କେନ୍ଦ୍ରାପଡା ୬/୯ ( ରବୀନ୍ଦ୍ର ଦାଶ )- ଧନୁର୍ଜୟ ବିଶ୍ୱାଳ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ପଂଚାୟତର ବନ୍ୟା ବିପନ୍ନ ଲୋକମାନଙ୍କୁ ଶୁଖିଲା ଖାଦ୍ୟ, ପିଇବା ପାଣି, ରନ୍ଧା ଖାଦ୍ୟ ପ୍ରଭୃତି ପ୍ରଦାନ କରାଯିବା ସହିତ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରାଯାଇଛି ।

ଧନୁର୍ଜୟ ବିଶ୍ୱାଳ ଚାରିଟେବୁଲ ଟ୍ରଷ୍ଟର ମୁଖ୍ୟ ପୃଷ୍ଟପୋଷକ ଭଗବାନ ବିଶ୍ୱାଳ ଜିଲ୍ଲାର ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବନ୍ୟା ପ୍ଲାବିତ ବଲୁରିଆ, ଅମୃତମଣୋହୀ, ଅଣ୍ଡରା, ଦାଣ୍ଡିସାହି, ପେଣ୍ଠପାଳ, ଅଳପୁଆ ଓ ତରଡିପାଳ ପ୍ରଭୃତି ପଂଚାୟତ ଗୁଡିକ ନିଜେ ଡଙ୍ଗାରେ ବୁଲି ବନ୍ୟା ବିପନ୍ନ ଲୋକମାନଙ୍କୁ ଶୁଖିଲା ଖାଦ୍ୟ,ପିଇବା ପାଣି,ରନ୍ଧା ଖାଦ୍ୟ ଓ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ।

ସେହିସବୁ ପଂଚାୟତର ଭିନ୍ନକ୍ଷମ, ଗରୀବ ଓ ଦୁସ୍ଥ ମାନଙ୍କୁ ଶ୍ରୀ ବିଶ୍ୱାଳ ଆର୍ଥିକ ସହାୟତା ପ୍ରଦାନ କରିବା ସହିତ ଛୋଟ ଛୋଟ ପିଲାମାନଙ୍କୁ ବିସ୍କୁଟ ଓ ଚକଲେଟ ମଧ୍ୟ ପ୍ରଦାନ କରିଥିବା ଦେଖାଯାଇଛି । ଏଥିସହିତ ଲୋକମାନଙ୍କୁ କରୋନା ପ୍ରତିଷେଧକ ହୋମିଓପ୍ୟାଥି ଔଷଧ ଆରସେନିକ ଆଲବୋମିନ ମଧ୍ୟ ପ୍ରଦାନ କରିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here