Odisha news

ମୋଦିଙ୍କ ଜନ୍ମ ଦିବସକୁ ବେରୋଜଗାର ଦିବସ ଭାବେ ପାଳିଲା ଯୁବ କଂଗ୍ରେସ

0

ଭଦ୍ରକ,୧୭ା୯ : ପ୍ର୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ର୍ରଧାନମନ୍ତ୍ରୀ ହେବା ସମୟରେ ବର୍ଷକୁ ୨ କୋଟି ନିଯୁକ୍ତି ସୁଯୋଗ ସୃଷ୍ଟି କରିବେ ବୋଲି ପ୍ରତିଶ୍ରୁତି ଦେଇ ଯୁବବର୍ଗଙ୍କ ହୃହୟ ଜିଣିଥିଲେ । କିନ୍ତୁ ଏହି ପ୍ରତିଶ୍ରୁତି ପତାରଣାରେ ପରିଣତ ହୋଇଛି । ଗତ ୮ବର୍ଷର ଶାସନ କାଳରେ କୋଟି କୋଟି ଯୁବକ ବେରୋଜଗାର ହେଉଥିବା ସମୟରେ, କେନ୍ଦ୍ର୍ରରେ ମୋଦି ସରକାର ନାମକୁ ମାତ୍ର୍ର ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ସକ୍ଷମ ହୋଇ ପାରି ନାହାନ୍ତି । ଏହାର ପ୍ରତିବାଦରେ ଅଧିଳ ଭାରତ ଯୁବ କଂଗ୍ରେସ ଆହ୍ୱାନରେ ମୋଦିଙ୍କ ଜନ୍ମ ଦିବସକୁ ବେରୋଜଗାର ଦିବସ ଓ କଳା ଦିବସ ଭାବେ ପାଳନ କରିଛି । ଏହିକ୍ରମରେ ଭଦ୍ରକ ଜିଲ୍ଲାର ସମସ୍ତ ବିଧାନସଭା କ୍ଷେତ୍ରରେ ବେରୋଜଗରର ଦିବସ ପାଳିତ ହୋଇଥିବାବେଳେ, ଭଦ୍ରକ ସଦର ମହକୁମାରେ ମଧ୍ୟ ଏହି ଦିବସ ପାଳିତ ହୋଇଛି । ଭଦ୍ରକ ବାଇପାସ ଠାରେ ଜିଲ୍ଲା ଯୁବ କଂଗ୍ରେସ କାର୍ଯ୍ୟକାରୀ ସଭାପତି ସୁବ୍ରତ ବେହେରାଙ୍କ ନେତୃତ୍ୱରେ ଏହି ଦିବସ ପାଳିତ ହୋଇଥିଲା । ଯୁବ କଂଗ୍ର୍ରେସ କର୍ମୀମାନେ ଜୋତା ପଲିସ କରିବା ସହ ପକୁଡ଼ି ବିକିଥିଲେ ଓ ଭିକ୍ଷା ବୃଦ୍ଧି କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବାସୁଦେବପୁରରେ ରାକେଶ ମହାନ୍ତିଙ୍କ ନେତୃତ୍ୱରେ ଏହି କାର୍ଯ୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିବାବେଳେ, ଚାନ୍ଦବାଲିରେ ଦୀପକ ଦାସ, ଭଣ୍ଡାରିପୋଖରୀରେ ରାଜକିଶୋର ପଣ୍ଡା, ଭଦ୍ରକରେ ଇଲ୍ଲିୟାସ ଅଲ୍ଲୀ ଖାନ, ଧାମନଗରରେ ଅଜିତ କୁମାର ପଣ୍ଡାଙ୍କ ନେତୃତ୍ୱରେ ଏହା ଅନୁଷ୍ଠିତ ହୋଇଥିଲା । ଭଦ୍ରକରେ ଅନୁଷ୍ଠିତ କାର୍ଯ୍ୟକ୍ରମ ପ୍ରାରମ୍ଭରେ ଯୁବ କଂଗ୍ରେସ କର୍ମୀମାନେ ଏକ ପଦଯାତ୍ରାରେ ଦଳୀୟ କାର୍ଯ୍ୟାଳୟ ଠାରୁ ବାଇପାସ ପର୍ଯନ୍ତ ଯାଇଥିଲେ । ସେଠାରେ ରତିରଂଜନ ଦାସ, ଦିବଜ୍ୟୋତି ବେହେରା, ନଫିସ ଖାନ, ଟୋନୀ ଅଲ୍ଲୀ, ରଜତ ମହାନ୍ତି, ସନାତନ ସେଠୀ, କୃପାସିନ୍ଧୁ ଦାସ, ପ୍ରେମାନନ୍ଦ ସିଂ, ସେକ ସାହିଲ କାଦ୍ରୀ, ସେକ କଲିମୁଦ୍ଦିନ, ସେକ୍ ନୁର, ଚନ୍ଦା ଖାନ, ଦୀପକ ବେହେରା ପମୁଖ ଉପସ୍ଥିତ ରହି ପ୍ରତିବାଦ କାର୍ଯ୍ୟ୍ୟକ୍ର୍ରମରେ ଭାଗ ନେଇଥିଲେ

Nalco
Leave A Reply