Odisha news

ସୈନ୍ୟଙ୍କର ଅନୁରୋଧ କ୍ରମେ ୧୭ ମିନିଟ ପୂର୍ବରୁ ପହଁଚିଲା ରାଜଧାନୀ ଏକ୍ସପ୍ରେସ : ଜାଣନ୍ତୁ ସେଦିନ କଣ ଘଟିଥିଲା

0

ନୂଆଦିଲ୍ଲୀ :ମିନିଷ୍ଟ୍ରି ଅଫ ରେଲୱେ ପକ୍ଷରୁ ସୂଚନା ଦିଆଯାଇଛି ଯେ ଭାରତୀୟ ରେଳ ସୈନ୍ୟ ଙ୍କ ଅନୁରୋଧ କ୍ରମେ ସର୍ବାଧିକ ଅଧିକ ଦ୍ରୁତବେଗରେ ଟ୍ରେନକୁ ଚଳାଇ ନେଇ ପହଁଚାଇ ଦେଇଥିଲେ l ରେଳବାଇ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଯବାନ ମାନଙ୍କୁ ତାଙ୍କର ଜିନିଷ ଟ୍ରେନରେ ଚଢ଼ାଇବା ପାଇଁ ଅଧିକ ସମୟ ମିଳୁ ବୋଲି ରାଜଧାନୀ ଏକ୍ସପ୍ରେସକୁ ସର୍ବାଧିକ ଗତିରେ ନିଆ ଯାଇଥିଲା l କାରଣ ରେଳବାଇ କର୍ତ୍ତୃପକ୍ଷ ସୈନ୍ୟ ମାନଙ୍କର ଆବଶ୍ୟକତାକୁ ବୁଝି ଥାଆନ୍ତି l ତାହାକୁ ପୁରା କରିବା ପାଇଁ ସମ୍ପୂର୍ଣ ପ୍ରତିବଦ୍ଧ ଅଟନ୍ତି l

ସୂଚନା ମୁତାବକ ଆର୍ମିର ଅପିଲ ଯୋଗୁ ରାଞ୍ଚିର ରେଳ ଡିଭିଜନ ଏହି ପଦକ୍ଷେପକୁ ଉଠାଇଥିଲେ l ଘଟଣାଟି ଏହିପରି ୧୦୦ ଜଣ ଯବାନଙ୍କୁ ନେଇ ରାମଗଡ଼ରୁ ଦିଲ୍ଲୀ ଯିବାରଥିଲା l କିନ୍ତୁ କିଛି କାରଣ ବଶତଃ ଯବାନମାନେ ରାମଗଡ଼ରୁ ନ ଚଢି ବରକାକାନା ରୁ ଚଢି ପାରିବେ l କିନ୍ତୁ ବାରାକକାନା ରେ ୧୦୦ ଜଣ ଯବାନ ଓ ତାଙ୍କର ଜିନିଷ ପତ୍ର ୫ ମିନିଟରେ ଚଢିବା ଅସମ୍ଭବ ଥିଲା ,ସେଥିପାଇଁ ରେଳବାଇ ପକ୍ଷରୁ ଅଧିକ ସମୟ ଆଶା କରାଯାଉଥିଲା l

ସେଥିପାଇଁ ରାଞ୍ଚିର ରେଳ ଡିଭିଜନ ବରକାକାନା ପର୍ଯ୍ୟନ୍ତ ରାଜଧାନୀ ଏକ୍ସପ୍ରେସକୁ ଦ୍ରୁତ ଗତିରେ ଚଳାଇ ନିର୍ଧାରିତ ସମୟ ଠାରୁ ୧୭ ମିନିଟ ପୂର୍ବରୁ ପହଞ୍ଚାଇ ଦେଇଥିଲେ l ଯେଉଁଠି ରାଜଧାନୀ ଏକ୍ସପ୍ରେସ ସନ୍ଧ୍ୟା ୭.୨୫  ପହଁଚିବାର ଥିଲା କିନ୍ତୁ ୭ .୮ ରେ ପହଁଚି ଯାଇଥିଲା l ରାଞ୍ଚିର ଡ଼ିଭିଜନାଲ ରେଳବାଇ ମ୍ୟାନେଜର କହିଛନ୍ତି କି ଯେଉଁ ସୈନ୍ୟ ଆମ ଦେଶ ପାଇଁ ନିଜର ଜୀବନ ଦେଉଛନ୍ତି ସେମାନଙ୍କ ପାଇଁ ଆମେ ଏତିକି କରିବା ନିହାତି ଆବଶ୍ୟକ l

Nalco
Leave A Reply