Odisha news

ମୋ ବ୍ୟାଙ୍କ ପ୍ରତିଷ୍ଠା ଲାଗି ଜିଲ୍ଲାପାଳଙ୍କୁ ଭେଟିଲେ ସିଂଦୋଳ ସରପଞ୍ଚ

0

ତିହିଡି, ୧୯/୦୨(ଯଦୁମଣି ପାଣିଗ୍ରାହୀ): ରାଜ୍ୟ ସରକାରଙ୍କ ନିଦେ୍ର୍ଦଶ ମୁତାବକ ସମସ୍ତ ପଞ୍ଚାୟତ କାର୍ଯ୍ୟାଳୟ ପରସରରେ “ମୋ ବ୍ୟାଙ୍କ” ପ୍ରତିଷ୍ଠା କରାଯାଉଛି । ଏହାଦ୍ୱାରା ପଞ୍ଚାୟତର କେତେକ ବେକର ଯୁବକ/ଯୁବତୀଙ୍କୁ ନିଯୁ୍କ୍ତି ମିଳିବା ସହିତ ପଞ୍ଚାୟତବାସୀ ହାତପାହାନ୍ତରେ ବ୍ୟାଙ୍କ ସେବା ପାଇ ପାରିବେ । ବ୍ଲକ ସଦର ମହକୁମା ନଯାଇ ନିଜ ପଞ୍ଚାୟତରେ ବ୍ୟାଙ୍କିଂ ସେବା ପାଇପାରିବେ ଯାହାକୁ ନେଇ ଭଦ୍ରକ ଜିଲ୍ଲା ତିହିଡି ବ୍ଲକର ଅଧିକାଂଶ ପଞ୍ଚାୟତରେ ଏହି ସେବା ଆରମ୍ଭ ହୋଇ ସାରିଛି । ତେବେ ଏହି ବ୍ଲକ ଅଧିନ ସିନେ୍ଦାଳ ପଞ୍ଚାୟତର ରାଜୀବଗାନ୍ଧି ସେବା କେନ୍ଦ୍ରରେ ଦୁଇ ବର୍ଷ ତଳେ ଏକ ଘରୋଇ ବ୍ୟାଙ୍କ କାର୍ଯ୍ୟକାରୀ କରୁଥିବା ନେଇ ଏହି ପଞ୍ଚାୟତରେ “ମୋ ବ୍ୟାଙ୍କ” ସେବା ବାଦ୍ ପଡିଛି । ଯାହାଦ୍ୱାରା ପଞ୍ଚାୟତବାସୀଙ୍କ ଶରବ୍ୟ ଶିକାର ହେଉଥିବା ନେଇ ଖୋଦ୍ ସରପଞ୍ଚ ସୁପ୍ରଭା ପାଣି ଜିଲ୍ଲାପାଳଙ୍କ ଯୁଗ୍ମ ଜନଶୁଣାଣୀ ଏପରି ଅଭିଯୋଗ କରିଛନ୍ତି । ଏଥିସହ ଏକ ପୁରୁଣା ଏବଂ ପରିତ୍ୟକ୍ତ ଗୃହକୁ ଭାଙ୍ଗି ସେଠାରେ ମିଶନ ଶକ୍ତି ଗୃହ ନିର୍ମାଣ ପାଇଁ ଦାବି କରିଛନ୍ତି । ସେହିପରି ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନରେ ଅକ୍ଷମ ବ୍ୟକ୍ତିମାନଙ୍କୁ ଅନ୍ ଲାଇନ୍ ବ୍ୟତିତ ଅପ୍ ଲାଇନ୍ ଜରିଆରେ ପ୍ରଦାନ କରିବା ଏବଂ କମ୍ ବୟସରେ ଶାରିରୀକ ଦୁର୍ବଳ ହୋଇଥିବା ଅଥବା ସ୍ୱାମୀ ପରିତ୍ୟକ୍ତା ମହିଳାମାନଙ୍କୁ ଭତ୍ତା ପ୍ରଦାନ କରିବାକୁ ଶ୍ରୀମତୀ ପାଣି ଦାବି କରଛନ୍ତି ।

Govt
Leave A Reply