Odisha news

ତିହିଡି ସପ୍ତସ୍ୱର ସଙ୍ଗଠନର ବାର୍ଷିକ ଉତ୍ସବ

0

ତିହିଡି,୨୪/୦୨(ଯଦୁମଣି ପାଣିଗ୍ରାହୀ): ତିହିଡିର ଅଗ୍ରଣୀ ସାଂସ୍କୃତିକ ସଙ୍ଗଠନ ସପ୍ତସ୍ୱରର ୧୬ତମ ବାର୍ଷିକ ଉତ୍ସବ ତିହିଡି ଟାଉନହଲ ଠାରେ ପାଳିତ ହୋଇଯାଇଛି । ପ୍ରଥମ ଅଧିବେଶନରେ କବିତା ପାଠ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏଥିରେ ସଙ୍ଗଠନ ସଭାପତି କିଶୋର କୁମାର ନାୟକ, କବି ହୃଷିକେଶ ପଣ୍ଡା, ଉପସଭାପତି ବିଶ୍ୱଜିତ ବେହେରା ଓ ଦୈତାରୀ ଜେନା ପ୍ରମୁଖ ଉପସ୍ଥିତ ଥିଲେ । ୨ୟ ଅଧିବେଶନରେ ଅନୁଷ୍ଠିତ ସଭାରେ କିଶୋର ନାୟକ ଅଧ୍ଞକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ କବି ଦୀନବନ୍ଧୁ ପତି, ମୁଖ୍ୟବକ୍ତା ଭାବେ ପଣ୍ଡିତ ଦୈତାରୀ ମହାପାତ୍ର, ସମ୍ଭାନୀତ ଅତିଥି ଭାବେ ଗୁଆମାଳ ସଂସ୍କୃତ କଲେଜର ଅଧ୍ୟକ୍ଷ ଶମ୍ଭୁନାଥ ବେହେରା ପ୍ରମୁଖ ଯୋଗ ଦେଇଥିଲେ । ଏହି ସଭାକୁ ବିଶ୍ୱଜିତ ବେହେରା ସଞ୍ଚାଳନ କରିଥିବା ବେଳେ ସହ ସମ୍ପାଦକ ତପନ ପଣ୍ଡା ବାର୍ଷିକ ବିବରଣୀ ପାଠ କରିଥିଲେ । ଏହି ଅବସରରେ ଶିଶୁ ସାହିତି୍ୟକ ବାଇଧର ନାୟକ, ବାଦ୍ୟକାର ନାରାୟଣ ସାହୁ ଓ ପାଲାଗାୟକ ଗଣେଶ ପ୍ରସାଦ ଦାସଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପରେ ସଙ୍ଗଠନର ସମ୍ପାଦକ ତଥା ବାଦ୍ୟକାର ଗଙ୍ଗାଧର ଦତ୍ତଙ୍କ ସଂଯୋଜନାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବିଶିଷ୍ଟ ବେହେଲା ବାଦକ ହରିବନ୍ଧୁ ସାହୁ, ମନମୋହନ ସଙ୍ଗୀତ ପରିଷଦର ଅଧ୍ୟକ୍ଷ କେଶବ ଚନ୍ଦ୍ର ଜେନା, ବୀଣାପାଣି ସଙ୍ଗୀତ ପରିଷଦର ଅଧ୍ୟକ୍ଷ ଭାଗିରଥି ଦତ୍ତ, ବେହେଲା ବାଦକ ପଞ୍ଚାନନ ଦତ୍ତ, ତବଲା ବାଦକ ବିଜୟ କୁମାର ରାଉଳ ପ୍ରମୁଖ ବାଦ୍ୟ ପରିବେଷଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଲୋକେଶ ପାଣିଗ୍ରାହୀ, ପ୍ରଶାନ୍ତ ବଳ, ଅଜୟ ନାୟକ, ଚନ୍ଦନ ପତି ଓ ମେଘାସନ ମଲ୍ଲିକ ପ୍ରମୁଖ ପରିଚାଳନା କରିଥିଲେ ।

Leave A Reply