ତିହିଡି, ୦୫/୦୪(ଯଦୁମଣି ପାଣିଗ୍ରାହୀ) : ଶ୍ରୀରାମ ନବମୀ ମହୋତ୍ସବ ଉପଲକ୍ଷେ ତିହିଡି ଶ୍ରୀରାମ ନବମୀ ସମିତି ପକ୍ଷରୁ ମାତୃଭୂମି ପାଇଁ ଗଣଦୌଡ ଅନୁଷ୍ଠିତ ହୋଇଯାଇଛି । ହାତରେ ଶ୍ରୀରାମଙ୍କ ପତାକା ଧରି ଜୟ ଶ୍ରୀରାମ ଧ୍ୱନୀରେ ପ୍ରକମ୍ପିତ ହୋଇଥିଲା ସମଗ୍ର ଅଞ୍ଚଳ । ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିବା ଏବଂ ପ୍ରଥମ ଥର କରି ତିହିଡିରେ ଏପରି କରାଯାଉଥିବା ନେଇ ପ୍ରଶାସନିକ ସ୍ତରରେ ବ୍ୟାପକ କଟକଣା ଜାରି କରାଯାଇଥିଲା । ଯାହା ଫଳରେ ନିରାଡମ୍ବର ଭାବେ ଏହା ପାଳନ କରାଯାଇଛି । ଦଳ ମତ ନିର୍ବିଶେଷରେ ଶତାଧିକ ସଂସ୍କୃତିପ୍ରେମୀ ସାଧାରଣ ଜନତା ତିହିଡି କଲେଜ ଛକସ୍ଥିତ ଗଣେଶ ମନ୍ଦିର ନିକଟରୁ ପଦଯାତ୍ରାରେ ବାହାରି ବଜାର ପରିକ୍ରମା କରିବା ପରେ ତହସିଲ କାର୍ଯ୍ୟାଳୟ ସ୍ଥିତ ହନୁମାନ ମନ୍ଦିର ନିକଟରେ ଏକତ୍ରିତ ହୋଇଥିଲେ । ମର୍ଯ୍ୟାଦା ପୁରୁଷ ପ୍ରଭୁ ଶ୍ରୀରାମଙ୍କୁ ଭଲ ପାଉଥିବା ସାଧାରଣ ଜନତାଙ୍କ ସମେତ ଦଳଗତ, ଜାତି ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ଭାଇ·ରାର ସମ୍ପର୍କ ଆଣିବା ଲକ୍ଷ୍ୟରେ ଏବଂ ତିହିଡି ମାଟିର ସଂସ୍କୃତି ଓ ଆଦର୍ଶକୁ ଉଜ୍ଜୀବିତ କରିବା ଲକ୍ଷ୍ୟନେଇ ଏହି ଗଣଦୌଡର ଆୟୋଜନ ହୋଇଥିଲା । ଶ୍ରୀରାମ ନବମୀ ସମିତିର ସଭାପତି କିଶୋର କୁମାର ନାୟକ ନେତୃତ୍ୱରେ ମୁଖ୍ୟ ଅତିଥିଭାବେ ପ୍ରାକ୍ତନ କଲେଜ ଅଧ୍ୟକ୍ଷ ଲକ୍ଷ୍ମୀଧର ତ୍ରିପାଠୀ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିବା ବେଳେ ସମ୍ମାନୀତ ଅତିଥିଭାବେ ଭାଟପଡା ସରପଞ୍ଚ ଶୁଭ୍ରନାରାୟଣ ସେଠୀ, ଦୀନବନ୍ଧୁ ପତି, ରଘୁନାଥ ପାତ୍ର, ସବ୍ୟସାଚୀ ମହଲା, ପି. ହୃଷିକେଶ, ଉଦୟ ନାରାୟଣ ମଲ୍ଲିକ, ଶୁକଦେବ ମଳିକ, ବୁଦ୍ଧଦେବ ଜେନା, ରାଜକିଶୋର ନାୟକ, ଉମାକାନ୍ତ ଦାସ, ବିପିନ ବିହାରୀ ପତି, ବିଶ୍ୱଜିତ ବେହେରା, ବୁଦ୍ଧିରାମ ସେଠୀ, ପ୍ରତାପ ଜେନା, ବିଟୁ ମହାନ୍ତି, ନିର୍ମଳ ବେହେରା, କେଶବ ବେହେରା, ଦେବବ୍ରତ ପାଢୀ, ଜ୍ୟୋତିର୍ମୟ ପାଣ୍ଡବ, କାହ୍ନୁଚରଣ ଶତପଥି, ରତିିକାନ୍ତ ଦାସ, ପ୍ରିୟବ୍ରତ ପାଢୀ, ତପନ ପଣ୍ଡା, ପ୍ରଶାନ୍ତ ନାୟକ ପ୍ରମୁଖ ଶତାଧିକ ସାମିଲ ହୋଇଥିଲେ । ସମିତିର ସର୍ବ ବ୍ୟବସ୍ଥା ପ୍ରମୁଖ ସୀତାକାନ୍ତ ନାୟକ, ସମ୍ପାଦକ ଯଜାତି କେଶରୀ ଦାସଙ୍କ ସମେତ ଅଜୟ ନାୟକ, ନିତ୍ୟାନନ୍ଦ ଜେନା, ନିଳମଣି ସାବତ, ରବିନ୍ଦ୍ର ଦାସ ଓ ଗଙ୍ଗାଧର ଦତ୍ତ ପ୍ରମୁଖ କାର୍ଯ୍ୟକ୍ରମ ପରି·ଳନା କରିଥିଲେ ।