Odisha news

ପ୍ରବାସୀଙ୍କ ଚାଲାକିଠୁ ବଳି ପଡିଲା ରେଳବାଇର ଯୋଜନା : ରୁପସା ବଦଳରେ ବାଲେଶ୍ୱରରେ ହେଲା ଇଞ୍ଜିନ ବଦଳ

0

ବେତନଟୀ : ଆଜି ମୟୂରଭଞ୍ଜ ଜିଲ୍ଲାର ପ୍ରବାସୀ ମାନେ ୦୬୧୮୦ ଥିରୁନାଭେଲି ଜଙ୍କସନ ବାରିପଦା ଶ୍ରମିକ ସ୍ୱତନ୍ତ୍ର ଟ୍ରେନରେ ଫେରିବାର ଘଟଣା ବାବଦରେ ପ୍ରଚାର ହେବା ପରେ ସମସ୍ତ ରେଳ ଷ୍ଟେସନରେ କେତେ ଲୋକ ଆସୁଛନ୍ତି ସ୍ୱତନ୍ତ୍ର ଟ୍ରେନଟି କିପରି ଏହାକୁ ଦେଖିବାକୁ ଭିଡ ଲାଗି ଥିବାର ଦେଖା ଯାଇଛି ଏହି ପ୍ରବାସୀ ମାନେ ଟ୍ରେନରେ ଫେରିବା ବେଳେ ଚେନ ଟାଣି ଟ୍ରେନ ଅଟକାଇ ନିଜ ନିଜ ଗ୍ରାମ ନିକଟରେ ଉହ୍ଲାଇ ଯାଉ ଥିବାର ବିଗତ ଦିନରେ ଦେଖା ଯାଇଛି ତେବେ ଆଜି କାଳେ ଏପରି ଘଟଣାର ଦୋହରିକରଣ ହେବ ସେ ନେଇ ରେଳ ବିଭାଗ ମଧ୍ୟ ସତର୍କତା ଅବଲମ୍ବନ କରିଛି

ତାମିଲନାଡୁରୁ ଟ୍ରେନଟିକୁ ବିଦ୍ୟୁତ ଇଞ୍ଜିନ ନେଇ ଆସୁ ଥିବା ବେଳେ ରୁପସା ବାରିପଦା ରୁଟରେ ବିଦ୍ୟୁତ ସେବା ନଥିବାରୁ ଏହାର ଇଞ୍ଜିନ ରୁପସାରେ ବଦଳ ହେବାର ଥିଲା କିନ୍ତୁ କାଳେ ପୂର୍ବାନୁମାନ କରି ଏଥିରେ ଆସୁଥିବା ପାସେଞ୍ଜର ମାନେ ଉହ୍ଲାଇ କୌଣସି ପ୍ରକାର ବାଧା ସୃଷ୍ଟି କରିବେ ତେଣୁ ରେଳ ବିଭାଗ ବାଲେଶ୍ୱରରେ ହିଁ ଟ୍ରେନର ଇଞ୍ଜିନ ବଦଳାଇ ଦେଇ ଟ୍ରେନଟିକୁ ରୁପସା ଲୁପ ଲାଇନ ଦେଇ ବାରିପଦା ରୁଟରେ ପ୍ରବେଶ କରାଇ ଥିଲା ତେବେ ଲକଉନ ହେତୁ ଟ୍ରେନ ସେବା ବନ୍ଦ ଥିଲା ସ୍ୱତନ୍ତ୍ର ଟ୍ରେନଟି ଆସୁ ଥିବାରୁ ଗତକାଲି ପାଖରୁ ରୁପସା ବାରିପଦା ମଧ୍ୟରେ ଟ୍ରେନର ଟ୍ରାଏଲ ରନ କରା ଯାଇ ଥିଲା ଆଜ ସ୍ୱତନ୍ତ୍ର ଟ୍ରେନଟି ଆସିବା ବେଳକୁ ବାଲେଶ୍ୱର ଷ୍ଟେସନରେ ଅଟକି ଥିଲା ଏଠାରେ ୬୬ ଜଣ ପାସେଞ୍ଜର ଉହ୍ଲାଇ ଥିଲେ ଟ୍ରେନଟି ରେଳବାଇ ପୋଲିସ, ବୈଶିଙ୍ଗା ବେତନଟୀ ଥାନା ପୋଲିସର କଡା ପହରା ମଧ୍ୟରେ ବାରିପଦାରେ ପହଞ୍ଚି ଥିବାର ଜଣା ପଡିଛି

 

Leave A Reply