ସମସ୍ତଙ୍କୁ ଲାଭବାନ କରାଉଛି ଚୋରା କୋଇଲା କାରବାର : ସ୍କୁଲ-କଲେଜ ପଢୁଆ ପିଲା ବି ଚୋରା କୋଇଲା ବେପାରରେ ସାମିଲ, ବୃଦ୍ଧିପାଉଛି ଅସାମାଜିକ କାର୍ଯ୍ୟକଳାପ
ତିହିଡି, ୨୨/୦୩(ଯଦୁମଣି ପାଣିଗ୍ରାହୀ) : ତିହିଡି ଅଞ୍ଚଳରେ ସଂପ୍ରତି ଚୋରା କୋଇଲା ବେପାର ବିଭିନ୍ନ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧିରେ ସହାୟକ ହୋଇଛି । ଅନ୍ୟମାନଙ୍କ ସହିତ ସ୍କୁଲ, କଲେଜ ପଢୁଆ ପିଲା ବି ଏହି କାରବାରରେ ସାମିଲ ରହୁଥିବାରୁ ସେମାନଙ୍କ ଭବିଷ୍ୟତ ଅନ୍ଧାରକୁ ଠେଲି ହୋଇଯାଉଛି । ପୋଲିସର ଜାଣତରେ ଚୋରା କୋଇଲା ବେପାର ଚାଲୁଥିବା ନେଇ ଅଭିଯୋଗ ହେଉଥିବା ବେଳେ ଏବେ ଏହିି କାରବାର ଦିନକୁ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଦିନତମାମ ସାଇକେଲ ଓ ବାଇକ୍ ଯୋଗେ ଗାଁ ଗଣ୍ଡାର ଚୋରମାନେ ମାଫିଆଙ୍କ ଡିପୋରେ କୋଇଲା ବସ୍ତା ମହଜୁଦ୍ କରିଥାନ୍ତି । ଅନ୍ଧାର ହେଲେ ସକ୍ରିୟ ହୋଇ ପଡନ୍ତି ମାଫିଆ ମାନେ । ମଦମାଂସ ଖୁଆଇ ଯୁବପିଢିଙ୍କୁ ଚୋରା କୋଇଲା ବୋହିବା କାମରେ ଲଗାଯାଇଥାଏ । ଆଉ ଅର୍ଦ୍ଧରାତିରେ ପିକ୍ଅପ୍ ଠାରୁ ଆରମ୍ଭ କରି ବଡ ଗାଡିରେ ଚୋରା କୋଇଲା ବାହାରକୁ ·ଲାଣ କରାଯାଏ । ଏହି ·ଲାଣରେ କେତେକ ନିର୍ଦ୍ଦିଷ୍ଟ କୁଜି ନେତା ଓ ଛାମୁଆ ନେତା(ଯୋଗାଡିଆ) ବି ସାମିଲ ହୋଇଥାନ୍ତି । ଗାଡି ମାଲିକ କେବଳ ମାଫିଆଙ୍କ ପାଖକୁ ଗାଡି ପଠେଇ ଦେଇ ନିଶ୍ଚିନ୍ତରେ ଘରେ ରହୁଥିବା ବେଳେ ମାଫିଆମାନଙ୍କୁ ସହଯୋଗ କରିଥାନ୍ତି ଏହି ଯୋଗାଡିଆ ମାନେ । ଏମାନେ ପୋଲିସ ସହ କୁଆଡେ ସଲାସୁତୁରା କରି କୋଇଲା ବୋଝେଇ ଗାଡି ପାର କରାଇଥାନ୍ତି । ଏକସଂଗରେ ୧୦ରୁ ୨୦ ଜଣ ଗୁଣ୍ଡା ଶ୍ରେଣୀର ଯୁବକ ଚୋରା କୋଇଲା ବୋଝେଇ ଗାଡି ସାଙ୍ଗରେ ଯାଇ ଥାନାଞ୍ଚଳ ପାର କରିଥାନ୍ତି । ଗାଁ ଗଣ୍ଡାରୁ ଚୋରମାନଙ୍କ ଠାରୁ ଦୁଇରୁ ଅଢେଇ ଟଙ୍କାରେ ଚୋରା କୋଇଲା କିଣି ମାଫିଆମାନେ ଚଢା ଦରରେ ଗାଡି ମାଲିକଙ୍କୁ ବିକ୍ରିଥାନ୍ତି । ସାଧାରଣ ଏକ ପିକ୍ଅପ୍ ଗାଡିରେ କୋଇଲା ·ଲାଣ ହେଲେ ଲୋକାଲ ·ନ୍ଦା ଠାରୁ ଆରମ୍ଭ କରି କମିଟି ·ନ୍ଦା ଏପରିକି ପୋଲିସକୁ ·ନ୍ଦା ଦେଇ ମଧ୍ୟ ଗାଡିପିଛା ରାତିକୁ ୩୦ ହଜାର ଟଙ୍କା ଲାଭ ହୋଇଥାଏ ବୋଲି ମଧ୍ୟ କୁହାଯାଉଛି । ଗାଡି ପାର କରିବା ଲାଗି ପୋଲିସ ଓ ସଂପୃକ୍ତ ଯୋଗାଡିଆ ମାନେ ରାତି ଅନିଦ୍ରା ହେବା ସ୍ୱାଭାବିକ୍ । ବିନା ପୁଞ୍ଜିରେ ରାତିଏ ଗଲେ ହାତିଏ ଆଣିବା ମୂଳ ଲକ୍ଷ୍ୟନେଇ ଯୋଗାଡିଆମାନେ ଲାଗି ପଡିଥାନ୍ତି । ଏହି କାମରେ ଯିଏ ଥରେ ଗୋଡ କାଢିଛି ବିନା ପୁଞ୍ଜିରେ ଲକ୍ଷପତି ହୋଇଯାଉଛିି । ସାଧାରଣ ଲୋକଙ୍କୁ ନ୍ୟାୟ ମିଳୁ ଅଥବା ନମିଳୁ ମାତ୍ର ଚୋରା କୋଇଲା ·ଲାଣ ପ୍ରସଙ୍ଗରେ କିନ୍ତୁ ପୋଲିସ ନିଜ ସ୍ୱାର୍ଥସାଧନ ପାଇଁ ସହୃଦୟତା ଦେଖାଉଥିବା ଅଭିଯୋଗ ହେଉଛି । ପୋଲିସର ଏପରି ସହୃଦୟତା ପାଇଁ ଏହିି କାରବାରରେ ରୋକ୍ ଲାଗିବା ପରିବର୍ତ୍ତେ ଦିନକୁ ଦିନ ବୃଦ୍ଧି ପାଉଛି । ଗାଁ ଗଣ୍ଡାରେ ମାଳମାଳ ଚୋର ଆଉ ମାଫିଆ । କୋଇଲା ଚୋରମାନେ ସଂପ୍ରତି ଏକାଧିକ ବାଇକ୍ ଏପରିକିି ·ରିଚକିଆ ଗାଡି ବ୍ୟବହାର କଲେଣି ଓ ଦୁଇ ଦିନି ମହଲା କୋଠାଘରର ମାଲିକ ହେଲେଣି । ତିହିଡି ଓ ପୀରହାଟ ଥାନାଞ୍ଚଳ ଏହି ବେପାରରେ ବେଶ ଆଗୁଆ ରହିଛି । ନରେନ୍ଦ୍ରପୁର ଠାରୁ ଆରମ୍ଭ କରି ନୂଆନନ୍ଦ ପର୍ଯ୍ୟନ୍ତ ଲମ୍ବିଛି ଏହି ବେପାର । ଥାନାର ମୁଣ୍ଡିଆଳ ଏହି ଚୋରା ବେପାର ସମ୍ପର୍କରେ ଅବଗତ ଥାଉ ଅଥବା ନଥାଉ ହେଲେ ବେପାର ହେଉଛି । ଯୋଗାଡିଆମାନେ ତଳିଆ କର୍ମ·ରୀଙ୍କୁ ହାତବାରିଶି କରି ମାଫିଆଙ୍କ ଗାଡିକୁ ପାର କରାଉଥିବା ଅଭିଯୋଗ ହେଉଛି । ଏପରି କାର୍ଯ୍ୟରେ କେତେକ ରେଲୱେ ପୋଲିସର ମଧ୍ୟ ହାତ ରହିଥିବା ଅଭିଯୋଗ ହେଉଛି । ବିଗତ ଦିନରେ ରେଲୱେ ପୋଲିସ ଓ ଏହି ପୋଲିସ କର୍ମ·ରୀଙ୍କ କଳା କାରନାମା ପଦାରେ ପଡିଥିଲା । ଉଭୟ ବିଭାଗର କେତେକ କର୍ମ·ରୀଙ୍କୁ ବଦଳି ମଧ୍ୟ କରାଯାଇଥିଲା । ତେବେ କେଇ ସପ୍ତାହ ଚୋରା ବେପାର ବନ୍ଦ ରହିଥିବା ବେଳେ ସଂପ୍ରତି ପୁଣି ସକ୍ରିୟ ହୋଇଛି । ରେଳପଥ ନିକଟସ୍ଥ ଗାଁଗୁଡିକରେ ସ୍କୁଲ କଲେଜ ପଢୁଆ ପିଲା ଓ ଯୁବ ପିଢି ସମସ୍ତେ ଏବେ ଚୋରା କୋଇଲା ପଛରେ ପଡିଛନ୍ତି । ସବୁ ଜାଣି ଅଜଣା ·ଉଳର ଭାତ ଖାଉଥିବା ପୋଲିସ କଥା ଉଠିଲେ କିଛି ଜଣାନାହିଁ ବୋଲି ସଫେଇ ଦେଉଛି । ମାର୍କାଦିଆ କୋଇଲା ଚୋର ଅବା ମାଫିଆଙ୍କ ସହ ପୋଲିସ ଦୈନିକ ଭାବର ଆଦାନ ପ୍ରଦାନ ·ଲୁଛି ଯାହା ସେମାନଙ୍କ ମୋବାଇଲର କଲ ଡିଟେଲ୍ସ କହିପାରିବ । ଦିନ ଅପେକ୍ଷା କେତେକ ନିର୍ଦ୍ଦିଷ୍ଟ ପୋଲିସ ରାତି ଡୁ୍ୟଟି କରିବାକୁ ପସନ୍ଦ କରୁଥିବା ଚର୍ଚ୍ଚାକୁ ଆସୁଛି । ଟପ୍-ଟୁ-ବଟମ୍ ସଭିଏଁ ଖୁସ । ମାତ୍ର ଗାଁ ଗଣ୍ଡାରେ ପରିବେଶ ଧୀରେ ଧୀରେ ଅଶାନ୍ତ ହେଉଛି । ଥାନା ସାମନା ଦେଇ ଚୋରା କୋଇଲା ବୋଝେଇ ଗାଡି ଯାଉଛି ଭିଡିଓ ମଧ୍ୟ ଭାଇରାଲ ହେଉଛି ହେଲେ ପୋଲିସର ସେଥିପ୍ରତି ନିଘା ନାହିଁ । ଚୋରା କୋଇଲା ଚାଲାଣ ରୋକିବା ନେଇ ପୋଲିସ ପ୍ରଶାସନ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ଯାଏ ଏହି ଚୋରା କାରାବାରକୁ ରୋକିବା ସମ୍ଭବପର ନୁହେଁ ବୋଲି ସାଧାରଣରେ ମତପ୍ରକାଶ ପାଇଛି ।