ଭଦ୍ରକ, ତା୧୭ା୯ : ଷଣ୍ଢକୁ ଧକ୍କା ଦେଇ ଟ୍ରାକରୁ ଖସିଲା ଜନଶତାବ୍ଦୀ ଏକ୍ସପ୍ରେସ । ଭଦ୍ରକ ଷ୍ଟେସନ ନିକଟରେ ଲାଇନଚ୍ୟୁତ ହୋଇଛି । ହାୱାଡାରୁ ଭୁବନେଶ୍ୱର ଆସୁଥିବା ଜନଶତାବ୍ଦୀ ଏକ୍ସପ୍ରେସ ଷ୍ଟେସନ ନିକଟକୁ ପ୍ରବେଶ କରିବା ବେଳେ ଡଗରାସାହି ଦକ୍ଷିଣ କେବିନ ନିକଟରେ ଏକ ଷଣ୍ଢକୁ ଧକ୍କା ଦେଇଥିଲା । ଧକ୍କା ପରେ ପ୍ରଥମ ଏସଏଲଆରର ଆଗ ଦୁଇ ଚକ ଟ୍ରାକ ତଳକୁ ଖସି ପଡିଛି । ଅପ-ଲାଇନରେ ଟ୍ରେନ ଚଳାଚଳ ବ୍ୟାହତ ହୋଇଛି । ଖୁବ ଶୀଘ୍ର ଲାଇନରୁ ଟ୍ରେନକୁ ଉଠାଇବା ପାଇଁ ଚେଷ୍ଟା ଜାରି ରହିଛି । ତେବେ ଟ୍ରେନର ସବୁ ଯାତ୍ରୀ ସୁରକ୍ଷିତ ଅଛନ୍ତି । ଦୁର୍ଘଟଣାରେ କୌଣସି ଅଘଟଣ ହୋଇନଥିବା କହିଛନ୍ତି ଷ୍ଟେସନ ମାଷ୍ଟର ସୁବାଷ ଚନ୍ଦ୍ର ସାହୁ ।
