Odisha news

ତରଭୁଜରେ ମୋଦି, ଟ୍ରମ୍ପ

0

ଫଳ ଓ ପନିପରିବା ଖୋଦେଇ କଳାକାର ଏମ. ଏଲାନ୍‌ଚେଞ୍ଜିଆନ୍‌ ତରଭୁଜରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କର ଚିତ୍ର ଖୋଦେଇ କରିଛନ୍ତି । ଟ୍ରମ୍ପଙ୍କୁ ସ୍ୱାଗତ କରିବା ଅବସରରେ ଏଭଳି ଏକ କଳାକୃତି
କରିଥିବା ସେ କହିଛନ୍ତି । ମୋଦି ଓ ଟ୍ରମ୍ପଙ୍କ ଫଟୋ ପଛରେ ତାଜମହଲ ଚିତ୍ର ବି ତରଭୁଜରେ ରହିଛି । ୩୧ବର୍ଷୀୟ ଏ ଆର୍ଟିଷ୍ଟ୍‌ ତାମିଲନାଡୁର ଥେନି ଜିଲ୍ଲାରେ ରହନ୍ତି । ୧୫୦ ଟଙ୍କାରେ ପାଞ୍ଚ କେଜି ତରଭୁଜ କିଣି ସେ ଏଭଳି କଳାକୃତି କରିଛନ୍ତି । ପୂର୍ବରୁ ଚାରି କେଜି ତରଭୁଜରେ ମୋଦି ଓ ଚୀନ୍‌ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌ଙ୍କ ଚିତ୍ର ଆଙ୍କିଥିଲେ । ପୂର୍ବରୁ
ତରଭୁଜରେ ମୋଦି ଓ ସି ଜିନ୍‌ପିଙ୍ଗ୍‌ଙ୍କ ଚିତ୍ର ଅଲଗା ଅଲଗା ଥିବା ବେଳେ ଏଥର ମୋଦି ଓ ଟ୍ରମ୍ପଙ୍କ ଚିତ୍ର ଲାଗିକି ରହିଛି । ଏମାନଙ୍କ ବ୍ୟତୀତ ସେ ବରାକ୍‌ ଓବାମା, ଏପିଜେ ଅବଦୁଲ କଲାମ, ଏମ୍‌.ଜି. ରାମଚନ୍ଦ୍ରନ୍‌ଙ୍କ ଚିତ୍ର ବି ଫଳରେ ଆଙ୍କିଥିଲେ ।

Leave A Reply