ନୂଆଦିଲ୍ଲୀ : ଦୁନିଆରେ ଥିବା ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ଗୁଡିକୁ ଭାରତ ସମେତ ବିଭିନ୍ନ ଦେଶ ର ଲୋକେ ବୁଲିବାକୁ ଯାଇ ଥାଆନ୍ତି l କିନ୍ତୁ ଦୁନିଆରେ ଗୋଟିଏ ଏଭଳି ଛୋଟ ଦେଶ ରହିଛି ଯାହା କି ଭାରତୀୟ ପର୍ଯ୍ୟଟକ ଙ୍କ ପାଇଁ ଖୁବ ମହଂଗା ଅଟେ l ହଁ ଆଜ୍ଞା ଏହି ଦେଶରେ ଭାରତୀୟ ପର୍ଯ୍ୟଟକ ପହଂଚିବା ମାତ୍ରକେ ତାଙ୍କ ଠାରୁ ୧ଲକ୍ଷ ଅସୁଲ କରାଯାଇ ଥାଏ l ଏହି ଦେଶଟିର ନାମ ହେଉଛି ଅଲ୍ ସାଲବାଡୋର ( El Salvador) l ଏଠାରେ ଭାରତ ସମେତ ପାଖାପାଖି ୫୦ ଟି ରୁ ଅଧିକ ଆଫ୍ରିକୀୟ ଓ ଏସିଆ ଦେଶର ପାସ୍ପୋର୍ଟ ଉପରେ ଟ୍ୟାକ୍ସ ଲଗାଯାଇ ଥାଏ l
ଅଲ୍ ସାଲବାଡୋର ( El Salvador) ରେ ଏଭଳି ଅନେକ ପର୍ଯ୍ୟଟନ ସ୍ଥଳୀ ରହିଛି ଯେଉଁଠାରେ ବିଶ୍ୱର ଅନେକ ସ୍ଥାନରୁ ପର୍ଯ୍ୟଟକ ବୁଲିବାକୁ ଯାଇ ଥାଆନ୍ତି l ଅକ୍ଟୋବର ଆରମ୍ଭରୁ ଏହି ଦେଶରେ ପର୍ଯ୍ୟଟକ ମାନ୍ନାଙ୍କ ନିକଟରୁ ଟ୍ୟାକ୍ସ ଅସୁଲ କରାଯାଇଥାଏ l ବିଶେଷ ଭାବରେ ଅଲ୍ ସାଲବାଡୋର ( El Salvador) ୱେବସାଇଟ ରେ ସେୟାର କରାଯାଇଥିବା ତଥ୍ୟ ଅନୁସାରେ ଭାରତ ସମେତ ୫୭ ଟି ଆଫ୍ରିକୀୟ ଓ ଏସିଆ ମହାଦେଶ ର ପର୍ଯ୍ୟଟକ ମାନଙ୍କ ନିକଟରୁ ଟ୍ୟାକ୍ସ ବାବଦରେ ପାଖାପାଖି ୧ ହଜାର ଡଲାର ଅସୁଲ କରାଯାଇ ଥାଏ l କିନ୍ତୁ ବର୍ତମାନ ଏଠାରେ ନୂଆ ଶୁଳ୍କ ଲାଗୁ ହୋଇଛି , ଯାହାକି ୧୧୩୦ ଡଲାର ମଧ୍ୟ ଅସୁଲ କରାଯାଉଛି l ଯାହାକି ଭାରତୀୟ ମୁଦ୍ରାରେ ୯୪ ହଜାର ଅଟେ l ସୂଚନା ଯୋଗ୍ୟ ଯେ ବର୍ତମାନ ଯେଉଁ ବର୍ଦ୍ଧିତ ଶୁଳ୍କ ନିଆଯାଉଛି ତାହାକୁ ଦେଶ ର ମୁଖ୍ୟ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦର କୁ ଉନ୍ନତ ମନର କରିବା ପାଇଁ ବ୍ୟବହାର ହେବ l
