Odisha news

ପ୍ରଶାନ୍ତ ବେହେରାଙ୍କୁ ସାଲେପୁର ବିଜେଡ଼ି ଟିକେଟ କର୍ମୀ ମହଲରେ ଖୁସିର ଲହରି।

0
ସାଲେପୁର :-ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି ସାଲେପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ରେ ଶେଷରେ ଆଜି ବିଜେଡି ପକ୍ଷରୁ ତୃତୀୟ ପ୍ରର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।ସାଲେପୁର ବିଧାୟକ ପ୍ରଶାନ୍ତ ବେହେରାଙ୍କୁ ପୁଣି ଥରେ ବିଜେଡି ଦଳ ପକ୍ଷରୁ ସାଲେପୁର ବିଧାନସଭା କ୍ଷେତ୍ରର ବିଧାୟକ ପ୍ରାର୍ଥୀ ଭାବେ ଘୋଷଣା କରିଛନ୍ତି ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ। ବିଧାୟକ ପ୍ରାର୍ଥୀ ଘୋଷଣା ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି ବିଧାୟକ ପ୍ରଶାନ୍ତ ବେହେରା। ଆଜି ଏହାନେଇ ବିଜେଡି କର୍ମୀ ମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି।ବିଜେଡି କର୍ମୀମାନେ ନିଜ ନିଜ ଭିତରେ ମିଠା ଖୁଆଉ ଥିବାର ଦେଖିବାକୁ ମିଳିଥିଲା। ଏହାସହ ସାଲେପୁର ବଜାରରେ ଥିବା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟ ଙ୍କ ପ୍ରତିମୂର୍ତ୍ତି ରେ କର୍ମୀ ମାନେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ବିଧାୟକ ପ୍ରାର୍ଥୀ ଭାବେ  ଶ୍ରୀ ବେହେରାଙ୍କୁ ଘୋଷଣା କରିଥିବା ରୁ ପୁର୍ବତନ ଜିଲ୍ଲାପରିଷଦ ସଭ୍ୟ ଚିତ୍ତରଞ୍ଜନ ମହାନ୍ତି, ସାଲେପୁର ବ୍ଳକ ଆତ୍ମା ସଭାପତି ଦିଲ୍ଲୀପ ଦାଶ, ବିଜେଡି କାର୍ଯ୍ୟ କାରିଣୀ ସଭାପତି ନାରାୟଣ ପତି, ବରିଷ୍ଟ ସଂଗଠକ ନବକିଶୋର କର,ପ୍ରାକ୍ତନ ସମିତି ସଭ୍ୟ ବିଭୁତି ଭୂଷଣ ଦାଶ,  ଯୁବ ନେତା ବିରଂଚି ନାରାୟଣ କର, ସୌମ୍ୟରଂଜନ ମଲ୍ଲ, ରାଜେଶ ମହାନ୍ତି, ସନାତନ ଭୂୟାଁ, ଅନିଲ ଦାସ, ଅଶ୍ଵିନୀ କୁମାର ଭୂୟାଁ ପ୍ରମୁଖ ପ୍ରମୁଖ ଅନେକ କର୍ମୀ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ  କୃତଜ୍ଞତା  ଜଣାଇଛନ୍ତି।
Govt
Leave A Reply