ବିରିଡି, ୨୭ା୧୦ ; ତିର୍ତୋଲ ଉପନିର୍ବାଚନରେ କଂଗ୍ରେସ ଦଳରୁ ପାର୍ଥୀ ହୋଇଥିବା ଇଂ ହିମାଂସ ଭୂଷଣ ମଲ୍ଲିକ ବିରିଡି ବ୍ଲକର କେତେକ ପଂଚାୟତରେ ରୋଡ ସୋ କରିବା ସହ ଜନସାଧାରଣଙ୍କୁ ଭୋଟ ଭିକ୍ଷା କରିଥିଲେ ।
ଏହି ରୋଡ ସୋ ବା ବାଇକ ଶୋଭାଯାତ୍ରାରେ ଷ୍ଟାର ପ୍ରଚାରକ ଭାବେ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ପଯ୍ୟବେକ୍ଷକ ରଂଜିତା ପରିଡା, ବରିଷ୍ଠ କଂଗ୍ରେସ ନେତା ଲିଙ୍ଗରାଜ ମଲ୍ଲ, ଯୁବ ନେତା ଦେବୀ ପ୍ରସାଦ ତ୍ରୀପାଠୀ, ବିରିଡି ବ୍ଲକ ଅଧକ୍ଷ ପଦ୍ମନାଭ ଭୋଇ ସାମିଲ ହୋଇ କଂଗ୍ରେସ ଦଳକୁ ଜିତାଇ ତିର୍ତୋଲ ନିର୍ବାଚନ ମଣ୍ଡଳୀର ସ୍ୱାଭିମାନକୁ ବଂଚାଇବା ସହ ୨୦ ବର୍ଷ ଧରି ବିଭିନ୍ନ ସମସ୍ୟା ରେ ଜର୍ଜରିତ ହୋଇ ଦୁଃଖ ଭୋଗୁଥିବା ଚାଷି ଓ ଜନସାଧାରଣଙ୍କ ସମସ୍ୟା ସମାଧାନ କରିବାକୁ ଆଗେଇ ଆସିଥିବା କଂଗ୍ରେସ ପାର୍ଥୀ ହିମାଂସୁଙ୍କୁ ହାତ ଚିହ୍ନରେ ଭୋଟ ଦେବାକୁ ଅନୁରୋଧ କରିଥିଲେ ।
ଏହି କାର୍ଯ୍ୟକ୍ରମକୁ ସରପଂଚ ଅଶୋକ ଜେନା, ମର୍ଜା ସବିର ବେଗ, ସତ୍ୟ ନାରାୟଣ ତ୍ରିପାଠୀ, ସିତାଂଶୁ ଶେଖର ରାୟ, ଫିରଦୋଷ ଅଲ୍ଲି ଖାଁ, ରବିନ୍ଦ୍ର ବେହେରା, ଦେବେନ୍ଦ୍ର ଭୋଇ ପ୍ରମୁଖ ପରିଚାଳନା କରିଥିବା ବେଳେ ଶତାଧିକ କର୍ମି ବାଇକ ଶୋଭା ଯାତ୍ରାରେ ସାମିଲ ହୋଇଥିଲେ ।
