Odisha news

ଚୋରା କୋଇଲା ବୋଝେଇ ପିକଅପ୍ ଜବତ

0

ତିହିଡି, ୧୨/୦୮(ଯଦୁମଣି ପାଣିଗ୍ରାହୀ): ତିହିଡି ପୋଲିସ ପକ୍ଷରୁ ରାତ୍ରୀ ପେଟ୍ରୋଲିଂ ବେଳେ ଏକ ଚୋରା କୋଇଲା ବୋଝେଇ ପିକଅପ ଭ୍ୟାନକୁ ଜବତ କରାଯାଇଛି । ଏଥିରେ ୪୦ ବସ୍ତା କୋଇଲା ଥିବା ପୋଲିସ ସୂତ୍ରରୁ ଜଣାଯାଇଛି । ପ୍ରକାଶ ଯେ, ଗତକାଲି ପୋଲିସ ପକ୍ଷରୁ ରାତ୍ରୀ ପେଟ୍ରୋଲିଂ କରାଯାଉଥିବା ବେଳେ କାଁପଡା-ଈଶ୍ୱରପୁର ରାସ୍ତା ଦେଇ ଏକ ଚୋରା କୋଇଲା ବୋଝେଇ ପିକଅପ୍ ନଂ-ଓଡି୦୨ସିୟୁ-୨୧୩୨ ଯାଉଥିବା ଜଣା ପଡିଥିଲା । ତେବେ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ଗାଡିଟିକୁ ଜବତ କରିଥିଲା । ଗାଡିର ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଥିବା ଜଣାଯାଇଛି । ପୋଲିସ ଏଥିନେଇ ଏକ ମାମଲା ନଂ-୨୮୨/୨୫ ରୁଜୁ କରି ଘଟଣାର ତଦନ୍ତ କରୁଥିବା ଜଣାଯାଇଛି ।

Leave A Reply