Odisha news

ବରିଷ୍ଠ ସାହିତ୍ୟିକ ଉମାକାନ୍ତ ମିଶ୍ର ପାଇବେ ପ୍ରଥମ ରଙ୍ଗ ପ୍ରକାଶନୀ ସାରସ୍ୱତ ସମ୍ମାନ

0

ତିହିଡ଼ି,୨୬ା୧୨(ଯଦୁମଣି ପାଣିଗ୍ରାହୀ): ଆସନ୍ତା ତା ୨୯ ତାରିଖରେ ରଙ୍ଗ ପ୍ରକାଶନୀ, ତିହିଡ଼ି ଦ୍ୱାରା ପ୍ରଥମ ସାରସ୍ୱତ ଉତ୍ସବ ତିହିଡ଼ି ଟାଉନହଲ ଠାରେ ଅନୁଷ୍ଠିତ ହେବାକୁ ଯାଉଛି । ଏହି ଉତ୍ସବରେ ନିତିଦିନର ମୁଖ୍ୟ ସମ୍ପାଦକ ଖ୍ୟାତନାମା ସାହିତ୍ୟିକ ମନୋଜ ମହାପାତ୍ର ମୁଖ୍ୟ ଅତିଥି ଭାବରେ ଯୋଗ ଦେବାକୁ ସଦୟ ସ୍ୱୀକୃତି ପ୍ରଦାନ କରିଥିବା ବେଳେ ମୁଖ୍ୟବକ୍ତା ଭାବରେ ଫକୀର ମୋହନ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅଧିସ୍ନାତକ ଓଡ଼ିଆ ବିଭାଗ ମୁଖ୍ୟ ଡ. ସନ୍ତୋଷ କୁମାର ନାୟକ ଓ ଭଦ୍ରକ ମହିଳା ମହାବିଦ୍ୟାଳୟ ଓଡ଼ିଆ ବିଭାଗ ମୁଖ୍ୟ ଡ. ଅଭୟ କୁମାର ଦାସ ବରେଣ୍ୟ ବକ୍ତା ଭାବରେ ଯୋଗ ଦେଉଥିବା ବେଳେ ସାମ୍ପ୍ରତିକ କାଳର ଖ୍ୟାତନାମା କବି ହୃଦାନନ୍ଦ ପାଣିଗ୍ରାହୀ ଏହି ଉତ୍ସବର ପୌରୋହିତ୍ୟ କରିବେ । ଗଳ୍ପ, କବିତା ଏବଂ ମାଇଥୋଲୋଜିକାଲ ପର୍ଯ୍ୟାଲୋଚନା କ୍ଷେତ୍ରରେ ବିଶେଷ ଖ୍ୟାତି ଅର୍ଜନ କରିଥିବା ସୁସାହିତି୍ୟକ ତଥା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଉମାକାନ୍ତ ମିଶ୍ର ପ୍ରଥମ ରଙ୍ଗ ପ୍ରକାଶନୀ ସାରସ୍ୱତ ସମ୍ମାନ ପ୍ରାପ୍ତ ହେବେ । ଇତି ଅବସରରେ କବି ଦେବ କିଶୋର ଦାସଙ୍କ ପ୍ରଥମ କବିତା ଗ୍ରନ୍ଥ ‘ତୁଠ ପଥର’ ଲୋକାର୍ପିତ ହେବ ବୋଲି ରଙ୍ଗ ପ୍ରକାଶନୀର ପ୍ରକାଶକ ରାଜେଶ କୁମାର ସେଠୀ ସୂଚନା ଦେଇଛନ୍ତି ।

Nalco
Leave A Reply