ଡାଃ ସୁରେନ୍ଦ୍ର ନାଥ ଦାଶ : ଦିନକୁ ଦିନ କରୋନା ରୋଗ ଅଧିକ ରହସ୍ୟ ମୟ ହୋଇଉଠୁଛି । ବୈଜ୍ଞାନୀକ ମାନଙ୍କର ଏହାକୁ ପ୍ରତିହତ କରିବାର ସମସ୍ତ ଚେଷ୍ଟାକୁ ଏହା ବ୍ୟର୍ଥ କରି ରୋଗ ତାର ବିଜୟଯାତ୍ରା ଅବ୍ୟାହତ ରଖିଛି । ଯେଉଁ ନୂଆ ନୂଆ ଔଷଧ ବାହାରି ଟିକେ ଆଶାର ସାର କରିଥିଲା, କିଛି ଦିନ ପରେ ସେସବୁ ପ୍ରଚାର ସର୍ବସ୍ୱ ବୋଲି ଜଣା ପଡୁଛି । କରୋନା ପାଇଁ ତାର କୌଣସି ଭୁମିକା ନାହିଁ ବୋଲି ଜଣା ପଡିଲାଣି । ବହୁ ପ୍ରତିକ୍ଷିତ ଭାକସିନ ନେଲା ପରେ ଆଶ୍ୱସ୍ତି ହେଲା ବେଳ କୁ, ଭାକସିନ ନେଲେ ଯେ କରୋନା ହେବ ନାହିଁ,ଏହା କହିହେବ ନାହିଁ ବୋଲି ବୈଜ୍ଞାନୀକମାନେ ସ୍ପଷ୍ଟ କହିଲେଣି । ଆଗରୁ କୁହା ଯାଉଥିଲା ପିଲା ମାନେ ଏ ରୋଗରୁ ସୁରକ୍ଷିତ; ତାହା ମଧ୍ୟ ଭୂଲ ବୋଲି ବୈଜ୍ଞାନୀକ ମାନେ କହିସାରିଲେଣି ।
ଥରେ ହେଲେ ଆଉଥରେ ମଧ୍ୟ କରୋନାର ଭୟ ରହୁଛି । ନୂଆ ନୂଆ ପ୍ରଜାତି (ଭେରିଆଣ୍ଟ)ବାହାରି ପରିସ୍ଥିତିକୁ ଜଟିଳ କରିଦେଲେଣି । ସତେ ଯେମତି ଏହି ରୋଗ ଏକ ପ୍ରହେଳିକା ଏହି ରୋଗରେ ଆଗରୁ ବହୁମୂତ୍ର କିଡ୍ନୀ ରୋଗୀ, କ୍ୟାନସର, ଏଡସ ରୋଗୀ ମାନେ ଅଧିକ ଆକ୍ରାନ୍ତ ହେବାର ସମ୍ଭାବନା ବୋଲି କୁହାଗଲେ ମଧ୍ୟ୍ୟ ସଂପୂର୍ଣ୍ଣ ସୁସ୍ଥ ଯୁବକ ମାନେ ଯେପରି ଅକାଳରେ ଝଡି ପଡୁଛନ୍ତି, ତାହା ସମାଜରେ ଶଙ୍କା ଓ ନୈରାଶ୍ୟ ଭରି ଦେଇଛି । ଅତି ଆକସ୍ମିକ ଭାବରେ ରୋଗ ଗୁରୁତର ହୋଇପଡୁଛି, ହଟାତ ତାର ଶରୀରର ଅମ୍ଲଜାନ କ୍ଷମତା ଏତେ କମି ଯାଉଛି, ଯେ ତାକୁ ପ୍ରଚୁର ବାହାର ଅକ୍ସିଜେନ ଭେଣ୍ଟିଲେଟର ମାଧ୍ୟମରେ ଦେବାକୁ ପଡୁଛି । ରୋଗୀ ଦିନ ଦିନ ଆଇ ସିୟୁରେ ରହୁଛି ।
ଅଧିକାଂଶ କ୍ଷେତ୍ରରେ ଫଳ ନୈରାଶ୍ୟଜନକ । ଶରୀର ତାର ଅମ୍ଲଜାନ ଧାରଣ କ୍ଷମତା ଫେରାଇ ଆଣି ପାରୁନି ଓ ରୋଗି ମୃତୁ୍ୟମୁଖରେ ପଡୁଚି । ସବୁଠାରୁ ଆଶ୍ଚର୍ଯ୍ୟର କଥା ରୋଗରେ ମୃତ୍ୟୁ ବରଣ କରୁଥିବା ଅଧିକାଂଶ ବ୍ୟକ୍ତି ବେଶ ଶିକ୍ଷିତ,ସଚେତନ,ଓ ଆର୍ଥୀକ ଦୃଷ୍ଟି ର ୁସବଳ । ସେମାନଙ୍କର ଦେହର ଅମ୍ଲଜାନ କମିଗଲେ ମଧ୍ୟ ସେମାନେ ଏହାର ସୁରାକ ପାଇ ପାରନ୍ତି ନାହିଁ । ବରଂ ସେମାନେ ଏକ ପଫୁଲ୍ଲ ମିଜାଜ ଅନୁଭବ କରନ୍ତି ।ଏହା ହିଁ ହାପି ହାଇପୋକ୍ସିଆ । କର୍ମବ୍ୟସ୍ତତା ମଧ୍ୟରେ ସେମାନେ ନିଜ ର ଅକ୍ସିଜେନ ସାଟୁରେସନ ଦେଖିବାକୁ ଭୁଲି ଯାଆନ୍ତି । ଦେଖିଲା ବେଳ କୁ ତାହା ପଚାଶ ପାଖାପାଖି,ସାଧାରଣ କ୍ଷମତା ୯୫-୯୯ ର ବହୁ ତଳେ । ତଥାପି ସେମାନେ ବେଶ ଖୁସି ଥାଆନ୍ତି । ଏପରି କି ଶ୍ୱାସ କଷ୍ଟ ନଥାଏ । ମସ୍ତିଷ୍କ ଏକ ମିଥ୍ୟା ଖୁସିଭାବ ପ୍ରଦାନ କରିଥାଏ । ଶିଘ୍ର ହସପିଟାଲ ଗଲାବେଳ କୁ ଡେରି ହୋଇଯାଏ ।
ଏହି ହାପି ହାଇପୋକ୍ସିଆ ଆହୁରି ଅନେକ କ୍ଷେତ୍ର ରେ ମଣିଷ କୁ ବିପଦକୁ ଟାଣି ନିଏ । ନିବୁଜ ଘରେ ଲୋକ ମାନେ ନିଆଁ ଜାଳି କିମ୍ବା,ଜେନେରେଟର ଲଗାଇ ଧୂଆଁ ମଧ୍ୟରେ ରାତିରେ ଘୋଡାଇ ହୋଇ ଶୁଅନ୍ତିା ନିଆଁ ଖୁବ ଶୀଘ୍ର କକ୍ଷର ଅମ୍ଲଜାନ କୁ ସାରି ଦିଏ । ଅମ୍ଲଜାନ କମିଯାଏ ଅଙ୍ଗାରାକାମ୍ଲଜାନ ବଢିଯାଏ । ମସ୍ତିଷ୍କ ରେ ଅମ୍ଲଜାନ କମି ଯାଏ । ମଣିଷ ଏକ ଆରାମ ଅନୁଭବ କରେ । ସେ ଚାହିଁଲେ ମଧ୍ୟରୁମର ଝରକା କବାଟ ଖୋଲି ପାରେ ନାହିଁ । ଚାଲୁଥିବା ଜେନେରେଟରକୁ ବନ୍ଦ କରେନାହିଁ ।
ଅଦଭୁତ ସ୍ୱପ୍ନ ରାଇଜରେ ଘୁରିବୁଲେ ଓ ଶେଷରେ ମହାଶୂନ୍ୟରେ ମିଳାଇ ଯାଏ । ବିପଦ ତାକୁ ଏକ ଅଦଭୁତ ଆନନ୍ଦ ଦିଏ,ଘାତକ ଆନନ୍ଦ । ପୁରୁଣା କୂଅରେ ପଶିଲା ବେଳେ, ପୁରୁିଣା ପାଇଖାନା, ସଫା କଲା ବେଳେ ଲୋକମାନେ କିପରି ହଟାତ ଶ୍ୱାସ ରୁଦ୍ଧ ହୋଇ ମରନ୍ତି ତାହା ସମସ୍ତେ ଜାଣନ୍ତି । ଲୋକ ଜାଣି ପାରେନା ଯେ ସେ ମୃତୁ୍ୟର ଗହ୍ୱରକୁ ଚାଲି ଯାଉଛି । ଅକ୍ସିଜେନ ଅଭାବ ତାର ବିଚାର ଶକ୍ତିକୁ ଲୋପ କରିଦିଏ । ସେ ସାହାଯ୍ୟ ପାଇଁ ଡାକି ପାରେନା । ଏକ ସ୍ୱପ୍ନିଳ ଅବାସ୍ତବ ଦୁନିଆରେ ଘୁରି ବୁଲେ । ସେହି ହାପି ହାଇପୋକ୍ସିଆ କରୋନାରେ ମହାଘାତକ ସାଜିଛି । ଲୋକ ସୁସ୍ଥ ଅନୁଭବ କରି ନିଜର ଭିତର ଅବସ୍ଥା ଜାଣି ପାରେନା । ଜଣା ପଡିଲା ବେଳକୁ ବେଶ ଡେରି ହୋଇଥାଏ । ତଥାପି ରୋଗୀ ପ୍ରତିବାଦ କରି କହୁଥାଏ, “ମୁଁ ପୁରା ଭଲ ଅଛି ।” କରୋନାର ଏ ମାୟାରୁ ରକ୍ଷା ପାଇଁ ନିଜର ଅକ୍ସିଜେନ ସାଟୁରେସନ ସବୁବେଳେ ନଜରରେ ରଖ ।ଘର ବୁଡି ପାଣି ଆଣ୍ଠୁଏ ହେଲା ଆଗରୁ ନିଜ ଜୀବନ ବାଇ ବାରେ ସକ୍ଷମ ହୁଅ ।
Comments are closed.