ତିହିଡି, ୩୧/୦୫(ଯଦୁମଣି ପାଣିଗ୍ରାହୀ): ତିହିଡି ବ୍ଳକ ବିଜେଡି ସଭାପତି ଭାବେ ବରିଷ୍ଠ ରାଜନେତା ସୁରେନ୍ଦ୍ର ନାୟକଙ୍କୁ ନିଯୁକ୍ତି ଦିଆଯାଇଛି । ଫତେପୁର ପଞ୍ଚାୟତ ଅଧିନ ବଡଗାଲୋ ଗାଁର ସୁରେନ୍ଦ୍ର ୧୯୭୪ରୁ ରାଜନୀତିରେ ସକ୍ରିୟ ଭାବେ ଅଂଶଗ୍ରହଣ କରି ଆସିଛନ୍ତି । ସେ ୧୯୯୬ରୁ ୨୦୦୫ ଯାଏଁ ତିହିଡି ବ୍ଲକର ଜନତାଦଳ ଓ ପରେ ବିଜେଡିର ସଭାପତି ଦାୟିତ୍ୱରେ ଥିଲେ । ଏହାବ୍ୟତୀତ ସେ ଅବିଭକ୍ତ କୋହ୍ଲ ପଞ୍ଚାୟତର ସରପଞ୍ଚଭାବେ ୨ଥର ନିର୍ବାଚିତ ହୋଇଥିଲେ । ସ୍ୱର୍ଗତ ଅର୍ଜୁନ ସେଠୀ କେନ୍ଦ୍ର ମନ୍ତ୍ରୀ ଥିବା ବେଳେ ସେ ତାଙ୍କର ବାଲେଶ୍ୱର ଜିଲ୍ଲା ପ୍ରତିନିଧି ଓ ସାଂସଦ ଥିବା ବେଳେ ତାଙ୍କର ତିହିଡି ବ୍ଲକ ପ୍ରତିନିଧି ଦାୟିତ୍ୱ ତୁଲାଇଥିଲେ । ତିହିଡି ବ୍ଲକ ବିଜେଡି ସଙ୍ଗଠନକୁ ସଶକ୍ତ କରିବାରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା । ଏହି ପଦବୀ ପାଇବା ପରେ ଶ୍ରୀ ନାୟକ ରାଜ୍ୟ ସଭାପତି ନବୀନ ପଟ୍ଟନାୟକ, ଉପ ସଭାପତି ପ୍ରଣବପ୍ରକାଶ ଦାସ, ବିଧାୟକ ବ୍ୟୋମକେଶ ରାୟ, ପ୍ରାକ୍ତନ ବିଧାୟକ ବିଷ୍ଣୁବ୍ରତ ରାଉତରାୟ, ବିଜୟ ନାୟକ ଓ ରାଜେନ୍ଦ୍ର ଦାସ ଏବଂ ଡା.ସଞ୍ଜୟ ଦାସ ପ୍ରମୁଖଙ୍କୁ କୃତଜ୍ଞତା ଜଣାଇଛନ୍ତି ।