କବିସୂର୍ଯ୍ୟନଗର (ସୁଶାନ୍ତ କୁମାର ପଟ୍ଟନାୟକ) : ଭାରତୀୟ ସେନାରେ ସିକିମ ଠାରେ କାର୍ଯ୍ୟରତ ଗଂଜାମ ଜିଲ୍ଲା ଆଠଗଡ଼ ପାଟଣା ଗ୍ରାମର ଜଜ୍ଞ ନାରାୟଣକଂ ଦୁର୍ଘଟଣା ଘଟି ମୃତ୍ୟୁ ଘଟିବା ପରଠାରୁ ଆଠଗଡ଼ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଘଟଣାକୁ ସହଜରେ ଗ୍ରହଣ କରିହେଉନି। ସହୀଦଙ୍କ ମରଶରୀର ଆସିବା ପରେ ଗ୍ରାମରେ ଶୋକର ପରିବେଶ ମଧ୍ୟରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ଶୁକ୍ରବାର ସହୀଦ ଜଜ୍ଞ ନାରାୟଣକଂ ଉଦେଶ୍ୟରେ ସମାଜସେବୀ ସୁବୀର କୁମାର ହୋତାଙ୍କ ଉଦ୍ଯମ କ୍ରମେ ଏକ କ୍ଯାଣ୍ଡେଲ ଶୋଭାଯାତ୍ରା ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି। ସହୀଦ ଜଜ୍ଞ ନାରାୟଣ ଅମର ରହେ ନାରା ସହ ଗ୍ରାମର ଯୁବକ, ମହିଳା ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ। ଅସିତ ପଲେଇ, ରୋମିୟ ପଲେଇ,ତୋଫାନ କୁମାର ପଲେଇ, ବିଚିତ୍ର ପଲେଇ, ସୁକାନ୍ତ ଗୌଡ଼, ନାରାୟଣ ଗୌଡ଼ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।
