Odisha news

ଶିକ୍ଷାବିତ୍ ହୃଷିକେଶ ଧଳଙ୍କ ସ୍ମୃତିଚାରଣ ସଭା

0

ତିହିଡିÿ, ୩୧/୦୫(ଯଦୁମଣି ପାଣିଗ୍ରାହୀ): ତିହିଡି ବ୍ଳକ ଅନ୍ତର୍ଗତ ବାରୋ ପଞ୍ଚାୟତର ଚବିଶପଡା(ଶାସନଖାସ) ଗାଁର ଶିକ୍ଷାବିତ ରାୟଶ୍ରୀ ହୃଷିକେଶ ଧଳଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ପ୍ରତିମୂର୍ତ୍ତି ଅନାବରଣ ଓ ସ୍ମରଣିକା ଉନ୍ମୋଚନ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଶିକ୍ଷାବିତ ସନ୍ନ୍ୟାସୀ ଚରଣ ବ୍ରହ୍ମଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ବାରୋ ସରପଞ୍ଚ ଉଦ୍ଧବ ନାୟକ, ଶିକ୍ଷାବିତ ନିତ୍ୟାନନ୍ଦ ମଲ୍ଲିକ, ଦେବେନ୍ଦ୍ର ପୁହାଣ, ଶିକ୍ଷାବିତ ଦୀନରଞ୍ଜନ ପାଢୀ, ସମାଜସେବୀ ଅମୂଲ୍ୟ ସେନାପତି, ରାମଚନ୍ଦ୍ର ନାୟକ, ବରିଷ୍ଠ ପାଲା ଗାୟକ ସୁଧାକର ସେଠୀ ଓ ଜ୍ୟେଷ୍ଠ ପୁତ୍ର ଅଚୁ୍ୟତାନନ୍ଦ ଧଳ ପ୍ରମୁଖ ସେମାନଙ୍କ ବକ୍ତବ୍ୟରେ ସ୍ୱର୍ଗତ ଧଳଙ୍କ ଶିକ୍ଷକତା ଜୀବନର ବହୁ ଅଭୁଲା ଘଟଣା ସମ୍ପର୍କରେ ବର୍ଣ୍ଣନା କରିଥିଲେ । ଏହି ଅବସରରେ ସ୍ୱର୍ଗତ ଧଳଙ୍କର ପ୍ରତିମୂର୍ତ୍ତି ଅନାବରଣ ଓ ସ୍ମରଣିକା ଉନ୍ମୋଚନ ହୋଇଥିଲା । ଅନ୍ୟାନ୍ୟ ନରହରି ନାୟକ, ଫକୀର ମହାଳିକ, ରଘୁନାଥ ମଳିକ, ନାରାୟଣ ମାନ୍ଧାତା, ଧ୍ରୁବଚରଣ ସାମନ୍ତରାୟ ମହାପାତ୍ର, ଭିକାରୀ ଚରଣ ନାୟକ, ଶିକ୍ଷକ ରବିନ୍ଦ୍ର ନାୟକ ଓ କୃପାସିନ୍ଧୁ ନାୟକ ପ୍ରମୁଖ ବକ୍ତବ୍ୟ ରଖିଥିଲେ । ଶେଷରେ ସାନ ଭାଇ ଶିକ୍ଷାବିତ୍ ନାରାୟଣ ଚନ୍ଦ୍ର ଧଳ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ଏହି କାର୍ଯ୍ୟକ୍ରମ ପରିଚାଳନାରେ ସ୍ୱର୍ଗତ ଧଳଙ୍କ ପରିବାରର ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।

Leave A Reply