ତିହିଡି, ୨୬/୦୨(ଯଦୁମଣି ପାଣିଗ୍ରାହୀ): ତିହିଡି ବ୍ଲକ ଅନ୍ତର୍ଗତ ତିହିଡି ଗାଁରେ ପ୍ରାୟ ୧ କୋଟି ଟଙ୍କାର ୪ଟି ପ୍ରକଳ୍ପର ଶୁଭ ଉଦଘାଟନ କରିଛନ୍ତି ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟ । ଗାଁର ଉମାମଣି ଉନ୍ନିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ରୂପାନ୍ତରୀକରଣ, ବିଶ୍ୱଜନନୀ ପାଠାଗାର ସହିତ ଐତିହାସିକ ବାରୁଣୀ ପୋଖରୀର ଉନ୍ନତିକରଣ ଓ ବିଜୟଶ୍ରୀ କଲ୍ୟାଣ ମଣ୍ଡପ ଆଦି ଅନ୍ତର୍ଭୁକ୍ତ । ଏହି ଅବସରରେ ବାରୁଣୀ ପୋଖରୀ ପଡିଆରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଭାଟପଡା ପଞ୍ଚାୟତ ପ୍ରତି ପ୍ରାକ୍ତନ ମନ୍ତ୍ରୀ ସ୍ୱର୍ଗତ ବିଜୟଶ୍ରୀ ରାଉତରାୟଙ୍କ ଉଦ୍ୟମରେ ବହୁ ପ୍ରକଳ୍ପ କାର୍ଯ୍ୟକାରୀ ହୋଇଥିବା ବେଳେ ତାଙ୍କ ସୁପୁତ୍ର ବିଧାୟକ ବିଷ୍ଣୁବ୍ରତଙ୍କ ଉଦ୍ୟମରେ ବହୁ ଉନ୍ନୟନ କାର୍ଯ୍ୟ କରାଯାଇଛି ବୋଲି ସଭାରେ ମତପ୍ରକାଶ ପାଇଥିଲା । ପାର୍ଥସାରଥି ନାୟକ ଅତିଥି ମାନଙ୍କୁ ମଞ୍ଚକୁ ଆମନ୍ତ୍ରଣ କରିଥିଲେ । ପରେ ବିଧାୟକଙ୍କ ପ୍ରତିନିଧି ବାପୁଜୀ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ରଘୁନାଥ ପଣ୍ଡା, ବ୍ଲକ ଅଧ୍ୟକ୍ଷା ଅବନ୍ତୀ ଦାସ, ଉପାଧ୍ୟକ୍ଷା ଶୁଭଦ୍ରା ଶତପଥି, ଜିଲ୍ଲା ପରିଷଦ ସଭ୍ୟା ସୁମତି ସେଠୀ, ସରପଞ୍ଚ ପୁଷ୍ପାଞ୍ଜଳି ଲେଙ୍କା, କୈଳାସ ପରିଡା, କଳ୍ପନା ନାୟକ, ସୁପ୍ରଭା ପାଣି, ଲକ୍ଷ୍ମୀପ୍ରିୟା ସାମଲ, ପ୍ରାକ୍ତନ ସରପଞ୍ଚ କୀର୍ତ୍ତନ ରାଉତ, ବୈକୁଣ୍ଠ ପାଣି, ଗଣେଶ ନାୟକ, ପ୍ରବୀର ନାୟକ, ବିଷ୍ଣୁ କୁଅଁର, ସୁରେନ୍ଦ୍ର ନାୟକ, କମଳାକାନ୍ତ ଲେଙ୍କା, ଶଚ୍ଚିକାନ୍ତ ନାୟକ, ତାପସ ବେହେରା ଓ ପ୍ରମୁଖ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉମକୋନ୍ତ ସେଠୀ, ନରେନ୍ଦ୍ର ବାରିକ, ବିପିନ ବେହେରା, ଟୁଟୁ ପତି, ସୟଦ ଇବ୍ରାହିମ, କୈଳାସ ନାୟକ, କୈଳାସ ବେହେରା, ବିଷ୍ଣୁ ଦାସ ମହାସଂଘର ସଭାନେତ୍ରୀ, ସୁଚିସ୍ମିତା ସାହୁ, ସଂପାଦିକା ଶଶିରେଖା ଯତି, ଏମବିକେ ସୁପ୍ରଭା ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରାରମ୍ଭରେ ବିଧାୟକ ଶ୍ରୀ ରାଉତରାୟଙ୍କୁ ଏକ ସୁସଜ୍ଜିତ ଶୋଭାଯାତ୍ରାରେ ଉଦାଟନସ୍ଥଳ ଯାଏଁ ନିଆଯାଇଥିଲା ।