Odisha news

ତିହିଡି ଶ୍ରୀ ସତ୍ୟସାଇ ସେବା ସମିତି ପକ୍ଷରୁ ରକ୍ତଦାନ ଶିବିର

0

ତିହିଡ଼ି, ୧୯/୦୩(ଯଦୁମଣି ପାଣିଗ୍ରାହୀ) : ତିହିଡି ଶ୍ରୀ ସତ୍ୟସାଇ ସେବା ସମିତି ଆନୁକୂଲ୍ୟରେ ତଥା ଦୋହରାସାହି ସେବାଗ୍ରୁପର ସକ୍ରିୟ କର୍ମୀଙ୍କ ଦ୍ୱାରା ଏକ ଗ୍ରୀଷ୍ମକାଳୀନ ରକ୍ତଦାନ ଶିବିର ଦୋହରାସାହି ମନ୍ଦିର ଠାରେ ବୁଧବାର ଦିନ ଅନୁଷ୍ଠିତ ହୋଇଯାଇଛି । ଭଦ୍ରକ ଶ୍ରୀ ସତ୍ୟସାଇ ବିଦ୍ୟାବିହାରର ସମ୍ପାଦକ ପାର୍ଥସାରଥୀ ନାୟକ ଓ ତିହିଡି ସମିତିର ଆବାହକ ସଞ୍ଜୟ ମହାପାତ୍ର ଉକ୍ତ ଶିବିରକୁ ପରିଚାଳନା କରିଥିଲେ । ଉକ୍ତ ରକ୍ତଦାନ ଶିବରରେ ମୋଟ ୩୯ ବୋତଲ ରକ୍ତ ସଂଗୃହିତ ହୋଇଥିଲା । ଭଦ୍ରକ ରକ୍ତ ଭଣ୍ଡାରର ସଂଯୋଜକ ରତିକାନ୍ତ ବଳ, ଟେକନିସିଆନ ବିଷ୍ଣୁପ୍ରିୟା ପରିଡା, ବାବାଜୀ ସାହୁ, ବିଶ୍ୱରଞ୍ଜନ ବନ୍ଧ, ବଳରାମ ପୁହାଣ ରକ୍ତଦାତାଙ୍କ ଠାରୁ ରକ୍ତ ସଂଗ୍ରହ କରିଥିଲେ । ଦୋହରାସାହି ସେବା ଗ୍ରୁପର ଆବାହକ ରାଧାଶ୍ୟାମ ବାରିକ, ଦୀନବନ୍ଧୁ ମାଝୀ, ଲକ୍ଷ୍ମୀଧର ବେହେରା, ପ୍ରଦୀପ ବାରିକ, ଶଶିକାନ୍ତ ବେହେରା, ଶରତ ବେହେରା, ଜ୍ୟେତ୍ସାରାଣୀ ବେହେରା, ରସ୍ନାରାଣୀ ବେହେରା, ତିହିଡି ସମିତିର ରବିନ୍ଦ୍ର ଦାସ, ହିମାଂଶୁ ନାୟକ, ନକୁଳ ମହାପାତ୍ର ଓ ଅନାଦି ବେହେରା ପ୍ରମୁଖ ଶିବର ପରିଚାଳନାରେ ସହାୟତା କରିଥିଲେ । ସତ୍ୟପ୍ରକାଶ ବାରିକ, ନିରଞ୍ଜନ ବାରିକ, ଦୀପକ କବି, ବିକାଶ ନାଥ, କପିଳ ନାଥ, ବସନ୍ତ ମାଝୀ ଓ ଛବିରାଣୀ ବେହେରା ପ୍ରମୁଖ ରକ୍ତଦାନ କରିଥିଲେ ।

Leave A Reply