ତିହିଡି,୨୬/୧୨(ଯଦୁମଣି ପାଣିଗ୍ରାହୀ): ବିକଶିତ ଭାରତ ଗଠନରେ ଅଟଳବିହାରୀଙ୍କ ଅବଦାନ ଅବିସ୍ମରଣୀୟ ହୋଇ ରହିବ । ଅର୍ଥନୈତିକ ପ୍ରଗତି ଓ ଭିତ୍ତିଭୂମିର ବିକାଶକୁ ସେ ତାଙ୍କ ଶାସନ କାଳରେ ସର୍ବାଧିକ ଗୁରୁତ୍ୱ ଦେଉଥିଲେ । ତୃଣମୂଳସ୍ତରରେ ଥିବା ସାଧାରଣ ଲୋକଟିଏ ଯେପରି ଶାସନର ସୁଫଳ ପାଇପାରିବ ସେଥିପାଇଁ ସେ ପ୍ରୟାସ କରିଥିଲେ ବୋଲି ବକ୍ତାମାନେ ମତପ୍ରକାଶ କରିଛନ୍ତି । ମହାନ ରାଷ୍ଟ୍ରବାଦୀ ନେତା, ଦେଶପ୍ରେମୀ, ସୁଶାସନର ପ୍ରବର୍ତ୍ତକ, ସାରସ୍ୱତ ସାଧକ ତଥା ସାମ୍ବାଦିକ ଭାରତରତ୍ନ ପ୍ରାକ୍ତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କ ଜନ୍ମ ଶତବାର୍ଷିକ ପାଳନ ଅବସରରେ ସନ୍ଧ୍ୟାରେ ତିହିଡି ଟାଉନହଲ ଠାରେ ବିଜେପି ପକ୍ଷରୁ ଆୟୋଜିତ ସଭାରେ ବକ୍ାମାନେ ଉପରୋକ୍ତ ମତପ୍ରକାଶ କରିଥିବା ବେଳେ ଅସାଧାରଣ ବ୍ୟକ୍ତିତ୍ୱର ଅଧିକାରୀ ଥିବା ବାଜପେୟୀଙ୍କ ଆଦର୍ଶ ଓ ପ୍ରେରଣା ଆମକୁ ସର୍ବଦା ପଥ ପ୍ରଦର୍ଶନ କରୁଥିବ ବୋଲି କହିଥିଲେ । ସାହାଡାସୁନ୍ଦରୀ ମଣ୍ଡଳର ସଭାପତି ସରପଞ୍ଚ ପ୍ରଦୀପ କୁମାର ବଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ବରିଷ୍ଠ ବିଜେପି ନେତା ରଘୁନାଥ ପାତ୍ର, ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ଶୁକଦେବ ମଳିକ, ଯୁବନେତା ସୀତାକାନ୍ତ ନାୟକ, ଉମାକାନ୍ତ ଦାସ, ଅମୂଲ୍ୟ କୁମାର ସେନାପତି, ସାମ୍ବାଦିକ ରାମ ନାରାୟଣ ନାୟକ, ସାହିତି୍ୟକ ଯଦୁମଣି ପାଣିଗ୍ରାହୀ. ବିଜେପି ନେତା ରାଜକିଶୋର ନାୟକ ଓ ଅଜୟ କୁମାର ମହାପାତ୍ର ପ୍ରମୁଖ ଯୋଗଦେଇ ମହାନ ଜନନାୟକ, ସଫଳ ପ୍ରଧାନମନ୍ତ୍ରୀ ଓଜସ୍ୱିନୀ ବକ୍ତା ଅଟଳବିହାରୀଙ୍କ ନାଁ ଭାରତର ରାଜନୈତିକ ଇସିହାସରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିଥିବ ବୋଲି କହିଥିଲେ । ଦେବବ୍ରତ ପାଢୀ, କେଶବ ବେହେରା, ଦେବେନ୍ଦ୍ର ପଣ୍ଡା, ମନୋଜ ପାଣିଗ୍ରାହୀ, ପ୍ରତାପ ଜେନା, ଶରତ ସେଠୀ, ହରିଶ୍ୱନ୍ଦ୍ର ନାୟକ, ତପୁନ ପାଣି, ଗଣେଶ କର, କାହ୍ନୁଚରଣ ଶତପଥି, ସଞ୍ଜୟ ମହାଳିକ, କାହ୍ନୁଚରଣ ବେହେରା, ମଧୁସୂଦନ ନାୟକ ପ୍ରମୁଖ ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ପୂର୍ବାହ୍ନରେ ବିଜେପି ପକ୍ଷରୁ ତିହିଡି ମେହିକଲାର ରୋଗୀ ଓ କଲେଜ ଛକସ୍ଥିତ ଶାନ୍ତି ଆଶ୍ରମର ଅନ୍ତେବାସୀ ମାନଙ୍କୁ ଫଳ ଓ ବିସ୍କୁଟ ବଣ୍ଟନ କରାଯାଇଥିଲା ।