Odisha news

ଦୋଳମେଳନ ପାଳନ ନେଇ ପୋଲିସ ଓ ମେଳନ କମିଟି କର୍ମକର୍ତ୍ତାଙ୍କ ବୈଠକ

0

ତିହିଡି, ୧୮/୦୩ : ତିହିଡି ବ୍ଲକର ବିଭିନ୍ନ ସ୍ଥାନରେ ଦୋଳ ମେଳନ ପାଳନ ନେଇ ସୋମବାର ଦିନ ତିହିଡି ଥାନାରେ ପୋଲିସ ଓ ମେଳନ କମିଟି କର୍ମକର୍ତ୍ତାଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ତିହିଡି ଅଞ୍ଚଳର ଐତିହାସିକ କାଳିମେଘା ମେଳନ ଠାରୁ ଆରମ୍ଭ କରି ଝାଡପଟା ମେଳନ, କୋହ୍ଲ ମେଳନ, ତିହିଡି ମେଳନ, ବାରୋ, ବୋଡକ ଓ ବିଲଣା ଆଦି ସ୍ଥାନରେ ହେବାକୁ ଯାଉଥିବା ପ୍ରମୁଖ ଦୋଳମେଳନ ଗୁଡିକୁ କିପରି ଶାନ୍ତିଶୃଙ୍ଖଳାର ସହିତ ସମ୍ପନ୍ନ କରାଯିବ ସେଥିନେଇ ବିସ୍ତୃତଭାବେ ଆଲୋଚନା ହୋଇଥିଲା । ବିଶେଷକରି ଡିଜେ ବାଜାକୁ କିପରି ସର୍ବନିମ୍ନ ଧ୍ୱନିରେ ବଜାଯାଇପାରିବ ଓ ପାଣିସିଞ୍ଚନକୁ ସଂପୂର୍ଣ୍ଣ ଭାବେ ନିଷେଧ କରିହେବ ସେ ଦିଗରେ ଦୃଷ୍ଟି ଦେବାକୁ ପୋଲିସ ମେଳନ କମିଟିର କର୍ମକର୍ତ୍ତାମାନଙ୍କୁ ପରାମର୍ଶ ଦେଇଥିଲେ । ସେହିପରି ମେଳନ ସମୟରେ ଯେଭଳି କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନ ହୁଏ ସେଥିପ୍ରତି ଧ୍ୟାନ ଦେବାକୁ ସମସ୍ତେ ଯତ୍ନବାନ ହେବାକୁ ପୋଲିସ ପକ୍ଷରୁ ପରାମର୍ଶ ଦିଆଯାଇଥିଲା । ଏହି ବୈଠକରେ ତିହିଡି ଆଇଆଇସି ପ୍ରସନ୍ନ ନାୟକ,ବାଣୀକଲ୍ୟାଣ ମହାପାତ୍ର, ଗଣେଶ ନାୟକ, କୀର୍ତ୍ତନ ରାଉତ, ଅଜୟ ରାଉତ, ସୁରେଶ ମହାପାତ୍ର, ଚିନ୍ତାମଣି ଦାସ, ଶଚ୍ଚିକାନ୍ତ ନାୟକ, ପ୍ରଭାତ କୁମାର ରାଉଳ, ଦାଶରଥି ମହାପାତ୍ର. କହ୍ନେଇ ସାହୁ, ଅପୂର୍ବ ଦାସ ପ୍ରମୁଖଙ୍କ ସମେତ ଅନ୍ୟ ପୋଲିସ ଅଧିକାରୀ ତଥା ଠାକୁରବାଡିଆ ମାନେ ଉପସ୍ଥିତ ଥିଲେ ।

Leave A Reply