ତିହିଡି,୦୬/୦୯( ଯଦୁମଣି ପାଣିଗ୍ରାହୀ ): ତିହିଡି ଥାନା କାଁପଡା ପଞ୍ଚାୟତ ଅଧିନ ତଳକାଁପଡା ଗାଁରେ ଜଣେ ବୃଦ୍ଧା ନିଖୋଜ ହୋଇଥିବା ଅଭିଯୋଗ ହୋଇଛି । ନିଖୋଜ ଜଣକ ସ୍ୱର୍ଗତ ବୃନ୍ଦାବନ ମଳିକଙ୍କ ସ୍ତ୍ରୀ ପାଗିଳି ମଳିକ(୮୨) ବୋଲି ଜଣାଯାଇଛି । ଶନିବାର ରାତିରେ ଖାଇପିଇ ପରିବାର ଲୋକେ ଶୋଇଥିଲେ । ରବିବାର ସକାଳେ ବୃଦ୍ଧା ଘରେ ନଥିବା ଜଣାପଡିଥିଲା ।
ପରିବାର ଲୋକେ ସାହି ପଡିଶା ଠାରୁ ଆରମ୍ଭ କରି ସମସ୍ତ ବନ୍ଧୁ ବାନ୍ଧବ ଘରକୁ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ପତ୍ତା ମିଳିନାହିଁ । ବୃଦ୍ଧା ପାଗିଳି ଦୈନିକ ଭୋର୍ରୁ ଉଠି ଗାଁ ନିକଟସ୍ଥ ସାଳନ୍ଦୀ ନଦୀ କୂଳକୁ ଶୌଚ ହେବାକୁ ଯାଇଥାନ୍ତି । ବନ୍ୟା ପରଠାରୁ ସାଳନ୍ଦୀ ନଦୀରେ ଭରପୁର ପାଣି ଥିବା ବେଳେ ସମ୍ଭବତଃ ସେ ଭାସି ଯାଇଥାଇ ପାରନ୍ତି ବୋଲି ପରିବାର ତଥା ଗ୍ରାମବାସୀ ସନେ୍ଦହ ପ୍ରକାଶ କରିଛନ୍ତି । ବୃଦ୍ଧାଙ୍କ ନିଖୋଜ ହେବା ନେଇ ତାଙ୍କ ପୁଅ ନରେନ୍ଦ୍ର ମଳିକ ଥାନାରେ ଏତଲା ଦେଇଥିବା ଜଣାଯାଇଛି ।
