ଶିକ୍ଷାର୍ଜନରେ ପ୍ରତିବନ୍ଧକ ସାଜିଲା କୋରୋନା , ଅନିଶ୍ଚିତ ଭବିଷ୍ୟତ ନେଇ କୋଟାରୁ ଭଦ୍ରକ ଫେରିଲେ ୨୧ ଓଡିଆ ଛାତ୍ରଛାତ୍ରୀ
ଭଦ୍ରକ ୦୩ ।୦୫:ଉଚ୍ଚ ଶିକ୍ଷାର୍ଜନ କରି ନିଜର ଭବିଷ୍ୟତ ସୁନିର୍ମାଣ କରିବାକୁ ଓଡିଶାରୁ ରାଜସ୍ଥାନର କୋଟାକୁ ଯାଇଥିଲେ ଓଡିଆ ଛାତ୍ରଛାତ୍ରୀ । ଆଉ ମାସ କେଇଟା ପରେ ଅନୁଷ୍ଠିତ ହୋଇଥାନ୍ତା ପରୀକ୍ଷା । ବାସ ତାଦପରେ ଘରକୁ ଫେରିଥାନ୍ତେ ସେମାନେ । ହେଲେ ସେମାନଙ୍କ ସେ ସ୍ୱପ୍ନ ଓ ସମ୍ଭାବନା ସବୁକିଛି ଧୂଳିସାତ ହୋଇଯାଇଛି । ମହାମାରୀ କୋରୋନା ସେମାନଙ୍କ ଶିକ୍ଷାର୍ଜନ ରାସ୍ତାରେ ପ୍ରତିବନ୍ଦକ ସୃଷ୍ଟି କରିଛି । କେବଳ ସେତିକିନୁହେଁ ଏହି ମହାମାରୀ ସଂକ୍ରମଣକୁ ରୋକ ଲଗାଇବାକୁ ସାରା ଦେଶରେ ଏବେ ଲକ୍ଡାଉନ ବଳବତ୍ତର ରହିଥିବା ବେଳେ ଏକ ଭୟ ଓ ଆତଙ୍କର ବାତାବରଣ ମଧ୍ୟରେ ମାସାଧିକ କାଳ ମାନସିକ ଚାପରେ ରହିଥିଲେ ଏହି ଛାତ୍ରଛାତ୍ରୀ ମାନେ । ଏହା ସାଙ୍ଗକୁ ନିୟମିତ ଖାଦ୍ୟ ଓ ପାନୀୟର ଅସୁବିଧା ସେମାନଙ୍କୁ ଆହୁରି ଦୁର୍ଦ୍ଦଶା ଭିତରକୁ ଠେଲି ଦେଇଥିଲା ।
ଫଳରେ ଘରକୁ ଫେରି ଆସିବାର ଇଚ୍ଛା ସେମାନଙ୍କୁ ବ୍ୟତିବ୍ୟସ୍ତ କରି ପକାଇଥିଲା । ନିଜ ପାଖରେ ଥିବା ସଞ୍ଚିତ ଅର୍ଥ କିମ୍ବା ଧାଉକରଜ କରି ସେମାନେ ଯେମିତି ହେଲେ ଘରକୁ ଫେରିବãì ଯେମିତି ସଙ୍କଳ୍ପ ନେଇଥିଲେ । ସେଠାକାର ସ୍ଥାନୀୟ ପ୍ରଶାସନର ସହଯୋଗରେ ସେମାନେ ଏକ ବସ୍(ଆରଜେ୧୪ପିଇ-୪୦୪୧)ଆସନ୍ତା କାଲି ସକାଳ ୪ରୁ ୬ଟା ମଧ୍ୟରେ ଭଦ୍ରକ ଠାରେ ପହଞ୍ଚିବ । ଏହି ବସ୍ରେ ରାଜସ୍ଥାନ କୋଟା ରେ ରହି ୨ଟି କୋଚି ସେଣ୍ଟର ଏଲ.ଏନ ଓ ରେଜୋନାନ୍ସ ରହି ପଢୁଥିବା ୨୧ଛାତ୍ରଛାତ୍ରୀ, ୫ ଅଭିଭାବ୍କ ଓ ୨ଜଣ ଗାଡିଚାଳକ ଆସୁଛନ୍ତି । କୋଟାରୁ ବାହାରିଥିବା ଏହି ଘରୋଇ ବସ୍ଟିକୁ କୋଭିଡ ୧୯ ଏଡଭାଇଜରି ଅନୁଯାୟୀ ସମ୍ପୂର୍ଣ୍ଣ ସାନିଟାଇଜ୍ କରାଯାଇଥିଲା । ଆସୁଥିବା ଛାତ୍ରଛାତ୍ରୀଙ୍କୁ ଫର୍ମାଲଏ ସ୍କ୍ରିନିଂ କରାଯାଇଥିଲା । ଏଲ୍.ଏନ କୋଚିଂ ସେଣ୍ଟର ପକ୍ଷରୁ ଛାତ୍ରଛାତ୍ରୀମାନଙ୍କୁ ଫୁଡ୍କିଡସ୍ ପ୍ରଦାନ କରାଯାଇଥିଲା ।
ଯହିଁରେ ମାସ୍କ, ପାଣିବୋତଲ, ବିସ୍କୁଟ ଆଦି ସାମଗ୍ରୀ ରହିଥିଲା ବୋଲି ଫେରୁଥିବା ଭଦ୍ରକ ବ୍ଲକ କଲୋନୀର ମେଡିକାଲ କୋଚିଂ ନେଉଥିବା ଶ୍ରୀତମ ନାୟକ ସୂଚନା ଦେଇଛନ୍ତି । ସେହିଭଳି ସାମାଜିକ ଦୂରତା ରକ୍ଷା କରି ସମସ୍ତେ ମୁହଁରେ ମାସ୍କ ପିନ୍ଦି ବସ୍ ଚଢିଥିଲେ । ଆସିବା ବାଟରେ ରାୟପୁର ଠାରେ ସେମାନଙ୍କ ସହପାଠୀଙ୍କ ପରିବାର ପକ୍ଷରୁ ସେମାନଙ୍କୁ ଖାଦ୍ୟପାନୀୟ ଦେଇ ଆପ୍ୟାୟିତ କରାଯାଇଥିଲା ।
ଜିଲ୍ଲାର ଚାନ୍ଦବାଲି, ମତୋ, ରଘୁନାଥପୁର, ବାସୁଦେବପୁର, ଭଣ୍ଡାରିପୋଖରୀ, ବନ୍ତ, ଧନିଓଝା, ଭଦ୍ରକର ପ୍ରାଚୀନଗର, ସାମରାଇପୁର, ଏରେଇ, ଚରମ୍ପା, ଗବସାହି, ବାଇପାସଛକ, କୁଆଁସ, ଅପର୍ତ୍ତିବିନ୍ଦା ଓ ଅସୁରାଳି ଅଞ୍ଚଳର ୨୧ଜଣ ଛାତ୍ରଛାତ୍ରୀ ଅଛନ୍ତି । ଏମାନଙ୍କ ବମଧ୍ୟରେ ୭ଜଣ ଛାତ୍ରୀ ଓ ୧୪ଜଣ ଛାତ୍ର ଅଛନ୍ତି । ଆସନ୍ତା କାଲି ସକାଳେ ଭଦ୍ରକରେ ଏହି ବସ୍ ପହଞ୍ଚିବ ।