Odisha news

ଶିକ୍ଷାବିତ୍ କୃଷ୍ଣଚନ୍ଦ୍ର ପାଣିଗ୍ରାହୀଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ

0

ତିହିଡି, ୧୫/୦୪(ଯଦୁମଣି ପାଣିଗ୍ରାହୀ): ତିହିଡି ବ୍ଲକ ଦୋଳସାହି ପଞ୍ଚାୟତ ଅଧିନ ଗାଜିପୁର ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ତଥା ରାମକୃଷ୍ଣ ପରମହଂସଙ୍କ ଆଜୀବନ ଭକ୍ତ ସ୍ୱର୍ଗତ କୃଷ୍ଣଚନ୍ଦ୍ର ପାଣିଗ୍ରାହୀଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ତାଙ୍କ ବାସଭବନରେ ପାଳିତ ହୋଇଯାଇଛି । ଏହି ଅବସରରେ ପ୍ରାଧ୍ୟାପକ ଶିବ ଚରଣ ଖାମୁରାଇଙ୍କ ସଭାପତିତ୍ୱରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ ଶ୍ରଦ୍ଧାଞ୍ଜଳି ସଭାରେ ଅତିଥିମାନେ ସ୍ୱର୍ଗତ କୃଷ୍ଣଚନ୍ଦ୍ର ପାଣିଗ୍ରାହୀଙ୍କ ଫଟୋ ଓ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରି ପ୍ରଦୀପ ପ୍ରଜ୍ୱଳନ କରିବା ସହିତ ସ୍ୱର୍ଗତ ପାଣିଗ୍ରାହୀଙ୍କ ସ୍ମୃତି ଚାରଣ କରି ତାଙ୍କର ଅମର ଆତ୍ମାର ସଦଗତି କାମନା କରିଥିଲେ । ଉକ୍ତ ଶ୍ରଦ୍ଧାଞ୍ଜଳି ସଭାରେ ଅବସରପ୍ରାପ୍ତ ପୋଲିସ ଅଫିସର ରନôାକର ବିଶ୍ୱାଳ, ଅବସରପ୍ରାପ୍ତ ବ୍ୟାଙ୍କ ମେନେଜର ସୁଦର୍ଶନ ସାହୁ, ଅବସର ପ୍ରାପ୍ତ ସୈନିକ ରଘୁନାଥ ପଶୁପାଳକ, ଅବସରପ୍ରାପ୍ତ ଶିକ୍ଷକ ଭରତ ବିଶ୍ୱାଳ, ରବିନାରାୟଣ ସାହୁ, ଗଣେଶ ଖାମୁରାଇ, ମହେଶ୍ୱର ସାହୁ, ରବୀନ୍ଦ୍ର ଦୀକ୍ଷିତ, ଅବସର ପ୍ରାପ୍ତ ଶିକ୍ଷକ ଜୟକୃଷ୍ଣ ନାୟକ, ଶିକ୍ଷକ ମୁରଧର ଦାସ, ପ୍ରଭାସ ପଣ୍ଡା, ଦେବବ୍ରତ ଶତପଥୀ, ସାନଭାଇ ମହେଶ୍ୱର ପାଣିଗ୍ରାହୀ, ପୁତୁରା ଜଗବନ୍ଧୁ ପାଣିଗ୍ରାହୀ ଓ ରବିନାରାୟଣ ପାଣିଗ୍ରାହୀ, ବଡ ଜ୍ୱାଇଁ ହାବିଲଦାର ନକୁଳ ସେନାପତି, ମଝିଆ ଜ୍ୱାଇଁ ପ୍ରାଣକୃଷ୍ଣ ପାଣିଗ୍ରାହୀ, ଝିଅ ସୁରୁଜି ସେନାପତି, ଯତନୀ ପାଣିଗ୍ରାହୀ, କଳ୍ପନା ପାଣିଗ୍ରାହୀ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ । ସ୍ୱର୍ଗତ ପାଣିଗ୍ରାହୀଙ୍କ ଜ୍ୟେଷ୍ଠ ପୁତ୍ର ତଥା ଶିକ୍ଷକ ସନ୍ତୋଷ ପାଣିଗ୍ରାହୀ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।

Leave A Reply