ଲାରେ ଏହି ସଂଖ୍ୟା ୧୪ରେ ଓ କେନ୍ଦ୍ରାପଡ଼ା ଜିଲ୍ଲାରର ୯ରେ ପହଞ୍ଚିଛି ।

ଏଯାଏ ରାଜ୍ୟର ଦୁଇ ତୃତୀୟାଂଶ ଅର୍ଥାତ୍ ୨୦ଟି ଜିଲ୍ଲାରେ କରୋନା ତାର ପାଦ ରଖିସାରିଲେଣି। ଗତକାଲି ବୌଦ୍ଧ (୩ଜଣ ପଜିଟିଭ୍)ରେ ପହଞ୍ଚିଛି। ଅନୁଗୁଳ ସିଧା ଯାଇ ରେଡ୍‌ ଜୋନରେ। ପ୍ରଥମ ଥର ପାଇଁ ଏହି ଜିଲ୍ଲାରେ ୧୩ ପଜିଟିଭ୍‌ ବାହାରିବା ପରେ ସନ୍ଧ୍ୟାରେ ପୁଣି ୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହିତ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୫ ଛୁଇଁଛି।

ସେହିଭଳି ପୁରୀ ଜିଲ୍ଲା ତାଲିକାରେ ଦୀର୍ଘ ଦିନ ପରେ ୨ଜଣ ସଂକ୍ରମିତଙ୍କ ନାମ ଯୋ଼ଡି ହୋଇଛି।

ଏବେ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ଆକ୍ରାନ୍ତ ୧୩୭ ଥିବା ସରକାରୀ ତଥ୍ୟ ବୟାନ କରୁଛି ଓ ଶୀର୍ଷରେ ରହିଛି। ଗତକାଲି ଯାଜପୁରରେ ଆଉ ୫ଜଣଙ୍କୁ ମିଶାଇ ମୋଟ ୬୦, ବାଲେଶ୍ବରରେ ୧୫ଜଣଙ୍କୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୪୨ ଛୁଇଁଥିଲା। ଏହା ବ୍ୟତୀତ ଆଜି ଭଦ୍ରକରେ ୬ ଜଣ (ମୋଟ ଆକ୍ରାନ୍ତ ୩୧), ଯାଜପୁରରେ ୫ ଜଣ( ମୋଟ ଆକ୍ରାନ୍ତ ୬୦), ମୟୂରଭଂଜରେ ଜଣେ (ମୋଟ ଆକ୍ରାନ୍ତ ୮) କରୋନା ସଂକ୍ରମିତ ବୋଲି ସରକାର କହିଥିଲେ।

Govt
Leave A Reply