ନୂଆଦିଲ୍ଲୀ : ଆମେରିକାର ପୂର୍ବତନ ରାଷ୍ଟ୍ରପତି ଟ୍ରମ୍ପ ୨୦୨୪ ରେ ପୁଣି ଆଉଥରେ ରାଷ୍ଟ୍ରପତି ମତଦାନ ରେ ଅଂଶ ଗ୍ରହଣ କରିବେ l ନର୍ଥ କେରୋଲିନା ରାଜ୍ୟରେ ଭାଷଣ ଦେଉଥିବା ସମୟରେ ସେ ଏହି କଥା କହିଥିଲେ କି ରିପବ୍ଲିକ ପାର୍ଟି ଆଉଥରେ ମତଦାନରେ ବିଜୟ ଲାଭ କରିବ l ଟ୍ରମ୍ପ କହିଥିଲେ ଆମେ ଆଉଥରେ ନର୍ଥ କେରୋଲିନା ଜିତିବା l ୨୦୨୪ ରେ ମୋର ନଜର ରହିଛି l ଆମେ ଗୋଟିଏ ଏଭଳି ସ୍ଥାନ ତିଆରି କରିବୁ ଯାହା ଦ୍ୱାରା ଆମର ବିଜୟ ସୁନିଶ୍ଚିତ ଅଟେ l
ଏହା ପୂର୍ବରୁ ଫେସବୁକ ଟ୍ରମ୍ପଙ୍କ ଆକାଉଣ୍ଟ କୁ ୨ ବର୍ଷ ପର୍ଯ୍ୟନ୍ତ ସସ୍ପେଣ୍ଡ କରିଛି l ଦୁଇ ବର୍ଷର ସମୟ ଜାନୁଆରୀ ୭ ତାରିଖ ୨୦୨୧ ରୁ ଗଣା ଯିବା ଆରମ୍ଭ ହୋଇଛି l ଫେସବୁକ ର ଭାଇସ ପ୍ରେସିଡେଣ୍ଟ ଏହି ବିଷୟରେ ସମସ୍ତ ତଥ୍ୟ ଦେଇଥିଲେ l ଟ୍ରମ୍ପ ନିଜର ଫେସବୁକ ଆକାଉଣ୍ଟକୁ ୨୦୨୩ ପର୍ଯ୍ୟନ୍ତ ବ୍ୟବହାର କରିପାରିବେ ନାହିଁ l ୨୦୨୨ ରେ ହେବାକୁ ଥିବା ମିଡ଼ ଟର୍ମ ଇଲେକ୍ସନ ରେ ମଧ୍ୟ ତାଙ୍କୁ ଫେସବୁକ ଠାରୁ ଦୁରେଇ ରଖାଯିବ l
ଟ୍ରମ୍ପ ଫେସବୁକ ର ଏହି କାର୍ଯ୍ୟ କଳାପକୁ ସେହି ୭ .୫ କୋଟି ଜନସାଧାରଙ୍କର ଅପମାନ ଦର୍ଶାଇ ଛନ୍ତି l ଏହି ଅପମାନର ଜବାବ ଆମେ ନିଶ୍ଚିନ୍ତ ଦେବା l ଆମେରିକା ରାଷ୍ଟ୍ରପତିଙ୍କ ନିର୍ବାଚନ ପରେ ଜାନୁଆରୀ ୬ ତାରିଖ ଦିନ ଆମେରିକା ସଂସଦ ବାହାରେ ହିଂସା ହୋଇଥିଲା l ଏହି ସମୟରେ ଟ୍ରମ୍ପଙ୍କ ଉପରେ ତାଙ୍କ ସମର୍ଥକ ମାନଙ୍କୁ ଉତେଜିତ କରିବାର ଆରୋପ ଲାଗିଥିଲା l ଏହି କାରଣରୁ ଫେସବୁକ ସହ ଅନ୍ୟ ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ଟ୍ରମ୍ପଙ୍କ ଉପରେ ରୋକ ଲାଗିଥିଲା l
Comments are closed.