Odisha news

ଭାଇରଲ ହେଲା ଡୋନାଲଡ ଟ୍ରମ୍ପ ଓ ଜୋ ବାଇଡେନ ଙ୍କ ଏକା ସାଙ୍ଗରେ ମିଶି  ଆଇସକ୍ରିମ ଖାଉଥିବା ଭିଡିଓ

0

ନୂଆଦିଲ୍ଲୀ : ନିକଟରେ ଆମେରିକା ନିର୍ବାଚନ ସମାପ୍ତ ହୋଇଛି, ଏହି ନିର୍ବାଚନ ତର ଡୋନାଲଡ ଟ୍ରମ୍ପ ଙ୍କ ରିପବ୍ଲିକାନ ପାର୍ଟି ବହୁମତ ରେ ବିଜୟ ହାସଲ କରିଛି l ଏବଂ ଡୋନାଲଡ ଟ୍ରମ୍ପ ମଧ୍ୟ ପୁନର୍ବାର ଆମେରିକାର ରାଷ୍ଟ୍ରପତି ହେବାକୁ ଯାଉଛନ୍ତି l ନିକଟରେ ସୋସିଆଲ ମିଡିଆରେ ଗୋଟିଏ ଏଭଳି ଭିଡିଓ ଭାଇରଲ ହେଉଛି ଯାହା ଲୋକଙ୍କୁ ଦ୍ଵନ୍ଦ ରେ ପକାଇଦେଇଛି l ଗୋଟିଏ ପଟରେ କଟର ବିରୋଧୀ ଥିବା ଦୁଇ ନେତା କିଭଳି ଏକ ସାଙ୍ଗରେ ମିଶି ଆଇସକ୍ରିମ ର ଆନନ୍ଦ ନେଉଛନ୍ତି ? ଏହାକୁ ଦେଖି ପ୍ରତ୍ୟେକ ଲୋକ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି l

ଭାଇରଲ ହେଉଥିବା ଏହି ଭିଡିଓ ରେ ରିପବ୍ଲିକାନ ପାର୍ଟି ର ନେତା ଡୋନାଲଡ ଟ୍ରମ୍ପ ଓ ଡେମୋକ୍ରାଟିକ ପାର୍ଟି ର ନେତା ଜୋ ବାଇଡେନ ଏକ ସାଙ୍ଗରେ ନଜର ଆସୁଛନ୍ତି l ଭିଡିଓ ର ଆରମ୍ଭ ରେ ଉଭୟ ନେତା ର୍ରେସ୍ତୁରାଣ୍ଟ ଟେବୁଲ ଉଭୟ ନେତା କିଛି ଆଲୋଚନା କରୁଛନ୍ତି, ଏବଂ ଏହାପରେ ଦୁଇନେତା ଆମେରିକାର ଗଳି ରେ ବୁଲି ଷ୍ଟ୍ରିଟ ଫୁଡ ର ମଜା ନେଉଛନ୍ତି l ଏହି ସମୟ ରେ ଉଭୟ ବିରୋଧୀ ନେତା ଙ୍କୁ ପାହାଡ଼ ଉପରେ ବୁଲିବା ଏବଂ ବାଇକ ରାଇଡିଙ୍ଗ କରିବା ମଧ୍ୟ ଦେଖିବାକୁ ମିଳୁଛି l ଉଭୟ ନେତା ଙ୍କ ଏତେ ସୁନ୍ଦର ସମ୍ପର୍କ ଦେଖି ସାରା ଇଣ୍ଟରନେଟ ୟୁଜର ଆଶ୍ଚର୍ଯ୍ୟ l

ଅସଲ କଥାଟି ହେଲା ଏହି ଭିଡିଓ ଟି @KarluskaP ନାମକ X ଆକାଉଣ୍ଟ ରୁ ସେୟାର କରାଯାଇଛି l ଯାହାକୁ ବର୍ତମାନ ସୁଦ୍ଧା ୧୨.୩ ମିଲିୟନ ଲୋକେ ଦେଖି ସାରିଲେଣି l ଏବଂ ଏହି ଭିଡିଓ କୁ ଦେଖି ଅନେକ ପ୍ରକାର କମେଣ୍ଟ ମଧ୍ୟ ଦେଉଛନ୍ତି l

Nalco
Leave A Reply