ତୁଳସୀ ଗଛ ହିନ୍ଦୁ ଧର୍ମରେ ଦେବତୁଲ୍ୟ ଅଟେ । ମାନ୍ୟତା ରହିଛି ଯେ ତୁଳସୀ ସ୍ଵୟଂ ମାତା ଲକ୍ଷ୍ମୀଙ୍କ ରୂପ । ଘରର ସୁଖ, ସମୃଦ୍ଧି, ଶାନ୍ତି ପାଇଁ ତୁଳସୀ ପ୍ରାୟତଃ ସମସ୍ତ ଘର ଅଗଣାରେ ପୂଜା ପାଇ ଥାଆନ୍ତି ।
ତୁଳସୀ ସ୍ବାସ୍ଥ୍ୟ ପାଇଁ ମଧ୍ୟ ଖୁବ୍ ହିତକର । ଯଦି ଆପଣ ତୁଳସୀ ପତ୍ର ର ପାଣି ସେବନ ନିୟମିତ କରିବେ ବିଭିନ୍ନ ରୋଗ ବୈରାଗ ରୁ ମଧ୍ୟ ଦୂରେଇ ରହିବେ । ଏହା କେବଳ ସ୍ବାସ୍ଥ୍ୟ ପାଇଁ ନୁହେଁ ଧାର୍ମିକ ମାନ୍ୟତା ଅନୁସାରେ ମଧ୍ୟ ଖୁବ୍ ମହତ୍ତ୍ଵ ରହିଛି ।
* ତୁଳସୀ ଗଛ ଓ ତାର ପତ୍ର ଉଭୟ ସକାରାତ୍ମକ ଭାବରେ ଆମକୁ ଉର୍ଯା ଦେଇଥାଏ । ଅଧିକାଂଶ ସମୟ ରେ ଲୋକମାନେ ନିଜର ନକାରାତ୍ମକ ଭାବନା ଦୁର କରିବା ପାଇଁ ତୁଳସୀ ପତ୍ରର ସହାୟତା ନେଇ ଥାଆନ୍ତି ।
* ଯଦି ଆପଣଙ୍କ ଜୀବନରେ ଆର୍ଥିକ ସଙ୍କଟ ଦେଖା ଯାଉଛି ତେବେ ପ୍ରତିଦିନ ସକାଳେ ସ୍ନାନ କରିସାରି ତୁଳସୀ ପାଣି ଘରର ଚତୁର୍ପର୍ଶ୍ୱରେ ଛିଞ୍ଚୀବା ଦ୍ଵାରା ଆର୍ଥିକ ସଙ୍କଟ ଦୁର ହୋଇଥାଏ ଓ ଅଳ୍ପଦିନ ମଧ୍ୟରେ ବାକି ରହିଥିବା ଅର୍ଥ ମଧ୍ୟ ଆପଣ ଫେରି ପାଇବେ ।
* କେବେବି ଯଦି ଘରୁ ଆପଣ କୌଣସି ଶୁଭ କାର୍ଯ୍ୟରେ ବାହାରୁ ଛନ୍ତି ତେବେ ତୁଳସୀ ପାଣି ସେବନ କରି ଯାଆନ୍ତୁ କାର୍ଯ୍ୟରେ ସଫଳତା ପାଇବେ ।
* ଯେବେବୀ ଆପଣ କୃଷ୍ଣଙ୍କ ଫଟୋ ପୂଜା କରୁଛନ୍ତି ତେବେ ତା ଉପରେ ତୁଳସୀ ତ ଚଢାଇ ଥାଆନ୍ତି , ତଥାପି କୃଷ୍ଣ ଙ୍କୁ ତୁଳସୀ ପାଣି ରେ ସ୍ନାନ କରାନ୍ତୁ । ଦେଖିବେ ଦାରିଦ୍ର୍ୟ ନାସ ହେବ ।
* ମାର୍ଗଶିର ମାସରେ ତୁଳସୀ ର ଖୁବ୍ ମହତ୍ତ୍ଵ ରହିଛି । ଏହି ମାସରେ ଆପଣ ଯଦି ତୁଳସୀ ପାଣି ସ୍ନାନ କରି ସାରିବା ପରେ ନିଜ ଉପରେ ଛିଞ୍ଚନ୍ତି ତେବେ ସମସ୍ତ ଦୁଃଖ ଦୁର୍ଦ୍ଦଶା ଦୂର ହେବ ଓ ସମୃଦ୍ଧି ବୃଦ୍ଧି ପାଇବ ।